ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ହତ୍ୟା , ପୋଲିସର ଛାନଭିନ୍

By ETV Bharat Odisha Team

Published : Jan 31, 2024, 10:09 AM IST

thumbnail

Man died in Ganjam: ବ୍ରହ୍ମପୁର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା ଅଭିଯୋଗ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ କୈରାଶୀ ଗ୍ରାମରେ ଏଭଳି ଘଟଣା ଘଟିଛି । ଜଣେ ୧୮ ବର୍ଷୀୟ ଯୁବକକୁ ଛୁରିରେ ଭୁସି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ମୃତକ ଜଣକ କୈରାଶୀ ଗ୍ରାମ ବେଗୁନିଆପଡା ସାହିର ଅରୁଣ ଦାସଙ୍କ ପୁଅ ରାଜେଶ ଦାସ ବୋଲି ଜଣାପଡିଛି । ରାଜେଶ ତାଙ୍କ ମଆଙ୍କ ପାଇଁ ଓୌଷଧ ଆଣିବାକୁ ଯାଉଥିବା ବେଳେ ତାଙ୍କ ଉପରେ କିଛି ଦୁର୍ବୃତ୍ତ ସଂଘବଦ୍ଧ ଆକ୍ରମଣ କରିଥିଲେ  । ଏନେଇ ଗୁରୁତର ଅବସ୍ଥାରେ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଗତ ବର୍ଷେ ତଳେ କ୍ରିକେଟ ଖେଳକୁ ନେଇ ଜଣକୁ କିଛି ଯୁବକ ବ୍ୟାଟରେ ମାଡ ମାରିଥିଲେ । ଉକ୍ତ ଘଟଣାର ଭିଡିଓ ଭାଇରାଲ ହେବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଥିଲା । ତେବେ ଯୁବକ ଜଣକ ଜେଲ ଯାଇ ଜାମିନରେ ଆସିବା ପରେ ପ୍ରତିଶୋଧ ପରାୟଣ ହୋଇ ଏପରି ହତ୍ୟାକାଣ୍ଡ କରିଥିବା ଅନୁମାନ କରାଯାଉଛି। ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.