ଦିଲ୍ଲୀପଙ୍କ ଶକ୍ତି ପ୍ରଦର୍ଶନକୁ ସମୀରଙ୍କ କଟାକ୍ଷ, 'ଏତେ କମ୍ ସଂଖ୍ୟାରେ ଶୋଭାଯାତ୍ରା ହାସ୍ୟାସ୍ପଦ' - BJD Dispute In Nimapada

By ETV Bharat Odisha Team

Published : Apr 30, 2024, 7:13 AM IST

thumbnail

BJD Dispute In Nimapada: ନିମାପଡ଼ା: ବିଧାନସଭା ଆସନ ପାଇଁ ନାମାଙ୍କନ ଭରିଛନ୍ତି ବିଜେଡି ପ୍ରାର୍ଥୀ ଦିଲ୍ଲୀପ ନାୟକ। ବିଶାଳ ବାଇକ ରାଲି କରି ନିଜର ଶକ୍ତି ପ୍ରଦର୍ଶନ କରିଥିବାବେଳେ ଏହାକୁ ସମାଲୋଚନା କରିଛନ୍ତି ବିଜେଡି ନେତା ସମୀର ରଞ୍ଜନ ଦାସ । ନିମାପଡ଼ା ନିର୍ବାଚନ ମଣ୍ଡଳୀର 46 ଟି ପଞ୍ଚାୟତର ଯୁବ ଓ ଛାତ୍ର ସଭାପତିଙ୍କ ସହ ଏକ ଗୁରୁତ୍ଵପୂର୍ଣ୍ଣ ବୈଠକରେ ଯୋଗ ଦେଇ ନିଜର ଭବିଷ୍ୟତ ରଣନୀତିକୁ ନେଇ ଚର୍ଚ୍ଚା କରିଛନ୍ତି ସମୀର ।ବିଜୁ ଜନତା ଦଳରେ ଥାଇ ମଧ୍ୟ ଦିଲ୍ଲୀପ କରିଥିବା ବିଶାଳ ରାଲିକୁ ଅତି ତାତ୍ସଲ୍ୟ କରି କରିଛନ୍ତି ସମୀର । ସେ କହିଛନ୍ତି, "ମାତ୍ର 500 ବାଇକ ଓ 80 ଟି ଚାରିଚକିଆ ଗାଡିକୁ ନେଇ ରାଲି ହୋଇଥିଲା ଏବଂ 2 ହଜାର କର୍ମୀ ଥିଲେ। ଏତେ କମ୍ ସଂଖ୍ୟାରେ ଶୋଭାଯାତ୍ରାକୁ ବିଜେଡିର ଶକ୍ତି ପ୍ରଦର୍ଶନ କହିବା ଅତ୍ୟନ୍ତ ହାସ୍ୟାସ୍ପଦ । 

ଏହା ବି ପଢନ୍ତୁ...ଶକ୍ତି ପ୍ରଦର୍ଶନ କରି ନାମାଙ୍କନ ଭରିଲେ ଦିଲ୍ଲୀପ - Dilip Ray File Nomination

ସମୀରଙ୍କ ଟିକଟ କଟିବା ପରେ ବିଜେପି ଦଳ ଛାଡ଼ି ବିଜେଡିରେ ମିଶିଥିବା ଦିଲ୍ଲୀପଙ୍କୁ ଦଳ ଟିକେଟ ଦେଇଛି । ସେ ନିଜ ସମର୍ଥକଙ୍କୁ ନେଇ ଶକ୍ତି ପ୍ରଦର୍ଶନ କରିଥିଲେ । ହେଲେ ଏହାକୁ କଟାକ୍ଷ କରି ଦଳୀୟ କନ୍ଦଳକୁ ପଦାରେ ପକାଉଛନ୍ତି ସମୀର ରଞ୍ଜନ ଦାଶ। ଯାହାକୁ ନେଇ ସରଗରମ ହୋଇଛି ରାଜନୀତି । 
 

ଇଟିଭି ଭାରତ, ନିମାପଡ଼ା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.