ବାଲିରେ ସୂର୍ଯ୍ୟ ମନ୍ଦିର କଳାକୃତି; ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଲେ ସରିତା

By ETV Bharat Odisha Team

Published : Feb 6, 2024, 9:44 AM IST

thumbnail

India Book of Record: ନିମାପଡା: ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲା ବାଲୁକା ଶିଳ୍ପୀ ସରିତାଙ୍କ ସ୍ୟାଣ୍ଡ ଆର୍ଟ । ରାଜ୍ୟର ପ୍ରଥମ ମହିଳା ବାଲୁକା ଶିଳ୍ପୀ ଭାବେ ପୁରୀ ଜିଲ୍ଲା କୋଣାର୍କ ଅଞ୍ଚଳର ସରିତା ଗୋଚ୍ଛାୟତ ଏହି ସମ୍ମାନର ଅଧିକାରିଣୀ ହୋଇପାରିଛନ୍ତି । ଗତ ଡିସେମ୍ବର ୨୪ ତାରିଖରେ ଚନ୍ଦ୍ରଭାଗା ବେଳାଭୂମିରେ ୨୬ ଫୁଟ ଉଚ୍ଚତାର ସୂର୍ଯ୍ୟ ମନ୍ଦିରର ବିଶାଳ ବାଲୁକା କଳାକୃତି ଗଢ଼ିଥିଲେ । ଏହି କଳାକୃତି ଗଢି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ପାଇଁ ସେ ଆଶା ରଖିଥିଲେ ।

ଏହି ବାଲୁକା କଳାରେ ଓଡ଼ିଶାର କଳା ଓ ଐତିହ୍ୟ ବାର୍ତ୍ତା ପ୍ରଦର୍ଶିତ ହୋଇଥିଲା । ବାଲିରେ ସୂର୍ଯ୍ୟ ମନ୍ଦିରର କାରୁକାର୍ଯ୍ୟ ପର୍ଯ୍ୟଟକମାନଙ୍କୁ ବେଶ ଆକର୍ଷିତ କରିଥିବାବେଳେ ଏହି ବିଶାଳ ବାଲୁକା କଳାକୃତି ନିର୍ମାଣ କରିବାକୁ ସରିତାଙ୍କ ସହିତ କୋଣାର୍କ ସ୍ୟାଣ୍ଡ ଆର୍ଟର ଛାତ୍ରଛାତ୍ରୀଙ୍କୁ ୩୬ ଘଣ୍ଟା ସମୟ ଲାଗିଥିଲା । ଏହି ବାଲୁକା କଳା ମାଧ୍ୟମରେ ଓଡ଼ିଶାର କଳା ସଂସ୍କୃତିକୁ ଆଗକୁ ନେବାକୁ ଲକ୍ଷ୍ୟ ରଖିଥ‌ିବା କହିଛନ୍ତି ବାଲୁକା ଶିଳ୍ପୀ ସରିତା ।ଅପରପକ୍ଷେରେ କୋଣାର୍କ ଅଞ୍ଚଳର ଜଣେ ଝିଅ ହୋଇ ଇଣ୍ଡିଆ ବୁକ୍‌ରେ ନାମ କରିଥିବାରୁ ପରିବାର ସହିତ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ତେବେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ବାରା ସେ ବାଲୁକା କଳା ଶିଖିଥିବା କହିଛନ୍ତି ।

ଏହାମଧ୍ୟ ପଢନ୍ତୁ... ସ୍ୟାଣ୍ଡ୍ ଆନିମେସନରେ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ

ସୂଚନା ଥାଉକି, ବଡଦିନ ଓ ନୂଆବର୍ଷ ଉପଲକ୍ଷେ ବିଶ୍ୱ ଐତିହ୍ୟ କୋଣାର୍କ ଚନ୍ଦ୍ରଭାଗା ବେଳାଭୂମିରେ ବାଲୁକା ଶିଳ୍ପୀ ସରିତା ଗୋଚ୍ଛାୟତଙ୍କ ଦ୍ବାରା 7 ଦିନିଆ ବାଲୁକା କଳା ପ୍ରଦର୍ଶନୀ କରାଯାଇଥିଲା । ଏହି ପ୍ରଦର୍ଶନୀରେ ଅତିଥି ଭାବେ କ୍ରୀଡା ଯୁବ ବ୍ୟାପାର ଓ ଗୃହ ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା ଯୋଗ ଦେଇଥିଲେ । ତେବେ ସରିତା ଓ ତାଙ୍କ ସାଥି ମିଳିତ ଉଦ୍ୟମରେ ୨୬ ଫୁଟର ବାଲୁକା କଳା ପ୍ରସ୍ତୁତ କରିଥିଲେ । ଏହି କଳାରେ ସୂର୍ଯ୍ୟ ମନ୍ଦିରର କାରୁକାର୍ଯ୍ୟ ସହ ସଂସ୍କୃତି, ପରିବେଶ ସୁରକ୍ଷା ବାର୍ତ୍ତା ଓ ଅଲିଭ ରିଡ଼ଲେ କଇଁଛ, ଡଲଫିନମାନଙ୍କୁ କିପରି ଉପକୂଳରେ ସୁରକ୍ଷା ଦିଆଯିବ ତାହା ଦର୍ଶାଇଥିଲେ ।  ଏହି ବାଲୁକା କଳାକୃତିକୁ ଦେଖିବାକୁ ହଜାର ହଜାର ସଂଖ୍ୟାରେ ଦେଶ ବିଦେଶର ପର୍ଯ୍ୟଟକମାନଙ୍କ ସୁଅ ଛୁଟିଥିଲା ବେଳେ ପର୍ଯ୍ୟଟକଙ୍କୁ ବେଶ୍ ଆକୃଷ୍ଟ କରିଥିଲା । 

ଇଟିଭି ଭାରତ, ପୁରୀ
 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.