ETV Bharat / state

ଶତ୍ରୁଙ୍କୁ ଦିଆଯିବ କଡ଼ା ଜବାବ, ଆରମ୍ଭ ହେଲା 'ସାଗର କବଚ' ସମରାଭ୍ୟାସ - Sagar Kavach 2024

author img

By ETV Bharat Odisha Team

Published : Mar 21, 2024, 4:22 PM IST

Updated : Mar 21, 2024, 5:47 PM IST

Sagar Kavach 2024: ଆଜି ଠାରୁ ପୁରୀ ଜିଲ୍ଲା ସମୁଦ୍ର ଉପକୂଳରେ ପୋଲିସ ଏବଂ ନୌସେନାର ମିଳିତ ଉଦ୍ୟମରେ ଆରମ୍ଭ ହୋଇଛି ଦୁଇ ଦିନିଆ ସମରାଭ୍ୟାସ ।ଅଧିକ ପଢନ୍ତୁ

ଶତ୍ରୁଙ୍କୁ ଦିଆଯିବ କଡ଼ା ଜବାବ, ଆରମ୍ଭ ହେଲା 'ସାଗର କବଚ' ସମରାଭ୍ୟାସ
ଶତ୍ରୁଙ୍କୁ ଦିଆଯିବ କଡ଼ା ଜବାବ, ଆରମ୍ଭ ହେଲା 'ସାଗର କବଚ' ସମରାଭ୍ୟାସ

ଶତ୍ରୁଙ୍କୁ ଦିଆଯିବ କଡ଼ା ଜବାବ, ଆରମ୍ଭ ହେଲା 'ସାଗର କବଚ' ସମରାଭ୍ୟାସ

ନିମାପଡ଼ା: ଶତ୍ରୁଙ୍କୁ ରୋକିବ 'ସାଗର କବଚ' । ଆତଙ୍କବାଦୀଙ୍କୁ ଧରିବା ପାଇଁ ନୌସେନା ପ୍ରସ୍ତୁତ । ଦେଶ ମଧ୍ୟକୁ ଆତଙ୍କବାଦୀଙ୍କୁ ପ୍ରବେଶ ନ କରାଇବା ପାଇଁ ନୌସେନାର ଅଭିନବ ଉପାୟ । ପୋଲିସ ଏବଂ ନୌସେନାର ମିଳିତ ଉଦ୍ୟମରେ ବଙ୍ଗୋପସାରେ ଆରମ୍ଭ ହୋଇଛି ଦୁଇ ଦିନିଆ ସମରାଭ୍ୟାସ । ଏହି ସମରାଭ୍ୟାସ ପୁରୀ ଜିଲ୍ଲାର ଅସ୍ତରଙ୍ଗ ଏବଂ କୋଣାର୍କ ଚନ୍ଦ୍ରଭାଗା ଉପକୂଳରେ କରାଯାଉଛି । ସମୁଦ୍ରରେ "ସାଗର କବଚ"ର ସମରାଭ୍ୟାସ ଉପକୂଳ ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରିବ । ତେଣୁ ଆଜି (ଗୁରୁବାର) ଦିନଠାରୁ ଆରମ୍ଭ ହୋଇଠି ଏହି ଦୁଇ ଦିନିଆ ସମରାଭ୍ୟାସ ସାଗର କବଚ "ସି ଭିଜିଲି" ।

ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ସମଗ୍ର ଭାରତ ଦୋହଲି ଯାଇଥିଲା । ଏହାପରେ ଉପକୂଳ ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରିବାକୁ ଉଭୟ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ତରଫରୁ ପ୍ରତ୍ୟେକ ବର୍ଷ ଆୟୋଜିତ ହେଉଛି ମିଳିତ ସମରାଭ୍ୟାସ । ପୁରୀ ଜିଲ୍ଲାର ଅସ୍ତରଙ୍ଗ ଅଞ୍ଚଳର ନୂଆଗଡ, କାଳିଆକଣ, ସହନ, କୋଣାର୍କ ଚନ୍ଦ୍ରଭାଗା ଉପକୂଳରେ ଏହି କାର୍ଯ୍ୟକ୍ରମ କରାଯାଉଛି । ନୌସେନା ଓ ପୋଲିସର ରଣକୌଶଳ ପ୍ରଦର୍ଶନ କରୁଛନ୍ତି । ସାମୁଦ୍ରିକ ସୀମାରେ ଅନୁପ୍ରବେଶ ରୋକିବା ଲକ୍ଷ୍ୟରେ ଏହି ସମରାଭ୍ୟାସ ଆରମ୍ଭ ହୋଇଛି । ଭାରତୀୟ ତଟରଖି ବାହିନୀ, ମେରାଇନ ପୋଲିସ, ଅସ୍ତରଙ୍ଗ ପୋଲିସ ଏଥିରେ ସାମିଲ ହୋଇଛନ୍ତି ।

