ସାଧାରଣତନ୍ତ୍ର ଦିବସ ପାଇଁ ଡାଲା ଗାଡ଼ିରେ ବୁହା ହେଲେ ଛାତ୍ର

By ETV Bharat Odisha Team

Published : Jan 28, 2024, 10:09 AM IST

thumbnail

ଜଗତସିଂହପୁର: ସରିଲା ସାଧାରଣତନ୍ତ୍ର ଦିବସ ସମାରୋହ, ପିକଅପ ଭ୍ୟାନରେ ବୁହାହେଲେ ଛାତ୍ର । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଜଗତସିଂହପୁର ସହରରେ । ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପରେଡ଼ରେ ଅଂଶ ଗ୍ରହଣ କରିବା ପାଇଁ ସ୍ଥାନୀୟ କାଦୁଅପଡା ଅଞ୍ଚଳର ଏକ ବିଦ୍ୟାଳୟରୁ ଏସିିିସି ପିଲାଙ୍କୁ ପିକଅପ ଭ୍ୟାନରେ ଅଣାଯାଇଥିଲା । କାର୍ଯ୍ୟକ୍ରମ ସରିବା ପରେ ପୁଣି ସେମାନଙ୍କୁ ସେହି ଗାଡ଼ିରେ ବୁହାହେଲା । ଏହି ଘଟଣାକୁ ନେଇ ଏକ ଭିଡିଓ ଭାଇରାଲ ହେବାପରେ ଏବେ ବିବାଦୀୟ ହୋଇ ପଡିଛି ଜିଲ୍ଲା ପ୍ରଶାସନ । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । 

ତେବେ ଜିଲ୍ଲାସ୍ତରୀୟ ପ୍ୟାରେଡ଼ ପାଇଁ ପୂର୍ବରୁ ପ୍ରସ୍ତୁତି କରାଯାଇଥାଏ । ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ମିଳିତ ଭାବେ ଏହି କାର୍ଯ୍ୟକ୍ରମକୁ କିଭଳି ସଫଳ କରାଯାଇ ପାରିବ ସେନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ମଧ୍ୟ ବୈଠକ ଅନୁଷ୍ଠିତ ହୋଇଥାଏ । କିନ୍ତୁ ବିଡ଼ମ୍ବନାର କଥା ଯେ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବାକୁ ଆସୁଥିବା ଛାତ୍ରମାନଙ୍କୁ ପିକଅପ ଡାଲାରେ ନେବାଆଣିବା କରିବା  । 

ଏହା ମଧ୍ୟ ପଢନ୍ତୁ ....୪୦ଫୁଟ କୂଅରୁ ଉଦ୍ଧାର ହେଲା ବାଳକ, ଅଗ୍ନିଶମ ବିଭାଗର ସାହାସିକତା ଉଦ୍ୟମକୁ ସାଧୁବାଦ

ଏ ସମ୍ପର୍କରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ପରେଡ଼ ପାଇଁ ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଥାଏ । ତେବେ ପିଲାମାନଙ୍କୁ ଆଣିବା ଦାୟିତ୍ୱ ସମ୍ପୃକ୍ତ ବିଦ୍ୟାଳୟର । ଯଦି କାଦୁଅପଡ଼ା ବିଦ୍ୟାଳୟ କର୍ତ୍ତୃପକ୍ଷ ପିକଅପ ଭ୍ୟାନରେ ପିଲାଙ୍କୁ ଆଣିଛନ୍ତି । ତାହା ଠିକ ହୋଇ ନାହିଁ । ଏ ସମ୍ପର୍କରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯିବା ପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ । କିନ୍ତୁ ଏହାକୁ ନେଇ କାଦୁଅପଡା ସ୍କୁଲ କତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।


ଇଟିଭି ଭାରତ ,ଜଗତସିଂହପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.