ରାମ ନବମୀ ଶୋଭାଯାତ୍ରାରେ ନେତାଙ୍କୁ ସାମିଲ ହେବାକୁ ବାରଣ - Ram Navami

By ETV Bharat Odisha Team

Published : Apr 16, 2024, 10:29 PM IST

thumbnail

Ram Navami In Kalahandi ଭବାନୀପାଟଣା: ରାତି ପାହିଲେ ସାରା ଭାରତ ବର୍ଷରେ ପାଳନ ହେବ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମତ୍ସୋବ । ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷ କଳାହାଣ୍ଡି ଜିଲ୍ଲାରେ ମଧ୍ୟ ବେଶ୍ ଧୁମଧାମରେ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମୋ ଉତ୍ସବ ପାଳନ ହେବ । ତେବେ ନିର୍ବାଚନକୁ ଦୃଷ୍ଟିରେ ରଖି ବିଭିନ୍ନ ସଙ୍ଗଠନ ପକ୍ଷରୁ କୌଣସି ରାଜନେତା ରାମ ନବମୀ ରାଲିରେ ସାମିଲ ହେବେ ନାହିଁ ବୋଲି ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି ରାମ ନବମୀ ମହୋତ୍ସବ ସମିତିର ସଦସ୍ୟ ।
 

ଚଳିତ ବର୍ଷ କଳାହାଣ୍ଡି ଜିଲ୍ଲା ରାମ ନବମୀ ମହୋତ୍ସବ ସମିତି ପକ୍ଷରୁ କାସାକେନ୍ଦୁ ହନୁମାନ ମନ୍ଦିରରୁ ଏକ ଭବ୍ୟ ଶୋଭାଯାତ୍ରା ବାହାରିବ । ଏହି ଶୋଭାଯାତ୍ରାରେ ସଂକୀର୍ତ୍ତନ ଓ ଘୁମୁରା ସହ ବନାବାଡ଼ି, ଘୁଡ଼ିକା ଓ ବାଜଧାଲ ଆଦି ପାରମ୍ପାରିକ ସାଂସ୍କୃତିକ ଶୋଭାଯାତ୍ରାରେ ଶହଶହ ଯୁବକ ଯୁବତୀ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । କିନ୍ତୁ ଚଳିତ ବର୍ଷ ସାଧାରଣ ନିର୍ବାଚନ ଥିବାରୁ ରାମଙ୍କୁ ନେଇ ରାଜନୀତି କାରଣ ନ କରିବା ସହ ଏହି ଶୋଭାଯାତ୍ରାକୁ କୌଣସି ଦଳର ପ୍ରାର୍ଥୀ କିମ୍ବା ନେତା ସାମିଲ ନ ହେବା ପାଇଁ ସମିତି ପକ୍ଷରୁ ନିବେଦନ କରାଯାଇଛି । ନିର୍ବାଚନ କମିଶନଙ୍କ ନିୟମାବଳୀ ଅନୁଯାୟୀ, ଏହି ଶୋଭାଯାତ୍ରା ଅନୁଷ୍ଟିତ ହେବ । ତେଣୁ ଧର୍ମକୁ ନେଇ ରାଜନୀତି କରଣ ନ କରିବାକୁ ସମିତି ପକ୍ଷରୁ ନିବେଦନ କରାଯାଇଛି ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.