ପ୍ରଭାତରେ ଦର୍ଶନ କରନ୍ତୁ ପତିତପାବନଙ୍କ ଦିବ୍ୟ ମଙ୍ଗଳ ଆଳତୀ - Mangala Alati

By ETV Bharat Odisha Team

Published : Apr 23, 2024, 6:28 AM IST

thumbnail

Mangala Alati: ପୁରୀ:  ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବ ତୁମେ । ଅନାଥର ନାଥ,  କୋଟି ଓଡ଼ିଆଙ୍କ ମଉଡମଣୀ,ଦୁଃଖୀର ଦିନବନ୍ଧୁ, ଭକ୍ତର ଭାବ ବିନୋଦିଆ ଠାକୁର ପ୍ରଭୁ ଶ୍ରୀ ଜଗନ୍ନାଥ। ତାଙ୍କର ଦର୍ଶନ ମାତ୍ରକେ ଭାବ ବିହ୍ବଳ ହୋଇପଡେ ଭକ୍ତ ।  ପ୍ରତିଦିନ ହଜାର ହଜାର ଭକ୍ତଙ୍କ ଗହଳି ଜମେ ବଡଦେଉଳେ । ମହାପ୍ରଭୁଙ୍କ ଦର୍ଶନ ପାଇଁ କାହିଁ କେତେ ଦୂରରୁ ଧାଇଁ ଆସିଥାନ୍ତି ଶ୍ରଦ୍ଧାଳୁ । ପ୍ରତିଦିନ ଭୋରରୁ ଶ୍ରୀମନ୍ଦିରରେ ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତୀ କରାଯାଏ । ସବୁଦିନ ପରି ଆଜି ମଧ୍ୟ ପତିତପାବନଙ୍କ ଆଳତୀ କରିଛନ୍ତି ପୂଜାପଣ୍ଡା । ବଡି ଭୋରରୁ ପ୍ରଥମେ ସେବାୟତ ଓ ପୂଜାପଣ୍ଡା ଶ୍ରୀମନ୍ଦିର ମୁଖ୍ୟ ଦ୍ବାର ଫିଟାଇବା ପରେ ରୀତିନୀତି ଅନୁସାରେ ଆଳତୀ କରାଯାଇଥଲା । ଏହି ଆଳତୀ ଦର୍ଶନ ଅତ୍ୟନ୍ତ ମନମୁଗ୍ଧକର ଅଟେ । ବିଶ୍ବାସ ରହିଛି, ଏହି ଦିବ୍ୟ ଆଳତୀ ଦର୍ଶନ କଲେ ଜୀବନର ସବୁ ପାପ କ୍ଷୟ ହୁଏ  ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.