ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦଙ୍କ ଝିଅ ଅମିତା ହେଲେ କଂଗ୍ରେସ ବିଧାନସଭା ପ୍ରାର୍ଥୀ - Congress Candidate Amita Biswal

By ETV Bharat Odisha Team

Published : Apr 20, 2024, 9:53 PM IST

thumbnail

Congress Candidate Amita Biswal: ଝାରସୁଗୁଡ଼ା: କଂଗ୍ରେସ ଆଉ ଏକ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ ଅମିତା ବିଶ୍ବାଳ ହୋଇଛନ୍ତି କଂଗ୍ରେସ ପ୍ରାର୍ଥୀ। AICC ପକ୍ଷରୁ ଏନେଇ ସୂଚନା ପ୍ରଦାନ କରାଯାଇଛି। ଅମିତା ବିଶ୍ବାଳ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ଵର୍ଗତ ହେମାନନ୍ଦ ବିଶ୍ବାଳଙ୍କ ଝିଅ। ଅମିତା ଦୀର୍ଘ ବର୍ଷ ଧରି କଂଗ୍ରେସରେ କାର୍ଯ୍ୟ କରିଆସୁଥିଲେ।  ଗତ ୨୦୧୯ ନିର୍ବାଚନରେ ସୁନ୍ଦରଗଡ଼ ନିର୍ବାଚନ ମଣ୍ଡଳୀରୁ ସେ କଂଗ୍ରେସ ଟିକେଟ ପାଇ ନିର୍ବାଚନ ଲଢ଼ିଥିଲେ ।

ଏହା ବି ପଢନ୍ତୁ...୩ ଲୋକସଭା ଓ ୧୬ ବିଧାନସଭା ପାଇଁ ପ୍ରାର୍ଥୀ ଦେଲା କଂଗ୍ରେସ: ନିମାପଡାରୁ ଲଢିବେ ସୁରଙ୍କ ପୁଅ - Congress Candidates List

ଚଳିତ ନିର୍ବାଚନରେ କଂଗ୍ରେସ ତାଙ୍କୁ ଝାରସୁଗୁଡ଼ାର ପ୍ରାର୍ଥୀ କରିଛି । ଏହାକୁ ନେଇ ସେ AICC ସଭାପତି, ରାହୁଲ ଗାନ୍ଧୀ ଏବଂ ସମସ୍ତ ବରିଷ୍ଠ କଂଗ୍ରେସ ନେତାଙ୍କୁ ଧନ୍ୟବାଦ ଜଣାଇବା ସହିତ ଏହି ନିର୍ବାଚନରେ ଝରସୁଗୁଡ଼ାର ବିକାଶ କିଭଳି ଭାବେ ହେବ ତାହାକୁ ମୁଖ୍ୟ ମୁଦ୍ଦା କରି ନିର୍ବାଚନ ମଇଦାନକୁ ଓହ୍ଲାଇବେ ବୋଲି କହିଛନ୍ତି। ସେହିପରି ବାପାଙ୍କ ଭଳି ଜନସେବା କରିବେ ବୋଲି ମଧ୍ୟ କହିଛନ୍ତି ।

ଇଟିଭି ଭାରତ, ଝାରସୁଗୁଡ଼ା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.