ପତିତପାବନଙ୍କ ଆଶୀର୍ବାଦ ନେଇ ନିମାପଡାରେ ପ୍ରଚାର ଆରମ୍ଭ କଲେ ପ୍ରଭାତୀ - Nimapara Assembly constituency

By ETV Bharat Odisha Team

Published : Apr 16, 2024, 12:09 PM IST

thumbnail

Nimapara Assembly constituency: ନିମାପଡା: ପତିତପାବନଙ୍କ ଆଶୀର୍ବାଦ ନେଇ ବିଧିବଦ୍ଧ ଭାବେ ପ୍ରଚାର ଆରମ୍ଭ କଲେ ବିଜେପି ପ୍ରାର୍ଥିନୀ ପ୍ରଭାତୀ ପରିଡ଼ା । ନିମାପଡା ବିଧାନସଭା କ୍ଷେତ୍ରରେ ବିଜେପି ବିଧାୟିକା ପ୍ରାର୍ଥିନୀ ଭାବରେ ପ୍ରଭାତୀ ପରିଡା ଘୋଷିତ ହେବାପରେ ଗତକାଲି(ସୋମବାର) ସନ୍ଧ୍ୟା ସମୟରେ ପତିତପାବନଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ  । ଏହାପରେ ନିମାପଡା ନଗର ମଣ୍ଡଳରୁ ଜନ ଆଶୀର୍ବାଦ ପଦଯାତ୍ରା ଆରମ୍ଭ କରି ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷଙ୍କୁ ଭେଟି ଆଶୀର୍ବାଦ ଭିକ୍ଷା କରିଥିଲେ l ଏହି ପଦଯାତ୍ରା ଏକ ସପ୍ତାହ ବ୍ୟାପୀ ବିଭିନ୍ନ ମଣ୍ଡଳରେ ଅନୁଷ୍ଠିତ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦେଶରେ ଚାଲିଥିବା ବିକାଶ ଲହରୀର ବାର୍ତ୍ତା ବିଭିନ୍ନ ବର୍ଗର ବ୍ୟକ୍ତିଙ୍କୁ ଭେଟି ତାଙ୍କ ସପକ୍ଷରେ ଭୋଟ ଦେବାକୁ ନିବେଦନ କରିଥିଲେ । ଏଥର ଡବଲ ଇଞ୍ଜିନ ସରକାର ହେବାକୁ ଭୋଟର ମନ ବଳାଇଛନ୍ତି । ନିମାପଡ଼ା ନିର୍ବାଚନ ମଣ୍ଡଳୀରେ ହଜାର ହଜାର ଦଳୀୟ କର୍ମକର୍ତ୍ତାଙ୍କୁ ଭେଟି ସଂଗଠନକୁ ସୃଦୃଢ଼ କରିବା ସହିତ ଚଳିତ ନିର୍ବାଚନରେ ବିଜୟ ହେବୁ ବୋଲି ପ୍ରଭାତୀ ପରିଡ଼ା କହିଛନ୍ତି ।  ଏହି କାର୍ଯ୍ୟକ୍ରମରେ ମଣ୍ଡଳ ସଭାପତି ଯୁବମୋର୍ଚ୍ଚା ସଭାପତି ବରିଷ୍ଠ ନେତୃବୃନ୍ଦଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.