ରାଉରକେଲାକୁ ମୃତ ସହର କରିଥିବା ଲୋକଙ୍କ ମୁଖା ଖୋଲାଯିବ: ସାରଦା ନାୟକ - Rourkela Assembly Constituency

By ETV Bharat Odisha Team

Published : Apr 28, 2024, 9:19 PM IST

thumbnail

Sarada Prashad Nayak Targets Dilip Ray: ରାଉରକେଲା: ରାଉରକେଲାରେ ନିର୍ବାଚନୀ ଲଢେଇ ଘମାଘୋଟ ହେବାକୁ ଲାଗିଛି । ବିଜେପି ପ୍ରାର୍ଥୀ ଦିଲ୍ଲୀପ ରାୟ ଓ ବିଜେଡି ପ୍ରାର୍ଥୀ ସାରଦା ନାୟକଙ୍କ ମଧ୍ୟରେ ତୁ ତୁ ମେଁ ମେଁ ଶେଷ ହେବାର ନାଁ ଧରୁନି । ବର୍ତ୍ତମାନ ଏହି ଆରୋପ ପ୍ରତ୍ୟାରୋପ ମଧ୍ୟରେ ସାରଦା ଦେଇଛନ୍ତି ଏକ ବଡ଼ ବୟାନ । ରାଉରକେଲା ବିଜେଡି ବିଧାୟକ ପ୍ରାର୍ଥୀ ସାରଦା ନାୟକ ସିଧାସଳଖ ବିଜେପି ବିଧାୟକ ପ୍ରାର୍ଥୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ଆକ୍ଷେପ କରି କହିଛନ୍ତି, "ନବେ ଦଶକରେ ଯିଏ ରାଉରକେଲାକୁ ମୃତ ସହର କରି ଚାଲି ଯାଇଥିଲେ, ବିଚ ରାସ୍ତାରେ ସମସ୍ତଙ୍କ ମୁଖାକୁ ଖୋଲାଯିବ ।" ଏଭଳି ବୟାନ ଦେଇ ବର୍ତ୍ତମାନ ରାଉରକେଲା ରାଜନୀତିରେ ହଟଚମଟ ସୃଷ୍ଟି କରିଛନ୍ତି ସାରଦା ନାୟକ ।  

ଏହା ମଧ୍ୟ ପଢନ୍ତୁ...କିଏ କରିଛି ରାଉରକେଲାର ବିକାଶ ? କଥା କଟାକଟି ହେଲେ ବିଜେପି-ବିଜେଡି-କଂଗ୍ରେସ - Rourkela Assembly Constituency

ଏହା ସହ ସାରଦା କହିଛନ୍ତି, "ରାଉରକେଲାବାସୀ ହେଉଛନ୍ତି ସ୍ବାଭିମାନୀ ଏବଂ ରାଉରକେଲାକୁ ଯିଏ ଅବହେଳା କରିଛି ତାକୁ କଡା ଜବାବ ଦେବେ ଜନତା । ରାଉରକେଲାକୁ ମୃତ ସହର କରି ଛାଡି ଯାଇଥିଲା ବେଳେ ମୁଖ୍ୟମନ୍ତ୍ରୀ ରାଉରକେଲା ସହରକୁ ବହୁତ ଅବଦାନ ଦେଇଛନ୍ତି ଏବଂ ବିଶ୍ବକପର ସହର କରିଛନ୍ତି ।' ନିର୍ବାଚନରେ ବିରୋଧୀ ମାନଙ୍କ ସହିତ କଡା ପ୍ରତିଦ୍ବନ୍ଦିତା ସମ୍ପର୍କରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ, 'ବିଜେଡି ଏବଂ ନବୀନ ପଟ୍ଟନାୟକଙ୍କ ପ୍ରତିଦ୍ବନ୍ଦିତାରେ ଆଜି ଯାଏଁ କେହି ଓଡ଼ିଶାରେ କେହି ଆସି ନାହାନ୍ତି । ଏଠାରେ ବିକାଶ କହିଲେ କେବଳ ମୁଖ୍ୟମନ୍ତ୍ରୀଙ୍କୁ ବୁଝାଏ । ମୁଁ ମଧ୍ୟ ରାଉରକେଲାବାସୀ ଏବଂ ଓଡିଶା ବାସୀଙ୍କ ପାଇଁ ଭାଇ ହୋଇ ରହିବାକୁ ଚାହେଁ ଏବଂ ମୋତେ ଭାଇ ବୋଲି ଲୋକେ ଡାକିଲେ ମୋତେ ଖୁସି ଲାଗେ ।" ଓଡିଶାରେ ବିଜେଡି ପାଇଁ ଜନ ସମୁଦ୍ର ସୃଷ୍ଟି ହେବ ଓ ଏଥର ରାଉରକେଲା ଏବଂ ସମ୍ପୂର୍ଣ୍ଣ ଓଡ଼ିଶାରେ ବିଜେଡି ଦଳ ବିଜୟୀ ହେବ ବୋଲି କହିଛନ୍ତି ସାରଦା ।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.