ଦ୍ୱିତୀୟ ଆନ୍ତଃ ବିଶ୍ବବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତା ଉଦଯାପିତ

By ETV Bharat Odisha Team

Published : Feb 14, 2024, 5:13 PM IST

thumbnail

Inter University Sports meet: କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଚାଲିଥିବା ଦ୍ୱିତୀୟ ଆନ୍ତଃ ବିଶ୍ବବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତା ଆଜି ଉଦଯାପିତ ହୋଇଛି । ଏହି ଅବସରରେ କଟକ ମେୟର ସୁବାଷ ସିଂହ ଓ କମିଶନର ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଯୋଗ ଦେଇ କୃତି ପ୍ରତିଯୋଗୀ ଓ ଦଳ ଗୁଡିକୁ ପୁରସ୍କାର ବିତରଣ କରିଥିଲେ । 8 ଦିନ ବ୍ୟାପି ଏହି ପ୍ରତିଯୋଗିତା ରେଭେନ୍ସା ଗ୍ରାଉଣ୍ଡରେ ଆୟୋଜିତ କରାଯାଇଥିଲା । କ୍ରୀଡ଼ାରେ ଭଲ ପ୍ରଦର୍ଶନ କରୁଥିବା ବିଶ୍ୱବିଦ୍ୟାଳୟ ଓ ଦଳକୁ ପୁରସ୍କାର ଭାବେ ଟ୍ରଫି ସହ ଅର୍ଥରାଶି ମଧ୍ୟ ପ୍ରଦାନ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ.....  ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଅନ୍ତଃ ବିଶ୍ୱବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତା ଉଦଘାଟିତ

ଗତ ଫେବୃଆରୀ 6 ତାରିଖରେ ରେଭେନ୍ସା ବିଶ୍ବବିଦ୍ୟାଳୟରେ ଏହି ଓଡିଶା ଆନ୍ତଃ ବିଶ୍ବବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତାର ଉଦଘାଟିତ ହୋଇଥିଲା । ଏହି ପ୍ରତିଯୋଗିତାରେ ସାରା ରାଜ୍ୟର 27ଟି ବିଶ୍ବବିଦ୍ୟାଳୟର 27 ଶହରୁ ଅଧିକ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ଉଭୟ ପୁରୁଷ ଓ ମହିଳା ବର୍ଗରେ କ୍ରିକେଟ, ଫୁଟବଲ, ଭଲି, ବାସ୍କେଟବଲ, କବାଡି, ଖୋଖୋ ଓ ହକି ଭଳି ସାତୋଟି ଆଉଟ ଡୋର ଖେଳ ହୋଇଥିବା ବେଳେ 6ଟି ଇନ ଡୋର ଖେଳ ପ୍ରତିଯୋଗିତା କରାଯାଇଥିଲା । 

ରେଭେନ୍ସା ବିଶ୍ବବିଦ୍ୟାଳୟର ପୁରୁଣା ଓ ନୂଆ କ୍ୟାମ୍ପସରେ ସମସ୍ତ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ରାଜ୍ୟରେ କ୍ରୀଡାର ଭିତ୍ତିଭୂମି ଓ କ୍ରୀଡାବିତ ମାନେ ଏବେ ବିଶ୍ବସ୍ତରରେ ପହଞ୍ଚି ସାରିଲେଣି ବୋଲି ସେ କହିଥିଲେ । କାର୍ଯ୍ୟକ୍ରମରେ ଭାରୋତ୍ତୋଳକ କେ. ରବିକୁମାର, ମାରାଥନର ବିବେକାନନ୍ଦ ତ୍ରିପାଠୀ, କ୍ରିକେଟର ଚିନ୍ମୟାନନ୍ଦ ଜେନା ଓ ବ୍ୟାଡମିଣ୍ଟନ ଖେଳାଳି ଅନୁପ ମିଶ୍ରଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ । 

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.