ଏହି ମିଳିତ ସମର ଅଭ୍ୟାସରେ ଦୁଇଟି ଟିମ୍ ଗଠନ କରାଯାଇଛି । ଗୋଟିଏ ବ୍ଲୁ ଟିମ୍ ଅନ୍ୟଟି ରେଡ୍ ଟିମ୍ । ବ୍ଲୁ ଟିମ୍ ଶତ୍ରୁ ପକ୍ଷକୁ ଜଗିବ ଓ ରେଡ୍ ଟିମ୍ ହେଉଛି ଶତ୍ରୁ ପକ୍ଷକୁ ଯାଇକି ତାଙ୍କ ମଧ୍ୟରେ ପ୍ରବେଶ କରି ତାଙ୍କର ଦକ୍ଷତା ଦେଖାଇବେ । ପୁରୀ ଜିଲ୍ଲାର ହରକୁଦା, ପେଣ୍ଠକଟା, ଚନ୍ଦ୍ରଭାଗା, ଏବଂ ଅସ୍ତରଙ୍ଗ ମେରାଇନ ଥାନାରେ ଆରମ୍ଭ କରାଯାଇଛି । ଆମ ଦେଶରେ ସ୍ଥଳ, ଆକାଶ, ଜଳ ପଥ ସୁରକ୍ଷା ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । ମାତ୍ର ଆମ ସୁରକ୍ଷାରେ କୋଉଁଠି ନା କୋଉଁଠି ଦୁର୍ବଳ ରହିଥିଲା ।

ଫଳରେ ଜଳ ପଥରେ 2008 ମସିହା ନଭେମ୍ବର ମାସ 26 ତାରିଖରେ ପାକିସ୍ଥାନର 10 ଜଣ ବନ୍ଧୁକଧାରୀ ଆତଙ୍କବାଦୀ ଜଳ ପଥରେ ଆସି ମୁମ୍ବାଇ ଆକ୍ରମଣ କରିଥିଲେ । ଏଥିରେ 174 ଜଣ ସାଧାରଣ ଜନତାଙ୍କ ମୃତ୍ୟୁ ହୋଇଥିବା ବେଳେ 20 ଜଣ ସୁରକ୍ଷା କର୍ମୀ 26 ଜଣ ବିଦେଶୀ ମୃତ୍ୟୁ ବରଣ କରିଥିଲେ । ସେହପିର 300 ଜଣ ଗୁରୁତର ଆହତ ହୋଇଥିଲେ ଏବଂ 10ଜଣ ଆତଙ୍କବାଦୀ ମଧ୍ୟରୁ 9ଜଣଙ୍କ ମୃତ୍ୟୁ ହୋଇଥିଲା କେବଳ ଆତଙ୍କବାଦୀ କସବ ଜୀବିତ ଅବସ୍ଥାରେ ଗିରଫ କରାଯାଇଥିଲା । ଏହି ଆକ୍ରମଣ ଏତେ ଭୟଙ୍କର ଥିଲା ଯେ, 26/11କୁ କେହି କେବେ ଭୁଲି ପାରିବ ନାହିଁ ।

ସେପଟେ ଧରାପଡ଼ି ଥିବା ଆତଙ୍କବାଦୀ କସପକୁ ମୃତ୍ୟୁଦଣ୍ଡ ଦିଆ ଯାଇଥିଲା ।ଏହି ଘଟଣା ପର ଠାରୁ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ସୁରକ୍ଷା ଉପରେ ଅଧିକ ଗୁରୁତ୍ଵ ଦେଇଥିଲେ । ପ୍ରତି ବର୍ଷ ଜଳ ପଥରେ ସମରଅଭ୍ୟାସ କରି ସଜାଗ ରହିଛନ୍ତି ଦେଶର ସୁରକ୍ଷା କର୍ମୀ । ଶତ୍ରୁ ପକ୍ଷକୁ ଦୃଢ଼ହସ୍ତରେ ଦମନ କରିବା ପାଇଁ ନୌସେନା ଓ ସାମୁଦ୍ରିକ ଥାନା ସବୁବେଳେ ପ୍ରସ୍ତୁତ ରହିଛନ୍ତି ।

ଇଟିଭି ଭାରତ, ନିମାପଡ଼ା

Last Updated :Mar 21, 2024, 5:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.