ସତ୍ୟବାଦୀରେ ଫନି ହିତାଧିକାରୀଙ୍କ ବିକ୍ଷୋଭ

By ETV Bharat Odisha Team

Published : Feb 26, 2024, 8:16 PM IST

thumbnail

Cyclone Affected People Protest: ନିମାପଡ଼ା: ଫନି ହିତାଧିକାରୀ ମାନଙ୍କର ହକ୍ ପାଇଁ ବିକ୍ଷୋଭ । ପୁରୀ ଜିଲ୍ଲା ଫନି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସତ୍ୟବାଦୀ ବ୍ଲକ ସମ୍ମୁଖରେ ପ୍ରତିବାଦ । ଫନି ବାତ୍ୟା ସହୟତା ରାଶି ମିଳିନଥିବା ଅଭିଯୋଗରେ ବକୁଳ ବନ ଠାରୁ ଶତାଧିକ ଲୋକେ ଏକ ଶୋଭାଯାତ୍ରାରେ ଆସି ବ୍ଲକ ସମ୍ମୁଖରେ ଆନ୍ଦୋଳନ କରିଛନ୍ତି । ଏହା ସହ କମିଟି ତରଫରୁ ସତ୍ୟବାଦୀ ଏବିଡ଼ିଓଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦିଆଯାଇଛି । 

ସେପଟେ କମିଟିର ଆବାହକ କରିଛନ୍ତି ଯେ, ଆମ୍ଭେ କ'ଣ ସାବତ ପୁଅ ? ସତ୍ୟବାଦୀ ତହସିଲରୁ ୧୫କୋଟି ୫୦ ଲକ୍ଷ ଏବଂ କଣାସ ତହସିଲରୁ ୬କୋଟି ୮୦ ଲକ୍ଷ ଫେରେଇ ନିଆଗଲା । ଆଜି ପର୍ଯ୍ୟନ୍ତ କ୍ଷତିଗ୍ରସ୍ତ ମାନେ ପାଲ ତଳେ ଜୀବନ କାଟୁଛନ୍ତି । ୫ଟି ନାମରେ ଯେଉଁ ପ୍ରହସନ କରାଯାଉଛି, ଏହାକୁ ଆମେ ଦୃଢ଼ ନିନ୍ଦା କରୁଛୁ ।" ସେହିପରି ଫନି ସାହାଯ୍ୟ ପାଇବା ପାଇଁ ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଏବଂ ସତ୍ୟବାଦୀ ତହସିଲରେ ପ୍ରାୟ ୪୪୫ ଦିନ ଗଣଆନ୍ଦୋଳନ ତଥା ଅନଶନ କରିଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ନେଉନାହାନ୍ତି । ଆମେ କାହାରି ଦୟା ନୁହେଁ, ହକ୍ ପାଇଁ ଲଢ଼େଇ କରିବୁ ।"

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.