ବାଲେଶ୍ବରରେ ଅଛି କି ଭୀମଙ୍କ ଶର ? ଜାଣନ୍ତୁ କାହିଁକି ଉଠିଛି ଏମିତି ଦାବି

By ETV Bharat Odisha Team

Published : Jan 25, 2024, 10:20 AM IST

thumbnail

Bhima's Arrow: ବାଲେଶ୍ବର: କଥାରେ ଅଛି ବିଶ୍ୱାସରେ ମିଳଇ ହରି । ପୁରାଣ କାଳରୁ କିଛି କଥା ଏବେ ମଧ୍ୟ ଲୋକଙ୍କ ବିଶ୍ୱାସ ଭିତରେ ରହିଛି । ଯେମିତି ବାଲେଶ୍ଵର ଜିଲ୍ଲା ଔପଦା ବ୍ଲକ ଦେବଗିରି ପାହାଡ଼ର ପାଣ୍ଡବଘେରା । ଯେଉଁଠିକି ପାଣ୍ଡବମାନେ ବନବାସରେ ଥିବାବେଳେ ଏହି ସ୍ଥାନରେ କିଛିଦିନ ରହିଥିଲେ ବୋଲି ଏହାର ନାମ ପାଣ୍ଡବଘେରା ରହିଛି । ସେହି ବାଲେଶ୍ବର ଜିଲ୍ଲାରେ ଭୀମଙ୍କ ଶର ଥିବା ଦାବି କରିଛନ୍ତି ଲୋକେ । ଜିଲ୍ଲାର ଖଇରା ବ୍ଲକ ଅନ୍ତରା ଓସଙ୍ଗ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ବାଡ଼ିପଟେ ଥିବା ଏକ ପୋଖରୀରେ ପଞ୍ଚୁପାଣ୍ଡବ ଭୀମଙ୍କ ଶର ପଡିଥିବା ଲୋକମାନେ ଦାବି କରୁଛନ୍ତି । କାହିଁ କେଉଁ କାଳରୁ ଏହି ଶର ପଡିଥିବା ଲୋକମାନେ କହୁଥିବା ବେଳେ ଏହା ପୋଖରୀ ଖୋଳିବା ପରେ ହିଁ ସମସ୍ତଙ୍କ ନଜରକୁ ଆସିଥିଲା ।

ଓସଙ୍ଗ ଗ୍ରାମର ନୃସିଂହ ଚରଣ ପୃଷ୍ଟିଙ୍କ ବାଡ଼ିରେ ଭୀମଙ୍କ ଶର ପଡିଥିବା ଗ୍ରାମବାସୀମାନେ ଦାବି କରିଛନ୍ତି । ଏମିତିକି ଏହି ଶରକୁ ଦେଖିବା ପାଇଁ ଲୋକମାନଙ୍କ ଭିଡ଼ ମଧ୍ୟ ଜମୁଛି । ଆଜକୁ ବହୁ ବର୍ଷ ତଳେ ଏହି ଶରଟି ଏହିଠାରେ ପଡିଥିବା ବେଳେ ଗ୍ରାମବାସୀ ମାନେ ଏହାର ୩୦ଫୁଟ ତଳକୁ ଖୋଳିବାକୁ ଚେଷ୍ଟା କରିଥିଲେ । ମାତ୍ର ଏକ ଭୟଙ୍କର ଗର୍ଜନ ହେବାସହ ମେସିନଟି ଭାଙ୍ଗି ଯାଇଥିଲା ବୋଲି ଲୋକ କହିଛନ୍ତି । ଉପରକୁ ଏହି ଜିନିଷଟି ଏକ ପ୍ରକାର ସିମେଣ୍ଟ ଖୁଣ୍ଟ ଭଳି ଦେଖା ଯାଉଥିବାବେଳେ ଏହାର ଅଗ୍ରଭାଗ ସାମାନ୍ୟ ମୂନିଆ ହୋଇଥିବାରୁ ଏହା ଏକ ଶର ଭଳି ଦିଶୁଛି । ଯେଉଁଥିପାଇଁ ଲୋକମାନେ ଏହାକୁ ଭୀମଙ୍କ ଶର ବୋଲି କହୁଛନ୍ତି ।

ବିଦ୍ର: ଏହା ପ୍ରକୃତରେ ଭୀମଙ୍କ ଶର ବୋଲି ‘ଇଟିଭି ଭାରତ’ ସ୍ପଷ୍ଟ କରେନାହିଁ । ଲୋକଙ୍କ ଦାବିକୁ ନେଇ ଉଲ୍ଲେଖ କରାଯାଇଛି । ଗବେଷଣା ପରେ ହିଁ ଏହା ପ୍ରକୃତରେ ଭୀମଙ୍କ ଶର ନା ଆଉ କିଛି ତାହା ଜଣାପଡିବ । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.