ରାମଲାଲାଙ୍କ ପାଇଁ ବିଶାଳ ରାଲି, ଜୟ ଶ୍ରୀରାମ ନାରାରେ କମ୍ପିଲା ଖଡ଼ିଆଳ

By ETV Bharat Odisha Team

Published : Jan 23, 2024, 7:51 AM IST

thumbnail

Ramlala Pran Pratishtha: ନୂଆପଡା: ଜିଲ୍ଲା ଖଡ଼ିଆଳଠାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ବହୁ ଆଡମ୍ବର ସହ ପାଳିତ ହୋଇଯାଇଛି । ନଗରପାଳ ଉଜ୍ଜ୍ୱଳ ଗୁପ୍ତାଙ୍କ ନେତୃତ୍ୱରେ ସହରରେ ମର୍ଯ୍ୟାଦା ପୁରୋଷୋତ୍ତମ ପ୍ରଭୁ ରାମଚନ୍ଦ୍ରଙ୍କ ପାଇଁ ଫୁଲରେ ସଜ୍ଜିତ ଆକର୍ଷଣୀୟ ରଥ ନିର୍ମାଣ କରାଯାଇଥିଲା । ରଥ ଉପରେ ରାମଲାଲାଙ୍କ ବିଶାଳ ଫୋଟୋ ଚିତ୍ରକୁ ସ୍ଥାପନ କରି ଖଡ଼ିଆଳ ଠାକୁରାଣୀ ଦେବୀ ମନ୍ଦିରଠାରୁ ବାହାରି ସହର ପରିକ୍ରମା କରାଯାଇଛି । ଏହି ବିଶାଳ ଧାର୍ମିକ ଶୋଭାଯାତ୍ରାରେ ସଂକୀର୍ତ୍ତନ, ଘୁମୁରା, ଘଣ୍ଟ ଶଙ୍ଖ, ଡିଜେ ବାଜାଗାଯା ନିନାଦରେ ପ୍ରକମ୍ପିତ ହୋଇଛି ଖଡ଼ିଆଳ ସହର । ଏଥିରେ ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁ ସାମିଲ ହୋଇ ନିଜକୁ ଧନ୍ୟ ମନେ କରିଛନ୍ତି । 

ମର୍ଯ୍ୟାଦା ପୁରୋଷୋତ୍ତମ ପ୍ରଭୁ ରାମଚନ୍ଦ୍ରଙ୍କ ରଥକୁ ସ୍ୱାଗତ କରିବା ପାଇଁ ସହରବାସୀ ଘରେ ଘରେ ରଙ୍ଗ ବେରଙ୍ଗର ଝୋଟି ଚିତ୍ତା ପକାଇ ରଥକୁ ସ୍ୱାଗତ କରିଛନ୍ତି । ଅଯୋଧ୍ୟା ନଗରୀରେ ପ୍ରଭୁ ରାମଲାଲାଙ୍କର ପ୍ରାଣ ପ୍ରତିଷ୍ଠା ହେଉଥିବାବେଳେ ଖଡ଼ିଆଳଠାରେ ତାର ପ୍ରତିଫଳନ ଦେଖିବାକୁ ମିଳିଛି । ଶୋଭାଯାତ୍ରା ଖଡ଼ିଆଳ ଠାକୁରାଣୀ ମନ୍ଦିରଠାରୁ ଲକ୍ଷ୍ମୀ ଛକ, ଆଜାଦ ଛକ, ଥାନା ଛକ ଦେଇ ସହର ଭ୍ରମଣ କରିଛି । ଜୟ ଶ୍ରୀରାମ ଧ୍ୱନିରେ ପ୍ରକମ୍ପିତ ହୋଇଛି ସହର । ଏହି କାର୍ଯ୍ୟକ୍ରମରେ ନଗରପାଳ ସମେତ ସମସ୍ତ କାଉନସିଲର ସାମିଲ ହୋଇଥିଲେ । ଦୀର୍ଘ 500 ବର୍ଷର ପ୍ରତୀକ୍ଷାର ଅନ୍ତ ଘଟିଛି । ଅଯୋଧ୍ୟା ନଗରୀରେ ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଛି । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.