ETV Bharat / state

ରୋଚକ ମୋଡ଼ରେ ପାରାଦ୍ବୀପ ରାଜନୀତି, ସେପଟେ ଏଣ୍ଟ୍ରି ମାରିଲେ ସମ୍ବିତଙ୍କ ପତ୍ନୀ ଗୀତାଞ୍ଜଳି - Pradeep Politics

author img

By ETV Bharat Odisha Team

Published : Apr 6, 2024, 11:05 PM IST

Gitanjali Routray expressed interest to contest Election: ରୋଚକ ସ୍ଥିତିରେ ପାରାଦ୍ବୀପ ରାଜନୀତି । ବିଦ୍ରୋହୀଙ୍କୁ ଦୃଷ୍ଟିରେ ରଖି ପ୍ରାର୍ଥୀ ଘୋଷଣା କରିନି ଶାସକ ବିଜେଡି । ବିଧାୟକ ସମ୍ବିତ ରାଉତରାୟଙ୍କ ପତ୍ନୀ ମଧ୍ୟ ନିର୍ବାଚନ ଲଢ଼ିବାକୁ ପ୍ରକାଶ କଲେ ଆଗ୍ରହ । ଅଧିକ ପଢ଼ନ୍ତୁ

PRADEEP POLITICS
PRADEEP POLITICS

PRADEEP POLITICS

ପାରାଦ୍ବୀପ (ଜଗତସିଂହପୁର) : ଜଗତସିଂହପୁର ଜିଲ୍ଲା ପାରାଦ୍ବୀପ ନିର୍ବାଚନ ମଣ୍ଡଳୀରେ ଏବେ ରାଜନୈତିକ ସମୀକରଣ ବଦଳିବାରେ ଲାଗିଛି । ପାରାଦ୍ବୀପ ବିଧାୟକ ସମ୍ବିତ ରାଉତରାୟଙ୍କ ପ୍ରାର୍ଥୀତ୍ବକୁ ଚ୍ୟାଲେଞ୍ଜ କରି କୁଜଙ୍ଗ ବ୍ଲକର ପୂର୍ବତନ ପୌରଧ୍ୟକ୍ଷ ଶ୍ରୁତି ରଞ୍ଜନ ବେହେରା ଭୁବନେଶ୍ବରରେ ଜିଲ୍ଲା ଦାୟିତ୍ବରେ ଥିବା ବିଜେଡି ପର୍ଯ୍ୟବେକ୍ଷକ ଅରୁଣ ସାହୁଙ୍କୁ ଭେଟିବା ସହିତ ଯଦି ଦାମ ରାଉତଙ୍କ ପରିବାରର କାହାକୁ ଟିକେଟ ପ୍ରଦାନ କରାଯାଏ ତେବେ ପାରାଦ୍ବୀପର ହଜାର ହଜାର କର୍ମୀ ଦଳତ୍ୟାଗ କରିବେ ବୋଲି ସିଧାସଳଖ କହିଛନ୍ତି । ଫଳରେ ଦଳ ପକ୍ଷରୁ ପାରାଦ୍ବୀପ ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣାରେ ବିଳମ୍ବ ହେଉଛି ।

ଅନ୍ୟପକ୍ଷରେ ପାରାଦ୍ବୀପର ବିଶିଷ୍ଟ ଶ୍ରମିକ ନେତା ବାପି ସର୍ଖେଲ ଓ ତାଙ୍କ ପତ୍ନୀ ମୋନିଦୀପା ସର୍ଖେଲ ବିଜେଡିରେ ସାମିଲ ହେବାପରେ ଏବେ ବାପି ସର୍ଖେଲଙ୍କ ଆଖି ପାରାଦ୍ବୀପ ଆସନ ଉପରେ ରହିଛି । ବାପି ସର୍ଖେଲ ପାରାଦୀପ ପୌରଧ୍ୟକ୍ଷ ବସନ୍ତ କୁମାର ବିଶ୍ବାଳଙ୍କ ସହିତ ରହି ଗୋଟି ଚାଳନା କରୁଥିବା ଜଣା ପଡ଼ିଛି । ଏହା ମଧ୍ୟରେ ଦଳ ମଧ୍ୟକୁ ଏଣ୍ଟ୍ରି ମାରିଛନ୍ତି ସ୍ବର୍ଗତ ଦାମୋଦର ରାଉତଙ୍କ ପୁତ୍ରବଧୁ ତଥା ବିଧାୟକ ସମ୍ବିତ ରାଉତଙ୍କ ପତ୍ନୀ ଗୀତାଞ୍ଜଳି ରାଉତ ।

ଏହା ମଧ୍ୟ ପଢ଼ନ୍ତୁ...ପାରାଦ୍ବୀପ ବିଜେଡିରେ ଫାଟ ! ବିଧାୟକ ସମ୍ବିତ ରାଉରତାୟଙ୍କୁ ଦଳୀୟ ନେତାଙ୍କ ବିରୋଧ

କୁଜଙ୍ଗର ଏକ ଘରୋଇ ମଣ୍ଡପରେ 'ଇଟିଭି ଭାରତ'କୁ ପ୍ରକିକ୍ରିୟା ଦେଇ ଗୀତାଞ୍ଜଳି କହିଛନ୍ତି, "ମୁଁ ଗତ ୨୦୧୯ ସାଧାରଣ ନିର୍ବାଚନରେ କର୍ମୀ ମାନଙ୍କ ସହିତ ବୁଲିବା ସହ ଲୋକଙ୍କ ସୁଖ ଦୁଃଖରେ ସାମିଲ ହୋଇଛି । ଲୋକେ ଏବେ ମୋତେ ପାରାଦ୍ବୀପ ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ହେବା ପାଇଁ ନିବେଦନ କରୁଛନ୍ତି । ଯଦି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଚାହାଁନ୍ତି, ତେବେ ଆଗାମୀ ଦିନରେ ମୁଁ ନିର୍ବାଚନ ମୈଦାନକୁ ଓହ୍ଲାଇବି ।" ପାରାଦ୍ବୀପ ନିର୍ବାଚନ ମଣ୍ଡଳୀବାସୀ ତାଙ୍କ ସହିତ ରହିଥିବା ଦୃଢୋକ୍ତି ପ୍ରକାଶ କରିଛନ୍ତି ଗୀତାଞ୍ଜଳି । ପତ୍ନୀଙ୍କ ପ୍ରତିକ୍ରିୟାକୁ ନେଇ ବିଧାୟକ ସମ୍ବିତ କହିଛନ୍ତି, "ବିଜୁ ଜନତା ଦଳ ଏକ ଶୃଙ୍ଖଳିତ ଦଳ । ପାରାଦ୍ବୀପ ନିର୍ବାଚନ ମଣ୍ଡଳୀବାସୀଙ୍କ ସେବା କରିବା ପାଇଁ ଯଦି ଦଳର ସୁପ୍ରିମୋ ଗୀତାଞ୍ଜଳିଙ୍କୁ ଟିକେଟ ପ୍ରଦାନ କରନ୍ତି, ତେବେ ପାରାଦ୍ବୀପବାସୀ ଏହାକୁ ସ୍ବାଗତ କରିବେ ।" ତେବେ ବିଜେଡି ମଧ୍ୟରେ ବିବାଦକୁ ନେଇ ଏବେ ପାରାଦ୍ବୀପରେ ଟିକେଟ ଅଙ୍କ ଛିଡ଼ୁନଥିବା ଦେଖିବାକୁ ମିଳିଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.