ନବବିବାହିତାଙ୍କ ଅର୍ଦ୍ଧ ଉଲଗ୍ନ ମୃତଦେହ ଉଦ୍ଧାର, ପରିବାର ଆଣିଲା ହତ୍ୟା ଅଭିଯୋଗ - Newly Wed Woman Death in Mayurbhanj

By ETV Bharat Odisha Team

Published : Apr 23, 2024, 8:12 PM IST

thumbnail

Newly Wed Woman Death in Mayurbhanj: ରାଇରଙ୍ଗପୁର: ଉଦ୍ଧାର ହେଲା ମହିଳାଙ୍କ ଅର୍ଦ୍ଧ ନଗ୍ନ ମୃତଦେହ । ମହିଳାଙ୍କ ସହିତ ପାଶବିକ ଅତ୍ୟାଚାର କରାଯାଇ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ମୃତ ମହିଳାଙ୍କ ବାପଘର ଲୋକେ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ଏକ ଗ୍ରାମର ବୋଲି ଜଣାପଡିଛି । 

ଏହା ମଧ୍ୟ ପଢନ୍ତୁ... ସୀମା ଟପିଲା ବର୍ବରତା; ଯୁବକଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ - Murder In Mayurbhanj

ଅଭିଯୋଗ ଅନୁଯାୟୀ, ଗତକାଲି ମୃତ ମହିଳାଙ୍କ ସ୍ବାମୀ ତାଙ୍କ ଶ୍ବଶୁର ଘରକୁ ଫୋନ କରି କହିଥିଲେ ଯେ ତାଙ୍କ ସ୍ତ୍ରୀ ଘରେ ଆତ୍ମହତ୍ୟା କରିଛନ୍ତି । ଏହି ଖବର ପାଇବା ପରେ ମୃତ ମହିଳାଙ୍କ ବାପଘର ଲୋକେ ତୁରନ୍ତ ଉକ୍ତ ଗ୍ରାମକୁ ପହଞ୍ଚି ଝିଅର ମୃତଦେହ ଚଟାଣରେ ପଡିଥିବା ଦେଖିବାକୁ ପାଇଥିଲେ । ମୃତଦେହ ପାଖରେ କିଛି ଆପତ୍ତିଜନକ ଜିନିଷ ପଡ଼ିଥିବାର ମଧ୍ୟ ଦେଖିବାକୁ ପାଇଥିଲେ । ପରେ ଏ ସମ୍ପର୍କରେ ବହଳଦା ଥାନା ପୋଲିସକୁ ଖବର ଦେବାରୁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ମେଡିକାଲକୁ ପଠାଇଥିଲା । ସେପଟେ ଉକ୍ତ ଘଟଣାକୁ ନେଇ ଝିଅକୁ ଦୁଷ୍କର୍ମ ଓ ପରେ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି ମୃତକଙ୍କ ବାପା । ଅଭିଯୋଗ ପାଇବା ପରେ ପୋଲିସ ମୃତ ମହିଳାଙ୍କ ସ୍ବାମୀଙ୍କୁ ଅଟକ ରଖି ଅଧିକ ପଚରାଉଚରା ଜାରି ରଖିଛି । ଆଜି ରାଇରଙ୍ଗପୁର ମେଡିକାଲରେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ପୋଲିସ ।  

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.