ପାରାଦ୍ୱୀପରେ ମିଳିତ ସମରଭ୍ୟାସ 'ସାଗର କବଚ' - COASTAL SECURITY EXERCISE

By ETV Bharat Odisha Team

Published : Mar 21, 2024, 7:43 PM IST

thumbnail

SAGAR KAVACH 2024: ପାରାଦ୍ଵୀପ: ଦୁଇଦିନ ଧରି ଚାଲିଥିବା ମିଳିତ ସମରାଭ୍ୟାସ "ସାଗର କବଚ-୧" ଆଜି ଶେଷ ହୋଇଛି । ଏହି ସମରାଭ୍ୟାସରେ ସଫଳ ହୋଇଛି ବ୍ଲୁ ଟିମ୍ । ଓଡ଼ିଶାର ୪୮୦ କିଲୋମିଟର ବ୍ୟାପି ସମୁଦ୍ର ବେଳାଭୂମିରେ ବାହ୍ୟ ଶତ୍ରୁଙ୍କ ମୁକାବିଲା ପାଇଁ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରିବା ପାଇଁ ପ୍ରତ୍ୟେକ ବର୍ଷ ପାଳନ ହେଉଛି ଏହି ମିଳିତ ସମରାଭ୍ୟାସ । ଏଥିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ୧୮ରୁ ଊର୍ଦ୍ଧ୍ବ ବିଭାଗ ସାମିଲ ହେବା ସହିତ ବିପଦ ସମୟରେ ସମସ୍ତ ବିଭାଗ ମଧ୍ୟରେ କିଭଳି ସମନ୍ୱୟ ରକ୍ଷା କରି ଏହାର ମୁକାବିଲା କରିବା ହିଁ ଏହାର ଲକ୍ଷ୍ୟ ।

ତେବେ ୨୦୦୮ ମସିହା ମୁମ୍ବାଇ ଆକ୍ରମଣ ପରଠାରୁ ଏହି ମିଳିତ ସମରାଭ୍ୟାସ କରାଯାଉଛି । ଏଥିରେ ଓଡ଼ିଶା ପୋଲିସ, ମେରାଇନ ପୋଲିସ, କୋଷ୍ଟଗାର୍ଡ, ନ୍ୟାଭି, ମତ୍ସ୍ୟ ବିଭାଗ, ଅଗ୍ନିଶମ ବିଭାଗ, ପାରାଦ୍ଵୀପ ବନ୍ଦର, ଇମିଗ୍ରେସନ ବିଭାଗ, ଇଟେଲିଜେନ୍ସ, ବନ ବିଭାଗ ,ସିଆଇଏସଏଫ , କଷ୍ଟମ୍ସ ବିଭାଗ ସମେତ ୧୮ଟି ବିଭାଗ ସାମିଲ ହୋଇଥିଲେ । 

ଏହା ମଧ୍ୟ ପଢନ୍ତୁ ....ଶତ୍ରୁଙ୍କୁ ଦିଆଯିବ କଡ଼ା ଜବାବ, ଆରମ୍ଭ ହେଲା 'ସାଗର କବଚ' ସମରାଭ୍ୟାସ - Sagar Kavach 2024

ଏଥିରେ ରେଡ୍ ଟିମ୍ ଓ ବ୍ଲୁ ଟିମ୍ ଦୁଇଟି ଗଠନ କରାଯାଇଥିଲା । ଆତଙ୍କବାଦୀ ଭାବେ ରେଡ୍ ଟିମ୍ ସ୍ଥଳ ଭାଗର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ପଶି ନକଲି ବମ୍ ରଖିବେ ଏବଂ ବ୍ଲୁ ଟିମ୍ ସେମାନଙ୍କୁ ଧରିବା ପାଇଁ ପ୍ରୟାସ କରିଥିଲେ । ଏହି ଚୋର ପୋଲିସ ଖେଳରେ ଦୁଇଦିନ ଧରି ବ୍ଲୁ ଟିମ୍ ସଫଳତା ହାସଲ କରିଛନ୍ତି । ଆଗାମୀ ଦିନରେ ଏହା ଦେଶର ସୁରକ୍ଷାରେ ସହାୟକ ହେବ ବୋଲି ଏଥିରେ ଭାଗ ନେଇଥିବା ବିଭିନ୍ନ ବିଭାଗର ଅଫିସରମାନେ କହିଛନ୍ତି ।

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.