ଦେଶରେ ଗ୍ରୀଷ୍ମପ୍ରବାହ ଜାରି, ଜମ୍ମୁ-କାଶ୍ମୀରରେ ମନ ମୋହୁଛି ତୁଷାରପାତ - Snowfall In Jammu And Kashmir

By ETV Bharat Odisha Team

Published : Apr 16, 2024, 11:32 AM IST

thumbnail

Snowfall In Jammu And Kashmir: ଜମ୍ମୁ-କାଶ୍ମୀର: ଦେଶରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଅନେକ ରାଜ୍ୟରେ ତାତି ଅସହ୍ୟ ହେବାରେ ଲାଗିଛି । ଦିନକୁ ଦିନ ପାପମାତ୍ରା ବୃଦ୍ଧି ପାଇ ୩୫ରୁ ୪୦ ଡିଗ୍ରୀ ଉପରେ ରହୁଛି । ସକାଳ ୭ଟା ହେଲେ ଖରା ହେଉଥିବା ବେଳେ ଲୋକ ଘରୁ ବାହାରକୁ ଯିବାକୁ ଭୟ କରୁଛନ୍ତି । ଗ୍ରୀଷ୍ମର ପ୍ରଭାବରେ ଅସ୍ତବ୍ୟସ୍ତ ହେଲାଣି ଜନଜୀବନ । ଏପରି ସାରା ଦେଶରେ ଖରା ଦାଉ ସାଧୁଥିବା ବେଳେ ଭାରତର ଭୂସ୍ୱର୍ଗ କୁହାଯାଉଥିବା ଜମ୍ମୁ-କାଶ୍ମୀରରେ କିନ୍ତୁ ପ୍ରକୃତିର ଭିନ୍ନ ରୂପ ଦେଖିବାକୁ ମିଳିଛି । ଗ୍ରୀଷ୍ମଦିନରେ ଜମ୍ମୁ-କାଶ୍ମୀରରେ ଦେଖିବାକୁ ମିଳିଛି ପ୍ରବଳ ତୁଷାରପାତ । ସୋମବାର ସନ୍ଧ୍ୟାରେ ଗାଦରବଲ ଜିଲ୍ଲାର ସୋନମାର୍ଗରେ ତୁଷାରପାତ ହୋଇଛି । ଚାରିଆଡେ ବରଫର ଧଳା ଚାଦରରେ ଘୋଡେଇ ହୋଇଛି ପ୍ରକୃତି ରାଣୀ । ଲୋକେ ଏହି ଦୃଶ୍ୟକୁ ବେଶ ଉପଭୋଗ କରୁଛନ୍ତି । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.