ETV Bharat / state

ମହଙ୍ଗା ପଡିଲା ମଦ ବେପାର, ବିଜେଡିରୁ ନିଳମ୍ବିତ ହେଲେ ସୁବାଷ ମାଝୀ

author img

By

Published : Jan 3, 2023, 10:38 PM IST

ଢେଙ୍କାନାଲ ଜିଲ୍ଲା ଭୁବନ ଏକତାଳି ଗ୍ରାମରେ ନକଲି ମଦ କାରଖାନା କରିଥିବା ଜିଲ୍ଲାପରିଷଦ ସଭ୍ୟ ଗିରଫ ପରେ ବିଜେଡି ପକ୍ଷରୁ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହି ଘଟଣା ପରେ ଗିରଫ ଜିଲ୍ଲାପରିଷଦ ସଭ୍ୟ ସୁବାଷ ମାଝୀଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଛି । ଅଧିକ ପଢନ୍ତୁ

ମହଙ୍ଗା ପଡିଲା  ମଦ ବେପାର, ବିଜେଡିରୁ ନିଳମ୍ବିତ ହେଲେ ସୁବାଷ ମାଝୀ
ମହଙ୍ଗା ପଡିଲା ମଦ ବେପାର, ବିଜେଡିରୁ ନିଳମ୍ବିତ ହେଲେ ସୁବାଷ ମାଝୀ

ଢେଙ୍କାନାଳ: ବିଜେଡିରୁ ନିଲମ୍ବିତ ହେଲେ ଜିଲ୍ଲାପରିଷଦ ସଭ୍ୟ ସୁବାଷ ମାଝୀ । ପୋଲିସ କନେଷ୍ଟବଳ ଭାଇ ଶହ ମିଶି ଘରେ ଚଲାଇଥିଲେ ନକଲି ମଦ ତିଆରି କାରଖାନା । ଢେଙ୍କାନାଲ ଅବକାରୀ ସ୍କ୍ୱାର୍ଡର ଚଢ଼ାଉ ଓ ଗିରଫ ପରେ ବିଜେଡି ପକ୍ଷରୁ କାର୍ଯ୍ୟାନୁଷ୍ଠାନ ହୋଇଛି ସୁବାଷଙ୍କ ବିରୋଧରେ ।

ଢେଙ୍କାନାଲ ଜିଲ୍ଲା ଭୁବନ ଏକତାଳି ଗ୍ରାମରେ ନକଲି ମଦ କାରଖାନା କରିଥିବା ଜିଲ୍ଲାପରିଷଦ ସଭ୍ୟ ଗିରଫ ପରେ ବିଜେଡି ପକ୍ଷରୁ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହି ଘଟଣା ପରେ ଗିରଫ ଜିଲ୍ଲାପରିଷଦ ସଭ୍ୟ ସୁବାଷ ମାଝୀଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଛି । ଏ ସମ୍ପର୍କରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଢେଙ୍କାନାଲ ଜିଲ୍ଲା ବିଜେଡି ସଭାପତି ତଥା ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ତାଙ୍କୁ ନିଲମ୍ବିତ କରିଛନ୍ତି ।

ମହଙ୍ଗା ପଡିଲା  ମଦ ବେପାର, ବିଜେଡିରୁ ନିଳମ୍ବିତ ହେଲେ ସୁବାଷ ମାଝୀ
ମହଙ୍ଗା ପଡିଲା ମଦ ବେପାର, ବିଜେଡିରୁ ନିଳମ୍ବିତ ହେଲେ ସୁବାଷ ମାଝୀ

ଗିରଫ ସୁବାଷ ମାଝୀ ଭୁବନ ଜୋନ-୩ ଜିଲ୍ଲାପରିଷଦ ସଭ୍ୟ ଭାବେ ବିଜେଡି ଦଳରୁ ଗତ ନିର୍ବାଚନରେ ନିର୍ବାଚିତ ହୋଇଥିଲେ। ସୁବାଷ ତାଙ୍କ ଭାଇ ତଥା ପୋଲିସ କନେଷ୍ଟବଳ ସୁଶାନ୍ତ ଦଳେଇ ଓ ଅରବିନ୍ଦ ଦାସଙ୍କ ସହ ଭୁବନ ଥାନା ଏକତାଳି ଗ୍ରାମରେ ଚଳାଇଥିଲେ ଏହି ନକଲି ମଦ ତିଆରି କାରଖାନା । ଆଜି ଭୋର ସମୟରେ ଅବକାରୀ ସ୍କ୍ୱାର୍ଡ ପକ୍ଷରୁ ଚଢ଼ାଉ କରାଯାଇ ସୁବାଷଙ୍କ ତିନି ଭାଇଙ୍କୁ ଗିରଫ କରିଥିଲା ଅବକାରୀ ବିଭାଗ । ଏହା ସହ ବିପୁଳ ପରିମାଣରେ ନକଲି ବିଦେଶୀ ମଦ, ମଦ ପ୍ରସ୍ତୁତ ପାଇଁ ବିଭିନ୍ନ ସାମଗ୍ରୀ ଓ ମେସିନ ଦୁଇଟି ଜୀବନ୍ତ ଗୁଳି ଜବତ କରାଯାଇଥିଲା ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.