ETV Bharat / state

ଜାହାଜରୁ 200 କୋଟିର କୋକେନ ମିଳିବା ଘଟଣା, ଅଟକ କ୍ରିଉ ମେମ୍ବରଙ୍କ ଆତ୍ମହତ୍ୟା ଉଦ୍ୟମ

author img

By ETV Bharat Odisha Team

Published : Jan 14, 2024, 5:13 PM IST

Suicide attempt of a crew member of MV Debi ship: ଅଟକ ଥିବା ଏମଭି ଡେଭି ନାମକ ଜାହାଜର ଜଣେ କ୍ରିଉ ମେମ୍ବରଙ୍କର ଆତ୍ମହତ୍ୟା ଉଦ୍ୟମ । ଅନ୍ୟ ସହଯୋଗୀ ମାନେ ତାଙ୍କୁ ଉଦ୍ଧାର କରିଥିଲେ । ଅଧିକ ପଢ଼ନ୍ତୁ

କ୍ରିଉ ମେମ୍ବରଙ୍କର ଆତ୍ମହତ୍ୟା ଉଦ୍ୟମ
କ୍ରିଉ ମେମ୍ବରଙ୍କର ଆତ୍ମହତ୍ୟା ଉଦ୍ୟମ

କ୍ରିଉ ମେମ୍ବରଙ୍କର ଆତ୍ମହତ୍ୟା ଉଦ୍ୟମ

ପାରାଦ୍ବୀପ: ଚର୍ଚ୍ଚିତ ଜାହାଜରୁ 200 କୋଟିର କୋକେନ୍ ମିଳିବା ଘଟଣା । ଅଟକ ଥିବା ଏମଭି ଡେଭି ନାମକ ଜାହାଜର ଜଣେ କ୍ରିଉ ମେମ୍ବର ଆଜି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଅନ୍ୟ ସହଯୋଗୀ ତାଙ୍କୁ ତୁରନ୍ତ ଉଦ୍ଧାର କରିଥିଲେ । ପରେ ସୁରକ୍ଷା ପାଇଁ ନିୟୋଜିତ କର୍ମୀମାନେ ତାଙ୍କୁ ପାରାଦ୍ୱୀପ ପୋର୍ଟକୁ ଚିକିତ୍ସା ପାଇଁ ନେଇଥିଲେ । ଗତ ଡିସେମ୍ବର ୨ ତାରିଖରେ ପାରାଦ୍ବୀପ ବନ୍ଦରରେ ଏମଭି ଡେଭି ନାମକ ଜାହାଜରୁ 200 କୋଟିର ଡ୍ରଗ୍ସ ମିଳିଥିଲା ।

ମିଳିଥିବା ସୂଚନା ଅନୁସାରେ ପାରାଦ୍ୱୀପ ବନ୍ଦରରେ ଗତ ଡିସେମ୍ବର ମାସ 2 ତାରିଖରେ ଏମଭି ଡେଭି ନାମକ ଜାହାଜରୁ 200 କୋଟି ଟଙ୍କାର ନିସିଦ୍ଧ ଡ୍ରଗ୍ସ ଜବତ ହେବାପରେ ସେହି ଜାହାଜକୁ ପାରାଦ୍ୱୀପ ବନ୍ଦରର ଦୁଇ ନମ୍ବର ଅଙ୍କରେଜରେ ଅଟକ ରଖା ଯାଇଛି । ଜାହାଜରେ ଥିବା 21 ଜଣ ନାବିକ ମାନଙ୍କୁ କଷ୍ଟମ ବିଭାଗ ପଚରାଉଚରା କରିବା ପରେ ତାଙ୍କୁ ଜାହାଜ ମଧ୍ୟରେ କଡା ସୁରକ୍ଷା ବଳୟ ଭିତରେ ରଖାଯାଇଛି । କିନ୍ତୁ ଗତ ଶନିବାର ଦିନ ରାତିରେ ଜାହାଜ ମଧ୍ୟରେ ଜଣେ ଭିଏତନାମର ନାଗରିକ ତଥା ଜାହାଜର କ୍ରିଉ ମେମ୍ବର ବୁଇ କଂଗ ହୁ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରୁଥିବା ଜଣାପଡ଼ିଛି । ସେହି ସମୟରେ ଅନ୍ୟ ସହଯୋଗୀ ମାନେ ତାଙ୍କୁ ଉଦ୍ଧାର କରିଥିଲେ । ପରେ ସୁରକ୍ଷା ପାଇଁ ନିୟୋଜିତ କର୍ମୀମାନେ ତାଙ୍କୁ ପାରାଦ୍ୱୀପ ପୋର୍ଟକୁ ନେଇଥିଲେ । ତାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ଥିବାରୁ ପରେ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ..... ଖଳାରୁ ମିଳିଲା ଶିଶୁର କଟାମୁଣ୍ଡ, ବଳି ସନ୍ଦେହ

