ପାରାଦ୍ୱୀପରୁ ଗୀତାଞ୍ଜଳିଙ୍କୁ ଟିକଟ ମିଳିବା ପରେ ପ୍ରତିକ୍ରିୟା ରଖିଲେ ବିଜେଡି ନେତା ଓ କର୍ମୀ - Paradeep Assembly constituency

By ETV Bharat Odisha Team

Published : Apr 13, 2024, 10:46 AM IST

thumbnail

BJD WORKERS OPPOSED GITANJALI ROUTRAY AS PARADEEP MLA CANDIDATE , ଜଗତସିଂହପୁର: ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀରୁ ବିଧାୟକ ସମ୍ବିତ ରାଉତରାୟଙ୍କ ପତ୍ନୀ ଗୀତାଞ୍ଜଳି ରାଉତରାୟଙ୍କୁ ପ୍ରାର୍ଥୀ କରିଛି ବିଜେଡି ।  ପ୍ରାର୍ଥୀ ଘୋଷଣା ହେବା ପରେ ଭୁବନେଶ୍ବର ଯାଇ ଗୀତାଞ୍ଜଳି ରାଉତରାୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପାରାଦ୍ୱୀପର ବିଜେଡି କର୍ମୀ । ଅନ୍ୟପଟେ ସମ୍ବିତଙ୍କ ପତ୍ନୀଙ୍କୁ ବିଜେଡି ଟିକେଟ ଦେବା ପରେ ପାରାଦ୍ୱୀପ ବିଜେଡିରେ ଏକ ଗୋଳ ମାଳିଆ ପରିସ୍ଥିତି ସୃଷ୍ଟି ହୋଇଛି।  ପୂର୍ବତନ କୁଜଙ୍ଗ ବ୍ଲକ ଅଧ୍ୟକ୍ଷ ସ୍ମୃତି ରଞ୍ଜନ ବେହେରା ଓ ତାଙ୍କର ସମର୍ଥକ ଏହାକୁ ତୀବ୍ର ବିରୋଧ କରିଛନ୍ତି । ଯଦି ଦାମୋଦର ରାଉତଙ୍କ ପରିବାରର କାହାକୁ ଟିକେଟ ଦିଆଯାଏ ତେବେ ପାରାଦ୍ୱୀପ ବିଜେଡି ଦୁଇଭଗ ହୋଇଯିବ ବୋଲି ସେ  କହିଛନ୍ତି । ଏହାକୁ ନେଇ ଜିଲ୍ଲା ପ୍ରଭାରୀ ଅରୁଣ ସାହୁ ଉଭୟଙ୍କ ସହିତ ବାରମ୍ବାର ଆଲୋଚନା କରିଥିଲେ । ହେଲେ ଶେଷ ସମୟରେ ଗୀତାଞ୍ଜଳୀ ରାଉତରାୟଙ୍କ ନାମ ମୁଖ୍ୟମନ୍ତ୍ରୀ ଘୋଷଣା  କରିବା ପରେ ଏବେ ବିଦ୍ରୋହ ଗୋଷ୍ଠୀ ଏକ ପ୍ରକାର ରଣନୀତି ପ୍ରସ୍ତୁତ କଲେଣି । ଯାହା ବିଜେଡିକୁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିପାରେ ବୋଲି ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ପାରାଦ୍ୱୀପର ଶ୍ରମିକ ନେତା ତଥା ନିକଟରେ ବିଜେଡିରେ ସାମିଲ ହୋଇଥିବା ବାପି ସର୍ଖେଲଙ୍କର, ନିର୍ବାଚନରେ କିଭଳି ସହଯୋଗ ରହୁଛି ତାହା ସମୟ ସାପେକ୍ଷ । ବିଜେଡିରେ ଏକ ପ୍ରକାର ଗୋଳିଆ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏହାର ସୁଯୋଗ କୁ ହାତଛଡା କରିବାକୁ ଚାହୁଁ ନାହାନ୍ତି ପାରାଦ୍ୱୀପର ବିଜେପି ପ୍ରାର୍ଥୀ ସମ୍ପଦ ସ୍ୱାଇଁ । ବିଭିନ୍ନ ଅଞ୍ଚଳ ଗ୍ରସ୍ଥ କରି ସେ ବିଜେପି ସଂଗଠନକୁ ସୁଦୃଢ କରିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.