ପ୍ରଭାତରେ ଦର୍ଶନ କରନ୍ତୁ ପତିତପାବନଙ୍କ ଦିବ୍ୟ ମଙ୍ଗଳ ଆଳତୀ - MANGALA ALATI

By ETV Bharat Odisha Team

Published : Apr 3, 2024, 6:54 AM IST

thumbnail

Mangala Alati: ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥ । ଅନାଥର ନାଥ ଦୁଃଖୀର ଦିନବନ୍ଧୁ । ଭକ୍ତବତ୍ସଳ ଭଗବାନ ମହାପ୍ରଭୁ । ଭାବ ବିନୋଦିଆ କାଳିଆ ଠାକୁର । କୋଟି ଓଡ଼ିଆଙ୍କ ଆରାଧ୍ୟ ଶ୍ରୀଜଗନ୍ନାଥଙ୍କ ଦର୍ଶନ ମାତ୍ରକେ କ୍ଷୟ ହୁଏ ସବୁ ପାପ । ତାଙ୍କର ଚକାଆଖିରେ ଆଖି ମିଶାଇ ଦେଇ ସବୁ ଦୁଃଖ ଯନ୍ତ୍ରଣା ପାଶୋରୀ ଯାଏ ଭକ୍ତ । ତାଙ୍କର କରୁଣା ହେଲେ ପଙ୍ଗୁ ଲଙ୍ଘେ ଗିରି, ଦୁବ ହୁଏ ଦାରୁ । ସେଥିପାଇଁ ତ ନୀଳାଚଳିଆ କାଳିଆ ଠାକୁରଙ୍କ ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କ ଭିଡ ଜମେ ବଡଦେଉଳେ । କାହିଁ କେତେ ଦୂରରୁ କାଳିଆ ସାଆନ୍ତେଙ୍କ ଦର୍ଶନ ପାଇଁ ଧାଇଁ ଆସନ୍ତି ଭକ୍ତ । ପ୍ରତିଦିନ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅନେକ ନୀତିକାନ୍ତି ହୋଇଥାଏ । ପ୍ରତ୍ୟେକ ଦିନ ଭୋରରୁ ଶ୍ରୀମନ୍ଦିରରେ ପ୍ରଭୁ ପତିତପାବନଙ୍କ ଦ୍ବାରଫିଟା ନୀତି ସହ ମଙ୍ଗଳ ଆଳତୀ କରାଯାଏ । ସବୁଦିନ ପରି ଆଜି ମଧ୍ୟ ପତିତପାବନଙ୍କ ମଙ୍ଗଳ ଆଳତୀ ସମ୍ପନ୍ନ ହୋଇଛି । ବଡି ଭୋରରୁ ପୂଜାପଣ୍ଡା ଓ ସେବାୟତ ଶ୍ରୀମନ୍ଦିର ଦ୍ବାରା ଫିଟା ନୀତି ସହ ଆଳତୀ କରିଛନ୍ତି । ଜୟ ଜଗନ୍ନାଥ, ହରିବୋଲ ଧ୍ବନିରେ ପ୍ରକମ୍ପିତ ହୋଇଛି ବଡଦେଉଳ । ଏହି ଦିବ୍ୟ ଆଳତୀ ଦର୍ଶନ ଅତ୍ୟନ୍ତ ମନମୁଗ୍ଧକର ଅଟେ  । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.