ବୁଥରେ ପହଞ୍ଚି ଭୋଟ ଦେଲେ ହେଭିୱେଟ, ଭୋଟିଂ ପାଇଁ ଦେଲେ ଆହ୍ୱାନ - Lok Sabha Election Voting

By ETV Bharat Odisha Team

Published : Apr 26, 2024, 11:00 AM IST

thumbnail
()

ନୂଆଦିଲ୍ଲୀ: ଜାରି ରହିଛି ଦ୍ବିତୀୟ ପର୍ଯ୍ୟାୟ ମତଦାନ । ମୋଟ ୮୮ ଆସନରେ ଭୋଟ ପଡୁଥିବା ବେଳେ ସେଥିମଧ୍ୟରୁ ଅନେକ ଆସନରେ ବିଭିନ୍ନ ଦଳର ବହୁ ହେଭିୱେଟ ଅଛନ୍ତି  । ଯେମିତିକି ରାହୁଲ ଗାନ୍ଧୀ, ଶଶୀ ଥରୁର, ରାଜୀବ ଚନ୍ଦ୍ରଶେଖରଙ୍କ ଭଳି ଟାଣୁଆ ନେତାଙ୍କ ସହ ହେମା ମାଳିନୀ ଏବଂ ଅରୁଣ ଗୋଭିଲ ଆଦି ଚର୍ଚ୍ଚିତ ନେତାଙ୍କ ଆଜି ଭାଗ୍ୟ ପରୀକ୍ଷା ହେଉଛି । ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମତଦାନ ଚାଲିବ । ତେବେ ଆଜି ବିଭିନ୍ନ ରାଜ୍ୟର ମତଦାନ କେନ୍ଦ୍ରରେ ପହଞ୍ଚି ବଡ ବଡ ନେତାମାନେ ନିଜର ମତସାବ୍ୟସ୍ତ କରୁଥିବା ଦେଖିବାକୁ ମିଳୁଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଠାରୁ ଆରମ୍ଭ କରି ପୂର୍ବତନ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ବିଜେପି ନେତ୍ରୀ ବସୁନ୍ଧରା ରାଜେ, କେନ୍ଦ୍ରମନ୍ତ୍ରୀ ମୁରଲୀଧରନ, ମଧ୍ୟପ୍ରଦେଶ ଉପମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ଶୁକ୍ଲା, ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦବୋଷ, କଂଗ୍ରେସ ନେତା କେସି ବେଣୁଗୋପାଳ ପ୍ରମୁଖ ସକାଳୁ ବୁଥରେ ପହଞ୍ଚି ଭୋଟ ଦେଇଛନ୍ତି । ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡିଏସ ସଭାପତି ଏଚଡି ଦେବଗୌଡା ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଯୋଗୁଁ ଚାଲି ନପାରିବା ସତ୍ତ୍ବେ ସେ ବୁଥରେ ପହଞ୍ଚି ମତଦାନ କରୁଥିବାର ଦେଖିବାକୁ ମିଳିଛି  ।  ଦେଖନ୍ତୁ ଏହି ଦୃଶ୍ୟ...

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.