ବାଲୁକା କଳାରେ ପବିତ୍ର ରାମ ନବମୀର ଶୁଭେଚ୍ଛା ଜଣାଇଲେ ସୁଦର୍ଶନ - Ram Navami

By ETV Bharat Odisha Team

Published : Apr 17, 2024, 9:43 AM IST

Updated : Apr 17, 2024, 9:50 AM IST

thumbnail

Ram Navami: ପୁରୀ: ଆଜି ପବିତ୍ର ରାମ ନବମୀ । ଏନେଇ ଉତ୍ସବମୁଖର ସାରା ଦେଶ  । ଚୈତ୍ରମାସ ଶୁକ୍ଳପକ୍ଷର ନବମୀକୁ ରାମ ନବମୀ ଭାବେ ପାଳନ କରାଯାଇଥାଏ । ବିଶ୍ବାସ ଏବଂ ଧାର୍ମିକ ଦୃଷ୍ଟିକୋଣରୁ ହିନ୍ଦୁଧର୍ମରେ ରାମ ନବମୀର ବିଶେଷ ମହତ୍ତ୍ବ ରହିଛି । ଆଜି ରାମ ନାମରେ ଗୁଞ୍ଜରିତ ହେଉଛି ଚତୁର୍ଦ୍ଦିଗ ।  ଏହି ଅବସରରେ ବାଲୁକା ଚିତ୍ରକଳାରେ ରାମ ନବମୀର ଶୁଭଚ୍ଛା ଜଣାଇଛନ୍ତି ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପୁରୀ ନିଳାଦ୍ରୀ ବିଚରେ ସେ ଏକ ସୁନ୍ଦର ବାଲୁକା ଚିତ୍ରକଳା ପ୍ରସ୍ତୁତ କରି ସାରା ଦେଶବାସୀଙ୍କୁ ପବିତ୍ର ରାମ ନବମୀର ଶୁଭେଚ୍ଛା ଦେଇଛନ୍ତି । ବାଲୁକା ଚିତ୍ରକଳାରେ ଶ୍ରୀରାମଙ୍କ ପ୍ରତିକୃତିକୁ ଅତି ନିଖୁଣ ଭାବରେ ନିର୍ମାଣ କରିଛନ୍ତି । ପ୍ରଭୁ ରାମଚନ୍ଦ୍ର ଶୟନ ମୁଦ୍ରାରେ ଥିବା ବାଲୁକା ଚିତ୍ରକଳାରେ ସ୍ଥାନ ଦିଆଯାଇଛି । ଏହି ବାଲୁକା ଚିତ୍ରକଳା ଦେଖିବାକୁ ପୁରୀ ବେଳାଭୂମିରେ ପର୍ଯ୍ୟଟକଙ୍କ ବେଶ୍ ଭିଡ ଜମୁଛି ।

Last Updated : Apr 17, 2024, 9:50 AM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.