ରାସ୍ତା ଉପରେ ହୁହୁ ହୋଇ ଜଳିଗଲା ମିକ୍ସଚର ମେସିନ ଗାଡି

By ETV Bharat Odisha Team

Published : Feb 3, 2024, 8:05 AM IST

thumbnail

Concrete mixture machine vehicle catches fire: କେନ୍ଦ୍ରାପଡା: ଜାତୀୟ ରାଜପଥ ଉପରେ ହୁ ହୁ ହୋଇ ଜଳିଗଲା ରାଜପଥ କାମରେ ନିୟୋଜିତ ମେସିନ । ଆତଙ୍କିତ ଅବସ୍ଥାରେ ଧାଁ ଧଉଡ଼ କଲେ ଆଖପାଖରେ ଥିବା ଲୋକେ । କେନ୍ଦ୍ରାପଡା ଡେରାବିଶ ଥାନା ଅନ୍ତର୍ଗତ ୫୩ ନମ୍ବର ଚଣ୍ଡୀଖୋଲ-ପାରାଦ୍ୱୀପ ଜାତୀୟ ରାଜପଥର ଲକ୍ଷ୍ମୀନାରାୟଣପୁର ଛକ ନିକଟରେ ଏହି ଘଟଣା ଘଟିଛି । ଏକ କଙ୍କ୍ରିଟ୍ ମିକ୍ସଚର ମେସିନ ହଠାତ ହୁତୁହୁତୁ ହୋଇ ଜଳିଯାଇଥିଲା । 

ଏହାମଧ୍ୟ ପଢନ୍ତୁ..ଅନୁଗୋଳରେ ସିରିଜ ଦୁର୍ଘଟଣା, ପରସ୍ପରକୁ ଧକ୍କା ଦେଇ ଜଳିଗଲା 3 ଗାଡି

ସୂଚନାନୁଯାୟୀ, ଜାତୀୟ ରାଜପଥ ସମ୍ପ୍ରସାରଣ କାମରେ ନିୟୋଜିତ ହୋଇଥିବା ଉକ୍ତ ମେସିନଟି ଚଣ୍ଡିଖୋଲରୁ ପାରାଦ୍ୱୀପ ଆଡକୁ ମାଲ୍ ନେଇ ଯାଉଥିବା ବେଳେ ହଠାତ୍ ରାସ୍ତା ମଝିରେ କୌଣସି କାରଣରୁ ନିଆଁ ଲାଗି ମେସିନଟି ଜଳି ଯାଇଥିଲା । ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ ସୁଦ୍ଧା ଏଥିରେ ବିଫଳ ହେବା ପରେ ଡେରାବିଶ ଅଗ୍ନିଶମକୁ ଖବର ଦେଇଥିଲେ । ପରେ ଖବର ପାଇ ଡେରାବିଶ୍ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଁଞ୍ଚି ନିଆଁକୁ ଆୟତ୍ତ କରିଥିଲେ । 

ତେବେ ସର୍ଟସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଥିବା ବେଳେ ଏଥିରେ କେହି ମୃତାହତ ହୋଇ ନାହାନ୍ତି । ଜଳିଯାଇଥିବା ମିକ୍ସଚର ମେସିନଟି ସମ୍ପୃକ୍ତ ଠିକାଦାରୀ ସଂସ୍ଥା କାମରେ ଲଗାଇଥିବା ବେଳେ ଚାରି ଲାଇନରୁ ଛଅ ଲାଇନକୁ ସମ୍ପ୍ରସାରଣ କରାଯାଉଥିବା ୫୩ ନଂ ଜାତୀୟ ରାଜପଥର ୭୫ କିଲୋମିଟର ରାସ୍ତା ପାଇଁ ଶହଶହ ଗାଡି ଏହି କାମରେ ନିୟୋଜିତ ଥିବା ସୂଚନା ମିଳିଛି।
 

ଇଟିଭି ଭାରତ, କେନ୍ଦ୍ରାପଡା 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.