ଶକ୍ତି ପ୍ରଦର୍ଶନ ସହ ବଣାଇରୁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥିନୀ ସେବତୀ - Bonai Assembly constituency

By ETV Bharat Odisha Team

Published : May 4, 2024, 9:42 AM IST

thumbnail
BONAI ASSEMBLY CONSTITUENCY(ETV BHARAT ODISHA)

Bonai Assembly constituency: ରାଉରକେଲା: ଶେଷ ହୋଇଛି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା । ଅନ୍ତିମ ଦିନରେ ବଣାଇ ଆସନରୁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥିନୀ ସେବତୀ ନାୟକ । ୪ ହଜାରରୁ ଊର୍ଦ୍ଧ୍ୱ କର୍ମୀ ଓ ସମର୍ଥକଙ୍କ ଗହଣରେ ଶୋଭାଯାତ୍ରାରେ ଆସି ଶକ୍ତି ପ୍ରଦର୍ଶନ କରିବା ସହ ଉପଜିଲ୍ଲପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ତାଙ୍କ ସାଙ୍ଗରେ ସୁନ୍ଦରଗଡ ସାଂସଦ ଜୁଏଲ ଓରାମ, ବିଜେପି ଦଳର ନବନିଯୁକ୍ତ ସଭାପତି ମନୋଜ ପ୍ରଧାନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାହାସ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ବିଜେପି ପ୍ରାର୍ଥିନୀ ସେବତୀ କହିଛନ୍ତି ଯେ, ଏଥର ଲୋକେ ବଣାଇରେ ପରିବର୍ତ୍ତନ ଚାହୁଁଛନ୍ତି । ଆଜିବି ବଣାଇ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ସ୍ଥାନରେ ଲୋକେ ମୌଳିକ ସୁବିଧା ପାଇବାରୁ ବଞ୍ଚିତ ।  ଏଥର ନିଶ୍ଚିତ ବଣାଇବାସୀ ସ୍ଥିର କରିସାରିଛନ୍ତି ଯେ CPIMକୁ ଏଠାରୁ ବିଦା କରିବେ । ପୁଣିଥରେ ବିଜେପି ଦଳ ଏଠାରେ ନିର୍ବାଚନ ଜିତିବ ।
 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.