କୋଣାର୍କରେ ସାମ୍ବାଦିକକୁ ମରଣାନ୍ତକ ଆକ୍ରମଣ, ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ - ATTACK ON JOURNALIST IN KONARK

By ETV Bharat Odisha Team

Published : Apr 23, 2024, 11:07 PM IST

thumbnail
()

ATTACK ON JOURNALIST IN KONARK: ନିମାପଡା: କୋଣାର୍କରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ । ଅବନିଭୁଷଣ ବାରିକ ନାମକ ଜଣେ ପ୍ରିଣ୍ଟ ମିଡିଆର ସାମ୍ବାଦିକଙ୍କୁ ଆଜି କୋଣାର୍କ ଜଗନ୍ନାଥ ମନ୍ଦିର ସମ୍ମୁଖରେ କିଛି ଦୁର୍ବୃତ୍ତ ଆକ୍ରମଣ କରିଛନ୍ତି । ସୂଚନା ଅନୁଯାୟୀ ଖବର ସଂଗ୍ରହ ପରେ ସେ ଏକ ଦୋକାନରେ ବସିଥିବା ବେଳେ ରାଉଳଭଟ ଗାଁର ରଞ୍ଜୁ ଲେଙ୍କା, ତାଙ୍କ ପୁଅ ନଟ ଲେଙ୍କା ସହିତ ଛଇତନା ଗାଁର ଆଉ ୨ ଜଣ ଲୋକ ଆସି କିଛି ବୁଝିବା ଆଗରୁ ତାଙ୍କୁ ଆକ୍ରମଣ କରିଥିଲେ । ଅଶାଳୀନ ଭାଷାରେ ଗାଳିଗୁଲଜ ସହିତ ରଡ ଓ ହାତରେ ଅବନିଙ୍କୁ ମାଡ ମାରିଥିଲେ । ସ୍ଥାନୀୟ ଲୋକ ଆସି ଘଟଣାସ୍ଥଳରେ ପହଞ୍ଚି ଅବନିଙ୍କୁ ଉଦ୍ଧାର କରିଥିଲେ । ଏହି ସମୟରେ ଅଭିଯୁକ୍ତ ମାନେ ଫେରାର ହୋଇଯାଇଥିଲେ । ଆକ୍ରମଣ ଫଳରେ ସାମ୍ବାଦିକ ଜଣଙ୍କ ଆଖିରେ ଗଭୀର ଆଘାତ ଲାଗିଛି । କୋଣାର୍କ ଥାନାରେ ଲିଖିତ ଅଭିଯୋଗ କରିବା ପରେ ସାମ୍ବାଦିକ ଅବନିଭୁଷଣ ବାରିକ ପ୍ରଥମେ କୋଣାର୍କ ମେଡିକାଲ ପରେ ପୁରୀ ସ୍ଥାନାନ୍ତରିତ ହୋଇଥିବା ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ.... କଟକରେ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ, 4 ଅଭିଯୁକ୍ତ ଗିରଫ - ATTACK ON JOURNALIST IN CUTTACK

କୋଣାର୍କ ପୋଲିସ ଅଭିଯୋଗ ପାଇ ୪ ଜଣ ଅଭିଯୁକ୍ତଙ୍କୁ ଖୋଜୁଥିବାବେଳେ ଏପର୍ଯ୍ୟନ୍ତ କାହାରିକୁ ଧରିନପାରିବାରୁ କୋଣାର୍କ ସାମ୍ବାଦିକ ସଂଘ ଦୁଃଖ ପ୍ରକାଶ କରିଛି । ଯଦି ଆଜି ୪ ଜଣଙ୍କୁ ଗିରଫ କରାନଯାଏ, ତେବେ ଆଗାମୀ ଦିନରେ କୋଣାର୍କ ସାମ୍ବାଦିକ ସଂଘ ଥାନା ସମ୍ମୁଖରେ ଧାରଣା ଦେବେ ବୋଲି କହିଛନ୍ତି । ଘଟଣାର କାରଣ ସଠିକ୍ ଜଣାପଡି ନଥିଲେ ମଧ୍ୟ ସାମ୍ବାଦିକ କୋଣାର୍କ ମନ୍ଦିର ସମ୍ମୁଖରୁ ଜବରଦଖଲ ଉଚ୍ଛେଦକୁ ନେଇ ବିଭିନ୍ନ ଗଣମାଧ୍ୟମଗୁଡିକରେ ଖବର ପ୍ରକାଶ ପାଇଥିଲା । ତେଣୁ ଉଚ୍ଛେଦ ହୋଇଥିବା କିଛି ବ୍ୟବସାୟୀ ଅସନ୍ତୁଷ୍ଟ ହୋଇଥିବା କାରଣରୁ ଏଭଳି ଘଟଣା ହୋଇଛି ବୋଲି କୁହାଯାଉଛି । ତେବେ ଦୃର୍ବୁତ୍ତକୁ କୋଣାର୍କ ପୋଲିସ ତୁରନ୍ତ ଗିରଫ କରି କଠୋର ଦଣ୍ଡ ଦେବାକୁ ବିଭିନ୍ନ ସାମ୍ବାଦିକ ସଂଗଠନ ଦାବି କରିଛନ୍ତି । ନଚେତ୍ ଆଗାମୀ ଦିନରେ ସାମ୍ବାଦିକମାନେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ନିମାପଡା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.