ନୂଆପଡାରେ ନକଲି ବିଦେଶୀ ମଦ ଫ୍ୟାକ୍ଟ୍ରି ଠାବ, ଦୁଇ ଗିରଫ

By ETV Bharat Odisha Team

Published : Mar 2, 2024, 8:13 AM IST

thumbnail

Duplicate Liquor Factory Seized:ନୂଆପଡା: ନୂଆପଡାରେ ଠାବ ହେଲା ନକଲି ବିଦେଶୀ ମଦ କାରଖାନା । ନକଲି ମଦ କାରଖାନା ଠାବ କଲା ନୂଆପଡା ଜିଲ୍ଲା ଅବକାରୀ ବିଭାଗ । ଗତକାଲି (ଶୁକ୍ରବାର) ଖଡ଼ିଆଳ ଥାନା ଡୁଆଝର ସାଲେପଡା ଗାଁରେ ବେଆଇନ ବିଦେଶୀ ମଦ କାରଖାନାକୁ ଜିଲ୍ଲା ଅବକାରୀ ବିଭାଗ ଠାବ କରିଛି । ଏହି ମାମଲାରେ ଅବକାରୀ ବିଭାଗ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏଥିସହ ନକଲି ବିଦେଶୀ ମଦ କାରବାରରେ ବ୍ୟବହୃତ ବହୁ ପରିମାଣର ସାମଗ୍ରୀ ଜବତ ହୋଇଛି । ତେବେ ଦୁଇଜଣ ଅଭିଯୁକ୍ତ ହେଲେ ଡୁଆଝର ସାଲେପଡା ଗ୍ରାମର ସୁନୀଲ କୁମାର ମେହେର ଏବଂ ସମ୍ବଲପୁର ମାରୁତି ନଗର ଅଞ୍ଚଳର ବିକାଶ କୁମାର ବୋଲି ଜିଲ୍ଲା ଅବକାରୀ ଅଧିକ୍ଷକ ସଂଘମିତ୍ରା ପ୍ରଧାନ ସୂଚନା ଦେଇଛନ୍ତି । ତେବେ ସେଠାରୁ 216 ଗୋଟି ବିଦେଶୀ ନକଲି ମଦ ବୋତଲ,ଠିପି, ଲେବଲ, ବିଭିନ୍ନ ବ୍ରାଣ୍ଡର ଷ୍ଟିକର ସହିତ 8 ଲିଟର 640 ଗ୍ରାମ ଦେଶୀ ମଦ ଜବତ କରିଛି ସ୍କ୍ୱାର୍ଡ଼ ଦଳ । ବିଦେଶୀ ମଦ ତିଆରି ସାମଗ୍ରୀ ସମ୍ବଲପୁର ସହର ସ୍ଥିତ ମାରୁତି ନଗର ଅଞ୍ଚଳରୁ ବିକାଶ କୁମାର ନାମକ ଅଭିଯୁକ୍ତ ସପ୍ଲାଏ କରୁଥିବା ଜଣାପଡିଛି ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.