ସୂଚନା ଅନୁସାରେ, ଗତ ଡିସେମ୍ବର ଦୁଇ ତାରିଖରେ ଏମଭି ଏମଭି ଡେଭି ନାମକ ଏକ ଜାହାଜ ଇଣ୍ଡୋନେସିଆରୁ ପାରାଦ୍ୱୀପକୁ ଆସିଥିଲା । ପାରାଦ୍ୱୀପ ବନ୍ଦରରେ ଷ୍ଟିଲ ପ୍ଲେଟ ଲୋଡ଼ କରି ଡେନମାର୍କ ଅଭିମୁଖେ ଯିବାର ଥିଲା । କିନ୍ତୁ ସେହି ଜାହାଜରେ ଭାରତରେ ନିସିଦ୍ଧ କୋକେନ ଡ୍ରଗ୍ସ ଥିବା ଜଣା ପଡିବା ପରେ କଷ୍ଟମ ବିଭାଗ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ଦୁଇଶହ କୋଟିର 22ଟି ପ୍ୟାକେଟରେ କୋକେନ୍ ଡ୍ରଗ୍ସକୁ ଜବତ କରିଥିଲା କଷ୍ଟମ ବିଭାଗ । ଏହି ମାମଲା କୋର୍ଟକୁ ଯିବାପରେ ଜାହାଜକୁ ଅଟକ ରଖାଯାଇଥିଲା ।

ପାରାଦ୍ୱୀପ ବନ୍ଦର କର୍ତ୍ତୃପକ୍ଷ ଜାହାଜକୁ ଦୁଇ ନମ୍ବର ଆଙ୍କରେଜକୁ ସ୍ଥାନାନ୍ତର କରିବା ପରେ ଜାହାଜରେ ଥିବା ସମସ୍ତ 21 ଜଣ କ୍ରିଉ ମେମ୍ବର ସେହିଠାରେ ରହିଥିଲେ । କିନ୍ତୁ ଗତକାଲି ବିଳମ୍ବିତ ରାତ୍ରରେ ଭିଏତନାମର ବୁଇ କଂଗ ହୁ ନାମକ କ୍ରିଉ ମେମ୍ବର ମାନସିକ ଭାରସାମ୍ୟ ହରାଇ କିମ୍ବା କୌଣସି ଚାପରେ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଥିଲେ । ଫଳରେ ସେ ଗୁରୁତର ଆହତ ହୋଇଥିଲେ । ତାଙ୍କ ସହ ଥିବା କ୍ରିଉ ମେମ୍ବର ମାନେ ଏହା ଜାଣିବା ପରେ ବନ୍ଦର କତ୍ତୃପକ୍ଷଙ୍କୁ ଖବର ଦେଇଥିଲେ । ପାରାଦ୍ୱୀପ ବନ୍ଦର କତ୍ତୃପକ୍ଷ କ୍ରିଉ ମେମ୍ବରଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ପାରାଦ୍ୱୀପ ପୋର୍ଟ ହସ୍ପିଟାଲକୁ ନେଇଥିଲେ । ପରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ସୁଧାର ନଆସିବାରୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ତେବେ କଣ ପାଇଁ ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ତାହା ସ୍ପଷ୍ଟ ହୋଇ ପାରିନାହିଁ ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.