ପୁଣି ହାତୀ ଓ ମଣିଷ ମୁହାଁମୁହିଁ, ହାତୀ କଚଡ଼ାରେ ବ୍ୟକ୍ତିଙ୍କ ମୃତ୍ୟୁ - Man killed in elephant attack

By ETV Bharat Odisha Team

Published : Apr 12, 2024, 9:36 PM IST

thumbnail

Man killed in elephant attack: ଢ଼େଙ୍କାନାଳ: ହାତୀ ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ। କାଲି ଶୌଚ ହେବାକୁ ଯାଇଥିବା ବେଳେ ଆଜି ତାଙ୍କ ମୃତ ଦେହ ମିଳିଛି । ମୃତ ବ୍ୟକ୍ତି ଜଣଙ୍କ ହେଲେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ କଂସରା ପଞ୍ଚାୟତ ଆମ୍ବିଠି ଗ୍ରାମର ପ୍ରସନ୍ନ ବେହେରା ।  

ଏହା ମଧ୍ୟ ପଢ଼ନ୍ତୁ.... ମହିଳାଙ୍କୁ କଚାଡି ମାରିଲା ଦନ୍ତା ହାତୀ, ଡ୍ରୋନରେ କଏଦ ହେଲା ଛାତିଥରା ଦୃଶ୍ୟ - Elephant Attack

ଗତକାଲି ସଂଧ୍ୟା ସମୟରେ ଶୌଚ ହେବାକୁ ଯାଇଥିବା ସମୟରେ ହାତୀ ଆକ୍ରମଣର ଶିକାର ହୋଇଥିଲେ ପ୍ରସନ୍ନ । ଗ୍ରାମବାସୀ ଏବଂ ବନବିଭାଗର କର୍ମଚାରୀ ମାନେ ବହୁତ ଖୋଜାଖୋଜି କରିବା ପରେ ଆଜି ପ୍ରସନ୍ନଙ୍କୁ ଠାବ କରିଥିଲେ । ସଙ୍ଗେ ସଙ୍ଗେ ପରିବାର ଲୋକ ତାଙ୍କୁ ହିନ୍ଦୋଳ ମେଡ଼ିକାଲକୁ ଆଣିଥିଲେ । ସେଠାରେ ଡାକ୍ତର ପ୍ରସନ୍ନଙ୍କୁ ମୃତ ଘୋଷଣା କରିଥିଲେ। ହିନ୍ଦୋଳରେ ହାତୀ ମଣିଷର ଲଢେଇ ସଦା ସର୍ବଦା ଲାଗି ରହିଥିବା ବେଳେ କେତେବେଳେ ମଣିଷର ମୃତ୍ୟୁ ଘଟୁଛି ତ ଆଉ କେତେବେଳେ ହାତୀର ମୃତ୍ୟୁ ଘଟୁଛି। କୌଣସି ସ୍ଥାୟୀ ପ୍ରତିକାର କରାଯାଉ ନଥିବାରୁ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧିପାଇବାରେ ଲାଗିଛି।

ଇଟିଭି ଭାରତ, ଢ଼େଙ୍କାନାଳ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.