ବିଧାନସଭା ବଜେଟ ଅଧିବେଶନ, ଦେଖନ୍ତୁ LIVE

By ETV Bharat Odisha Team

Published : Feb 6, 2024, 10:34 AM IST

Updated : Feb 6, 2024, 11:35 AM IST

thumbnail

ଭୁବନେଶ୍ବର: ସୋମବାର ଠାରୁ ବିଧାନସଭାରେ ଆରମ୍ଭ ହୋଇଛି ବଜେଟ ଅଧିବେଶନ । ଆଜି ଅଧିବେଶନର ଦ୍ବିତୀୟ ଦିନ । 10ଟା 30ରୁ ଆରମ୍ଭ ହୋଇଛି ଗୃହ କାର୍ଯ୍ୟ ।  ଗତକାଲି ବିଧାନସଭାରେ ପ୍ରଥମ ଅଭିଭାଷଣ ରଖି ରାଜ୍ୟପାଳ ରଘୁବର ଦାସ  ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉପରେ ମତ ରଖିଥିଲେ । ପୁରୀ ପରିକ୍ରମା ପ୍ରକଳ୍ପ ଜରିଆରେ ଭକ୍ତଙ୍କୁ ଆଧ୍ୟାତ୍ମିକ ଅନୁଭବ ଦେବା ସହ ଅନେକ ସୁବିଧା ଯୋଗାଇ ଦିଆଯାଉଛି ବୋଲି କହିଥିଲେ । ଷୋଡ଼ଶ ବିଧାନସଭାର ଏହା ଶେଷ ଅଧିବେଶନ ରାଜ୍ୟପାଳ ରଘୁବର ଦାସ ବିଧାନସଭାରେ ଅଭିଭାଷଣ ଦେଇଛନ୍ତି । ଆସନ୍ତା 8 ତାରିଖରେ 2024-25 ଆର୍ଥିକ ବର୍ଷ ପାଇଁ କାମଚଳା ବଜେଟ ଆଗତ କରିବେ ଅର୍ଥମନ୍ତ୍ରୀ । ଷୋଡ଼ଶ ବିଧାନସଭାର ଏହା ଶେଷ ଅଧିବେଶନ । ଚଳିତ ଅଧିବେଶନରେ ରହିଛି 7 କାର୍ଯ୍ୟ ଦିବସ । ଆଗକୁ ସାଧାରଣ ନିର୍ବାଚନ ରହିଥିବାରୁ ଏବେ କାମଚଳା ବଜେଟ ଆଗତ ହେବ ।

Last Updated : Feb 6, 2024, 11:35 AM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.