ଦଳୀୟ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇ ଫେରିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା - LOK SABHA ELECTION 2024

By ETV Bharat Odisha Team

Published : 3 hours ago

thumbnail

NADDA RETURNS FROM ODISHA:ବ୍ରହ୍ମପୁର: ବ୍ରହ୍ମପୁର ଲୋକସଭା ଗସ୍ତରେ ଆସି ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେବା ପରେ ଫେରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା । ଗୋପାଳପୁର ଠାରେ ଦକ୍ଷିଣ ଓଡିଶାର କାର୍ଯ୍ୟକର୍ତ୍ତାଙ୍କୁ ନେଇ ଗତକାଲି ଗୁରୁତ୍ୱପୂର୍ଣ୍ଣ ବୈଠକ କରିବା ପରେ ରାତ୍ରଯାପନ କରିଥିଲେ । ଆଜି ରାଷ୍ଟ୍ରୀୟ ଅଧ୍ୟକ୍ଷ ବ୍ରହ୍ମପୁର ଉପକଣ୍ଠ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିଫରୁ ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ଫେରିଛନ୍ତି । ସେପଟେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସମେତ ନିର୍ବାଚନରେ ପ୍ରତିଦ୍ୱିନ୍ଦ୍ବିତା କରୁଥିବା ପ୍ରାର୍ଥୀଙ୍କୁ ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଗୁରୁମନ୍ତ୍ର ଦେଇଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡା ଚଳିତ ନିର୍ବାଚନରେ ଡବଲ ଇଞ୍ଜିନ୍ ସରକାର ଆଣିବା ପାଇଁ ବିଭିନ୍ନ ବିଷୟକୁ ଗୁରୁତ୍ୱ ଦେଇଛନ୍ତି ।

ସେପଟେ ରାଜ୍ୟରେ ସରକାର କିପରି ପରିବର୍ତ୍ତନ ହେବ ତାହା ହିଁ ଏକ ମାତ୍ର ଲକ୍ଷ୍ୟ ବୋଲି କହିବା ସହିତ ଏହାର ଶ୍ରେୟ ସାଧାରଣ ଜନତାଙ୍କ ନିକଟକୁ ଯିବ ବୋଲି କହିଛନ୍ତି ଦଳର ରାଜ୍ୟ ସଭାପତି । ଦକ୍ଷିଣ ଓଡିଶାର ୪ଟି ସଂସଦୀୟ ଆସନରୁ ଆରମ୍ଭ ହେବ ପରିବର୍ତ୍ତନ ବୋଲି କହିଛନ୍ତି ବିଜେପି ନେତା । କ'ଣ ରହିଥିଲା ଗୁରୁମନ୍ତ୍ର ସେ ନେଇ କ'ଣ କହୁଛନ୍ତି ଦଳୀୟ ନେତୃବୃନ୍ଦ ଆସନ୍ତୁ ଶୁଣିବା । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.