ହାଇୱା ଧକ୍କାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାଜପଥ ଅବରୋଧ - Road Accident

By ETV Bharat Odisha Team

Published : Apr 11, 2024, 5:18 PM IST

thumbnail

Road Accident in Kalahandi: ଭବାନୀପାଟଣା: ହାଇୱା ଧକ୍କାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ। କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ ।କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ବଳଦିଆମାଲ ଛକ ୨୬ ନମ୍ବର ଜାତୀୟ ରାଜପଥ ଉପରେ ଆଜି (ଗୁରୁବାର) ହାଇୱା ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ନାମ ସହଦେବ ନାଏକ ହୋଇଥିବା ବେଳେ ସେ ବଳଦିଆମାଲ ଗ୍ରାମର ବୋଲି ଜଣାପଡିଛି।  

ଏହା ମଧ୍ୟ ପଢ଼ନ୍ତୁ.... ଫୁଲ ତୋଳିବା ବେଳେ ଧକ୍କା ଦେଲା କାର, ମହିଳା ମୃତ ୨ ଗୁରୁତର - Road Mishap

ଖବର ପାଇ ସମ୍ପର୍କୀୟ ଓ ଗ୍ରାମବାସୀ ଘଟଣା ସ୍ଥଳକୁ ପହଞ୍ଚି କ୍ଷତି ପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ କରିଥିଲେ। ସୂଚନା ପାଇ ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଜା କରିଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସମାଧାନ ହୋଇନାହିଁ। ମିଲିଥିବା ସୂଚନା ଅନୁଯାୟୀ, ସହଦେବ ଗାଧୋଇବା ପାଇଁ ନିକଟିସ୍ଥ ହାତୀ ନଦୀକୁ ସାଇକେଲରେ ଯାଉଥିଲେ। ଏହି ସମୟରେ ଛକ ନିକଟରେ ଅଟକି ଥିବା ଏକ ବୋଲେରୋର ରାସ୍ତା ପଟର ଫାଟକକୁ ହଟାତ ସେଠାରେ ବସିଥିବା ଲୋକ ଖୋଲିଦେବା ପରେ ସହଦେବ ବୋଲେରୋ ଫାଟକରେ ପିଟି ହୋଇ ଜାତୀୟ ରାଜପଥକୁ ପଡିଯାଇଥିଲେ। ଏହି ସମୟରେ ପଛ ପଟୁ ଆସୁଥିବା ଏକ ହାଇୱା ତାଙ୍କୁ ଧକ୍କା ଦେଇ ଘୋଶାଡି ନେଇଥିଲା। ଫଳରେ ଘଟଣା ସ୍ଥଳରେ ସହଦେବଙ୍କ ମୃତ୍ୟୁ ହୋଇଥିଲା।ଦୁର୍ଘଟଣା ଘଟାଇ ଥିବା ଗାଡିର ଚାଳକଙ୍କ ଗ୍ରାମବାସୀ ଅଟକ ରଖି କ୍ଷତିପୂରଣ ଦାବିରେ ବଳଦିଆମାଲ ଛକ ଓ ଏବେ ହାତୀ ନଦୀ ନିକଟରେ ଟାୟାର ଜାଲି ରାସ୍ତାରୋକ କରିଛନ୍ତି।  

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.