ମହାରାଷ୍ଟ୍ରକୁ ହେଉଥିଲା ଗଞ୍ଜେଇ ଚାଲାଣ, ଧରିଲା ବୌଦ୍ଧ ପୋଲିସ

By ETV Bharat Odisha Team

Published : Feb 24, 2024, 9:25 AM IST

thumbnail

Ganja Seized in Boudh: ବୌଦ୍ଧ: ବୌଦ୍ଧ ପୋଲିସକୁ ବଡ଼ ସଫଳତା । ମହାରାଷ୍ଟ୍ରକୁ ଟ୍ରକ୍‌ ଯୋଗେ ଚାଲାଣ ହେଉଥିବା ବିପୁଳ ପରିମାଣର ଗଞ୍ଜେଇକୁ ଜବତ କରିଛି ପୋଲିସ । ଏହି ଘଟଣାରେ ଟ୍ରକ୍‌ ଚାଳକ ମହାରାଷ୍ଟ୍ର ନାଗପୁରର ଆଜାତ ସରଫରାଜ ଖାନ୍‌ ଓ ହେଲ୍‌ପରଙ୍କୁ ସିଦ୍ଧନାଥ ରାମ ମିଳନ ଯାଦବଙ୍କୁ ଗିରଫ କରାଯାଇଛି । ଏନେଇ ବୌଦ୍ଧ ଆଦର୍ଶ ଥାନାରେ ଏସ୍‌ପି ରାଜ ପ୍ରସାଦ ସାମ୍ବାଦିକ  ସମ୍ମିଳନୀରେ କରି ସୂଚନା ଦେଇଛନ୍ତି  । ଗତକାଲି(ଶୁକ୍ରବାର) ସକାଳେ ଟ୍ରକ୍‌ ଯୋଗେ ମହାରାଷ୍ଟ୍ରକୁ 10ଟି ବସ୍ତାରେ ବେଆଇନ ଗଞ୍ଜେଇ ଚାଲାଣ ହେଉଥିଲା । ଏନେଇ ପୋଲିସ କୌଣସି ସୂତ୍ରରୁ ଖବରପାଇ ସଙ୍ଗେ ସଙ୍ଗେ ବୌଦ୍ଧ ବ୍ରିଜ ଛକ ନିକଟରେ ପୋଲିସ ଉକ୍ତ ଟ୍ରକ୍‌କୁ କାବୁ କରିଥିଲା । ଟ୍ରକ୍‌ରୁ ମୋଟ ୩୦୫ କେଜି ଗଞ୍ଜେଇ ମିଳିଥିଲା । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ତିନି କୋଟି ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡିଛି । ଗତ ପ୍ରାୟ ୨୦ ଦିନ ମଧ୍ୟରେ  ଜିଲ୍ଲା ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି କୋଡ଼ିଏ କ୍ବିଣ୍ଟାଲରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ କରିଥିବା ବେଳେ ୧୫ ଜଣ ଗଞ୍ଜେଇ ଚୋରାଚାଲାଣକାରୀଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.