କ୍ଷୀରରେ ଅଭିଷେକ ହେଲେ ରାମଲାଲା, ଅଯୋଧ୍ୟାରୁ ଦେଖନ୍ତୁ ଏହି ଅପୂର୍ବ ଦୃଶ୍ୟ - Ram Navami In Ayodhya

By ETV Bharat Odisha Team

Published : Apr 17, 2024, 1:02 PM IST

Updated : Apr 17, 2024, 1:08 PM IST

thumbnail

Ram Navami In Ayodhya: ଅଯୋଧ୍ୟା: ରାମ ନଗରୀ ଅଯୋଧ୍ୟାରେ ଧୁମଧାମରେ ପାଳନ ହୋଇଛି ରାମ ନବମୀ । ଗତ ଜାନୁଆରୀ ମାସରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ରାମ ମନ୍ଦିରରେ ପ୍ରଥମ ଥର ପାଇଁ ରାମ ନବମୀ ପାଳନ କରାଯାଉଛି । ଏହି ଅବସରରେ ରାମ ମନ୍ଦିର ପୁଷ୍ପମାଳାରେ ସୁସଜ୍ଜିତ ହୋଇଥିବା ବେଳେ ସ୍ୱର୍ଣ୍ଣ ଅଳଙ୍କାରରେ ଶୋଭା ପାଉଛନ୍ତି ରାମଲାଲା । ସେପଟେ ଭୋର୍ ସକାଳୁ ମନ୍ଦିରରେ ବାଲକ ରାମଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଅସମ୍ଭାଳ ଭିଡ ଜମୁଛି । ରାମଲାଲାଙ୍କ 'ଦିବ୍ୟା ଅଭିଷେକ'ରୁ ଏହି ପର୍ବ ଆରମ୍ଭ ହୋଇଥିବା ବେଲେ  ସୂର୍ଯ୍ୟତିଳକ ମଧ୍ୟ ଅନୁଷ୍ଠିତ ହୋଇଛି । ପ୍ରଭୁ ରାମଙ୍କ ମସ୍ତକରେ 4 ମିନିଟ ଧରି ଏହା ଶୋଭାବର୍ଦ୍ଧନ କରିଛି । ଏଥିସହ ଆଜି ରାମଲାଲାଙ୍କ ନିକଟରେ ୫୬ ପ୍ରକାରର ଭୋଗ ଅର୍ପଣ କରାଯିବ । ଭକ୍ତମାନଙ୍କ ଦ୍ବାରା ପ୍ରସ୍ତୁତ ଭୋଗ ମଧ୍ୟ ପ୍ରଭୁଙ୍କ ନିକଟରେ ଅର୍ପଣ କରାଯିବ ।

ଏହା ମଧ୍ୟ ପଢନ୍ତୁ: ସୂର୍ଯ୍ୟଙ୍କ ରଶ୍ମିରେ ଝଲସିବେ ରାମଲାଲା, କିଭଳି ହେବ 'ସୂର୍ଯ୍ୟ ତିଳକ' 

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 17, 2024, 1:08 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.