ମୋଦି ଗ୍ୟାରେଣ୍ଟି ନେଇ ମୈଦାନକୁ ଓହ୍ଳାଇବି ଓ ଜିତିବି: କୈଳାସ କୁଲେସିକା - Kailash Kulesika Reaction

By ETV Bharat Odisha Team

Published : Apr 16, 2024, 8:02 PM IST

thumbnail

Kailash Kulesika Reaction: ଭୁବନେଶ୍ବର: ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ହେଲେ କୈଳାସ କୁଲେସିକା । ବିଜେପି ତାଙ୍କ ନାଁ ଘୋଷଣା ପରେ କେନ୍ଦ୍ର ଓ ରାଜ୍ୟର ଶୀର୍ଷ ନେତୃତ୍ବଙ୍କୁ ଧନ୍ୟବାଦ ଦେବା ସହ 'ମୋଦି ଗ୍ୟାରେଣ୍ଟି' ନେଇ ଆଗାମୀ ନିର୍ବାଚନ ଲଢ଼ିବୁ ବୋଲି କହିଛନ୍ତି କୁଲେସିକା । ବିକାଶର ୫ ବର୍ଷ ପଛରେ ଅଞ୍ଚଳ ରହିଥିବାବେଳେ 'ମୋଦି ଗ୍ୟାରେଣ୍ଟି' ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ଅଞ୍ଚଳର ବିକାଶ ମୋର ଲକ୍ଷ୍ୟ ରହିବ ବୋଲି ସେ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...21 ଆସନରେ ବିଧାନସଭା ପ୍ରାର୍ଥୀ ଦେଲା ବିଜେପି: ରାଉରକେଲାରୁ ଦିଲ୍ଲୀପ, ଜଗତସିଂହପୁରରୁ ଅମରେନ୍ଦ୍ର - BJP releases candidates list

ସେ ଆହୁରି କହିଛନ୍ତି, "ମୋର ଯିଏ ବିରୋଧୀ ଅଛନ୍ତି ସେ ପୂର୍ବଥର କୁଚକ୍ରୀ ବଳରେ ମତେ ହରାଇଥିଲେ । ଏଥର ତାଙ୍କୁ ମାତ ଦେବା ପାଇଁ ରଣନୀତି ପ୍ରସ୍ତୁତ କରିଛି । ବିଜେପିରେ ଅଳ୍ପ ଦିନ ପୂର୍ବରୁ ସାମିଲ ହୋଇଥିଲେ ମଧ୍ୟ ଦଳ ମତେ ଯେଉଁ ମର୍ଯ୍ୟାଦା ଦେଇଛି, ଯେଉଁ ବିଶ୍ବାସ କରିଛି, ନିହାତି ମୁଁ ସେହି ମର୍ଯ୍ୟାଦାର ରକ୍ଷା କରିବି ଓ ଦଳକୁ ଜିତାଇବି ।" ମୋଦିଙ୍କ ବିକାଶର ଧାରାକୁ ନେଇ ମଇଦାନକୁ ଓହ୍ଲାଇବି ଓ ବିରୋଧୀଙ୍କୁ ମାତ ଦେଇ ଜିତିବି ବୋଲି ଦୃଢୋକ୍ତି ବାଢ଼ିଛନ୍ତି କୈଳାସ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.