ଗ୍ୟାସ ଟାଙ୍କି ଫାଟି ନିଆଁ ଜଳିଲା, କଟକ ପଟାପୋଲ ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ - FIRE BREAK OUT IN CUTTACK

By ETV Bharat Odisha Team

Published : May 4, 2024, 4:27 PM IST

thumbnail
କଟକ ପଟାପୋଲ ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ(ETV BHARAT ODISHA)

FIRE BREAK OUT IN PATTAPOLE: କଟକ:  ପଟାପୋଲ ଅଞ୍ଚଳରେ ଅଗ୍ନିକାଣ୍ଡ। ପଟାପୋଲ ରାଜ୍ ତରଙ୍ଗିଣୀ ହଲ୍ ପଛପଟେ ଥିବା ଏକ ଘରେ ଅଗ୍ନିକାଣ୍ଡ ଘଟିଛି । ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ସମୟରେ ଏହି ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । 3 ମହଲା ବିଶିଷ୍ଟ ଘର ଉପର ମହଲାରେ ଲାଗିଲା ନିଆଁ । ଗ୍ୟାସ ଟାଙ୍କି ଫାଟି ଅଗ୍ନିକାଣ୍ଡ ଭୟାବହ ରୂପ ନେଇଥିଲା । ସେହିପରି ତଳେଥିବା ଏକ ଚାଳ ଘରେ ମଧ୍ୟ ନିଆଁ ଲାଗିଥଲା । ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚିଥିଲେ । ପ୍ରାୟ ଏକ ଘଣ୍ଟାର ନିଆଁ ଲିଭା ଅପରେସନ ପରେ ନିଆଁ ଆୟତ୍ତ ହୋଇଛି । ଏହି ଘଟଣାରେ କେହି ଆହତ ହୋଇ ନଥିବା ସୂଚନା ମିଳିଛି । ଅଗ୍ନିଶମ ବିଭାଗରର ଦୁଇଟି ବକ୍ସିବଜାର ଟିମ୍ ମୁତୟନ ରହି ନିଆଁ ଲିଭାଇ ଥିଲେ । ଅଗ୍ନିକାଣ୍ଡ ଘଟିଥିବା ଘର ମାଲିକଙ୍କ ନାମ ଏମ ଆପାରାଓ ବୋଲି ଜଣାପଡ଼ିଛି । 

ବର୍ତ୍ତମାନ କଟକ ସହରରେ ଭୟାବହ ଅଗ୍ନିକାଣ୍ଡ ଦୃଶ୍ୟ ସମ୍ନାକୁ ଆସିଛି । କିଛି ଦିନ ପୂର୍ବରୁ ଜଗତପୁରର ନିମପୁରରେ ଜଳି ପାଉଁଶ ହୋଇଯାଇଥିଲା 6 କଣ୍ଟେନର । ଅଳ୍ପକେ ବଞ୍ଚିଥିଲେ ଏଲ ଆଣ୍ଡଟିର ଶହଶହ ଶ୍ରମିକ । ଏସସିବି ମେଡିକାଲ ସମ୍ପ୍ରସାରଣ କାର୍ଯ୍ୟରେ ନିୟୋଜିତ ଥିବା ଏହି ଶ୍ରମିକ ମାନେ ଜଗତପୁର ନିମପୁର ପଡିଆ ନିକଟରେ ଏହି କଣ୍ଟେନରରେ ରହୁଥିଲେ । କିଛି ଦିନ ତଳେ ବିଳମ୍ବିତ ରାତିରେ ହଟାତ କଣ୍ଟେନରରେ ନିଆଁ ଲାଗିବା ପରେ ସମସ୍ତ ଶ୍ରମିକ ଜୀବନ ବଞ୍ଚାଇ ବାହାରକୁ ଆସିଯାଇଥିଲେ । ଖବର ପାଇ ଅଗ୍ନିଶମ ବିଭାଗର ଟିମ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଆରମ୍ଭ କରିଥିଲା । 3 ଘଣ୍ଟାର ଏକ୍ଲାନ୍ତ ପରିଶ୍ରମ ପରେ ନିଆଁ ଆୟତ୍ତ ହୋଇଥିଲା । ସଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ କରିଥିଲା ଅଗ୍ନିଶମ ବିଭାଗ । ଏହି ଘଟଣାରେ କେହି ମୃତାହତ ହୋଇ ନଥିବା ସ୍ପଷ୍ଟ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ ...ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା 6 କଣ୍ଟେନର ବଞ୍ଚିଗଲେ ଶ୍ରମିକ - JAGATPUR Fire MISHAP

ଇଟିଭି ଭାରତ, କଟକ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.