ଢେଙ୍କାନାଳରେ କଂଗ୍ରେସରୁ ସୁସ୍ମିତା ଓ ସସ୍ମିତାଙ୍କ ନାମାଙ୍କନ ଦାଖଲ - Lok Sabha Election 2024

By ETV Bharat Odisha Team

Published : May 3, 2024, 11:08 PM IST

thumbnail
Lok Sabha Election 2024 (Etv Bhrat Odisha)

Lok Sabha Election 2024 : ଢେଙ୍କାନାଳ: ଆଜି କଂଗ୍ରେସ ପକ୍ଷରୁ ଢେଙ୍କାନାଳ ସାଂସଦ ପ୍ରାର୍ଥୀ ଭାବେ ସସ୍ମିତା ବେହେରା ଓ ଢେଙ୍କାନାଳ ବିଧାୟିକା ପ୍ରାର୍ଥୀ ଭାବେ ସୁସ୍ମିତା ସିଂହଦେଓ ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଉଭୟେ ଏକ ଶୋଭାଯାତ୍ରାରେ ଯାଇ ପ୍ରଥମେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଓ ପରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ପହଞ୍ଚି ଥିଲେ। ଏହି ଅବସରରେ ସାଂସଦ ପ୍ରାର୍ଥୀ ସସ୍ମିତା ବେହେରା ଢେଙ୍କାନାଳ ଜିଲ୍ଲାପାଳଙ୍କ ପାଖରେ ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେହିପରି ଉପଜିଲ୍ଲାପାଳଙ୍କୁ କଂଗ୍ରେସ ଢେଙ୍କାନାଳ ପ୍ରାର୍ଥୀ ଭାବେ ସୁସ୍ମିତା ସିଂହଦେଓ ତାଙ୍କର ପ୍ରାର୍ଥୀ ପତ୍ର ଦାଖଲ କରିଥିବା ଜଣାପଡିଛି ।  

ଏହା ମଧ୍ୟ ପଢ଼ନ୍ତୁ.. ଝାରସୁଗୁଡ଼ା ପାଇଁ ନାମାଙ୍କନ ଭରିଲେ ଦୀପାଳି ଦାସ - Dipali Das Files Nomination

ଏହି ଅବସରରେ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ରଖି କଂଗ୍ରେସ ସାଂସଦ ପ୍ରାର୍ଥୀ ସସ୍ମିତା ବେହେରା କହିଛନ୍ତି "ବିଜପି ଏବଂ ବିଜେଡି ଉଭୟେ ଅଦୃଶ୍ୟ ଭବେ ଗଠବନ୍ଧନ କରିଛନ୍ତି । ଆଉ ରାଜ୍ୟ ହେଉ କି ଦେଶ ବିକାଶ ନାମରେ ବିନାଶ ଆଡକୁ ନେଉଛନ୍ତି । କଂଗ୍ରେସ ଏକ ମାତ୍ର ଦଳ ଯିଏ ଯାହା ପ୍ରତିଶ୍ରୁତି ଦିଏ ତାହା କରିଦେଖାଏ । ଏହି କ୍ରମରେ କଂଗ୍ରେସର ୫ନ୍ୟାୟ ଓ ୨୫ଗ୍ୟାରେଣ୍ଟିକୁ ନେଇ ଲୋକଙ୍କ ପାଖକୁ ଯିବ ଆଉ ପରିବର୍ତ୍ତନର ସ୍ୱରରେ ଭୋଟର ସାମିଲ ହେବେ । ଦୁର୍ନିତୀ ଓ ଭ୍ରଷ୍ଟାଚାରରେ ବୁଡିରହିଥିବା ଉଭୟ ବିଜେଡି ଓ ବିଜେପି ବିରୁଦ୍ଧରେ କଂଗ୍ରେସର ଲଢେଇ। ଏହି ଲଢେଇ ଆମର ସ୍ୱାଭିମାନ ପାଇଁ । ଖଣି ଖଦାନ ଓ ରାଜ୍ୟର ଭରପୁର ସମ୍ପତି ଓ ଲୋକନଙ୍କ ସ୍ୱାର୍ଥକୁ ଲୁଟ କରୁଥିବା ଲୁଟିଖିଆଙ୍କ ବିରୁଦ୍ଧରେ ରାଜ୍ୟର ଖଟିଖିଆଙ୍କ ଏହି ଲଢେଇ ।" ଆଉ ପରିବର୍ତ୍ତନର ସ୍ୱରରେ ଭୋଟର ସାମିଲ ହେବେ ବୋଲି ଦୃଢ଼ ଆଶା ବୋଲି ପ୍ରକାଶ କରିଛନ୍ତି ସାଂସଦ ପ୍ରାର୍ଥୀ ସସ୍ମିତା ବେହେରା।  

ଇଟିଭି ଭାରତ, ଢ଼େଙ୍କାନାଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.