ସାମାଜିକ କାର୍ଯ୍ୟକ୍ରମରେ ପାରାଦ୍ବୀପ ବିଧାୟକ ସପତ୍ନୀକ ସାମିଲ, ଲଉଡ଼ି ଖେଳରେ ନାଚିଲେ ଦାଣ୍ଡିଆ - Paradeep Assembly constituency

By ETV Bharat Odisha Team

Published : Apr 15, 2024, 9:39 PM IST

thumbnail

BJD MLA Candidate Join Social Function: ଜଗତସିଂହପୁର: ପାରାଦ୍ବୀପ ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ପ୍ରାର୍ଥୀ ହେବା ପରେ ଗୀତାଞ୍ଜଳୀ ରାଉତରାୟ ନିଜର ପ୍ରଚାର କାର୍ଯ୍ୟ ଆରମ୍ଭ କରିଛନ୍ତି । ସ୍ବାମୀ ତଥା ପାରାଦ୍ବୀପ ବିଧାୟକ ସମ୍ବିତ ରାଉତରାୟଙ୍କ ସହିତ ସେ କୁଜଙ୍ଗର ଏକ ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେଇ ଜନସମର୍ଥନ ଜୁଟେଇବାକୁ ପ୍ରୟାସ କରିଛନ୍ତି । ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ଭରସା କରି ଟିକେଟ ଦେଇଥିବାରୁ ଧନ୍ୟବାଦ ଅର୍ପଣ କରିଛନ୍ତି । 

ଏହା ମଧ୍ୟ ପଢନ୍ତୁ... ପାରାଦ୍ୱୀପରୁ ଗୀତାଞ୍ଜଳିଙ୍କୁ ଟିକଟ ମିଳିବା ପରେ ପ୍ରତିକ୍ରିୟା ରଖିଲେ ବିଜେଡି ନେତା ଓ କର୍ମୀ - Paradeep Assembly Constituency 

ସେ ଆହୁରି କହିଛନ୍ତି ଯେ ପାରାଦ୍ବୀପ ନିର୍ବାଚନ ମଣ୍ଡଳୀରେ ସ୍ବର୍ଗତ ଦାମୋଦର ରାଉତ ଯେଉଁଭଳି ଲୋକପ୍ରିୟତା ରହିଛି, ତାହା ସମସ୍ତେ ଜାଣିଛନ୍ତି । ପାଞ୍ଚବର୍ଷ ଭିତରେ ପାରାଦ୍ବୀପରେ ଯେଉଁଭଳି ଉନ୍ନୟନମୂଳକ କାର୍ଯ୍ୟ କରାଯାଇଛି ତାହା ଦ୍ବାରା ଆଗାମୀ ଦିନରେ ଦଳର ଲୋକପ୍ରିୟତା ବଢିଛି । ଆଗାମୀ ଦିନରେ ପାରାଦ୍ବୀପରେ ବିଜେଡି ଆହୁରି ସଶକ୍ତ ହେବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ । ଏହି ଅବସରରେ ଏକ ଲଉଡ଼ି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଲଉଡ଼ି କାର୍ଯ୍ୟକ୍ରମରେ ବିଧାୟକ ସମ୍ବିତ ରାଉତରାୟ ଓ ତାଙ୍କ ପତ୍ନୀ ତଥା ବିଧାୟକ ପ୍ରାର୍ଥିନୀ ଉଭୟ ନାଚଗୀତରେ ମଜିଥିଲେ । ନିଜ ହାତରେ ଲଉଡ଼ି ଲାଠି ଧରି ଉଭୟଙ୍କୁ ନାଚୁଥିବା ଦେଖିବାକୁ ମିଳିଥିଲା ।

ଉଭୟ ଦମ୍ପତିଙ୍କ ନାଚଗୀତର ଦୃଶ୍ୟ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଛି । ସୂଚନାଯୋଗ୍ୟ ଯେ ପାରାଦ୍ବୀପ ନିର୍ବାଚନ ମଣ୍ଡଳୀରୁ ଦାମବାବୁଙ୍କ ପରିବାରଙ୍କୁ ଟିକେଟ ପ୍ରଦାନ କରାଗଲେ ବିଦ୍ରୋହ କରାଯିବ ବୋଲି କୁଜଙ୍ଗ ବ୍ଲକର ପୂର୍ବତନ ଅଧ୍ୟକ୍ଷ ଖୋଲାଖୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଥିଲେ । ଏହା ସତ୍ତ୍ବେ ଗୀତାଞ୍ଜଳୀଙ୍କୁ ଦଳ ପ୍ରାର୍ଥୀ କରିଛି । 

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.