ବୁଥ ମୁହାଁ ପୋଲିଂ କର୍ମଚାରୀ, କନ୍ଧମାଳ ସଂସଦୀୟ କ୍ଷେତ୍ରରେ କାଲି ପଡ଼ିବ ଭୋଟ - Election Preparation in Nayagarh

By ETV Bharat Odisha Team

Published : May 19, 2024, 6:35 PM IST

thumbnail
Election Preparation in Nayagarh (ETV Bharat Odisha)

Election Preparation in Nayagarh: ନୟାଗଡ଼: କନ୍ଧମାଳ ଲୋକସଭା କ୍ଷେତ୍ର ଅନ୍ତର୍ଗତ ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ଆସନ୍ତାକାଲି ହେବ ମତଦାନ l ତେବେ ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହିତ ସମାପନ କରିବା ପାଇଁ ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି l ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟରେ ନିର୍ବାଚନ ପାଇଁ ନୋଡ଼ାଲ ସେଣ୍ଟର କରାଯାଇଛି l ନୟାଗଡ଼ ଜିଲ୍ଲାପାଳ ସ୍ଵଧା ଦେବ ସିଂହ ଏବଂ ନୟାଗଡ଼ SP ରାହୁଲ ଜୈନଙ୍କ ତତ୍ତ୍ବାବଧାନରେ ସେହି ସେଣ୍ଟର ପରିଚାଳିତ ହେଉଛି l ଏଠାରୁ ଦଶପଲ୍ଲାର ବିଭିନ୍ନ ବୁଥକୁ ପ୍ରିଜାଇଡିଂ ଏବଂ ପୋଲିଂ ଅଫିସରମାନେ ଆଜି ଗାଡ଼ି ଯୋଗେ ଯାଇଛନ୍ତି l  

ଏହା ମଧ୍ୟ ପଢ଼ନ୍ତୁ.. ବିଜେଡି ପ୍ରାର୍ଥୀ ଅଚ୍ୟୁତ ସାମନ୍ତଙ୍କୁ ବିରୋଧ, କୁଶପୁତ୍ତଳିକା ଦାହ କଲେ ଉତ୍ୟକ୍ତ ଲୋକେ - Villagers Burnt Effigy Of Achyuta

ଆସନ୍ତାକାଲି ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ 234ଟି ବୁଥରେ ମତଦାନ ହେବ l ସୁରକ୍ଷା ଦୃଷ୍ଟିରୁ ମାଓପ୍ରବଣ ଅଞ୍ଚଳରେ ସ୍ୱତନ୍ତ୍ର SOG ଏବଂ CRPF ଫୋର୍ସ ମୁତୟନ କରାଯାଇଛି l ବୌଦ୍ଧ-ନୟାଗଡ଼ ସୀମାନ୍ତକୁ ସିଲ କରିବା ସହ ପୋଲିସ ଫୋର୍ସ ମୁତୟନ କରାଯାଇଛି l ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖାଯାଇଛି l ଆଜିଠାରୁ ଜିଲ୍ଲା କମ୍ବିଂ ଅପରେସନ ମଧ୍ୟ ଜାରୀ ରହିଛି l ଆସନ୍ତା 22 ତାରିଖ ପର୍ଯ୍ୟନ୍ତ ଏହି ଅପରେସନ ଜାରି ରହିବ ବୋଲି ସୂଚନା ମିଳିଛି l ମାଓ ମୁକାବିଲା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ଥିବା ସୂଚନା ଦେଇଛନ୍ତି ଜିଲ୍ଲା ପ୍ରଶାସନ l

ଇଟିଭି ଭାରତ, ନୟାଗଡ଼

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.