ଫିରିଙ୍ଗିଆ ପୋଲିସର ଚଢ଼ାଉ, ୫ କ୍ବିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ

By ETV Bharat Odisha Team

Published : Feb 22, 2024, 7:52 AM IST

thumbnail

Ganja Seized in Kandhamal:ଫୁଲବାଣୀ: ଫିରିଙ୍ଗିଆ ପୋଲିସକୁ ବଡ ସଫଳତା । ଥାନା ଅଧୀନରେ ଥିବା ଏକ ଜଙ୍ଗଲରେ ଅତର୍କିତ ଚଢ଼ାଉ କରି ୫ କ୍ବିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି ଫିରିଙ୍ଗିଆ ପୋଲିସ । ତେବେ ଜଙ୍ଗଲରୁ ସମସ୍ତ ମାଫିଆ ଫେରାର ହୋଇଯାଇଛନ୍ତି । ଫିରିଙ୍ଗିଆ ଥାନା ତଳଦଣ୍ଡିକିଆ ପଞ୍ଚାୟତର ବନ୍ଧଗଡ଼ ତଳଦଣ୍ଡିକିଆ ମୁଖ୍ୟ ରାସ୍ତାର ଜୋକେ ଛକ ନିକଟରେ ଥିବା ଜଙ୍ଗଲରେ କିଛି ଗଞ୍ଜେଇ ମାଫିଆ ଚାଲାଣ ପାଇଁ ପ୍ରସ୍ତୁତି ଚଳାଇଥିଲେ । ଏନେଇ ପୋଲିସ ଖବରପାଇ ଫିରିଙ୍ଗିଆ ଥାନା ଅଧିକାରୀଙ୍କ ନେତୃତ୍ୱରେ ଥାନାରେ କାର୍ଯ୍ୟରତ ଏସଆଇ ଅଜୟ କୁମାର ସାହୁ, ଏସଆଇ ଦୀପକ ରାଉତ ଓ ଅନ୍ୟ ପୋଲିସ କର୍ମଚାରୀ ଉକ୍ତ ଜଙ୍ଗଲରେ ଅତର୍କିତ ଚଢ଼ାଉ କରିଥିଲେ । ତେବେ ପୋଲିସକୁ ଦେଖି ଜଙ୍ଗଲ ଭିତରେ ପ୍ରସ୍ତୁତି ଚଳାଇଥିବା ସମସ୍ତ ମାଫିଆ ଅନ୍ଧାରର ସୁଯୋଗ ନେଇ ଫେରାର ମାରିଥିବାବେଳେ ପୋଲିସ ଗଞ୍ଜେଇକୁ ଜବତ କରିବାରେ ସଫଳ ହୋଇଥିଲା । ଘଟଣାରେ ଫିରିଙ୍ଗିଆ ଥାନାରେ ୫୦/୨୪ରେ ଏକ ମାମଲା ରୁଜୁ କରି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗତକାଲି(ବୁଧବାର) ଜବତ ଗଞ୍ଜେଇକୁ କୋର୍ଟଚାଲାଣ କରାଯାଇଥିବା ନେଇ ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ସୂଚନା ଦେଇଛନ୍ତି ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.