ମା' ବିରଜାଙ୍କ ଆଶୀର୍ବାଦ ନେଇ ପ୍ରଚାର ମୈଦାନକୁ ଓହ୍ଲାଇଲେ ବିଶ୍ବରଞ୍ଜନ - BARI CONSTITUENCY

By ETV Bharat Odisha Team

Published : Apr 24, 2024, 7:10 PM IST

thumbnail
()

ଯାଜପୁର: ଜିଲ୍ଲାର ବରୀ ନିର୍ବାଚନ ମଣ୍ଡଳୀ ପାଇଁ ବିଶ୍ବରଞ୍ଜନ ମଲ୍ଲିକଙ୍କୁ ବିଧାୟକ ପ୍ରାର୍ଥୀ କରିଛି ବିଜେଡି । ଗତ ଦୁଇଦିନ ତଳେ ବିଧାୟକ ପ୍ରାର୍ଥୀ ଭାବରେ ବିଶ୍ବଙ୍କ ନାମ ଘୋଷଣା ହେବାପରେ ଆଜି କର୍ମୀମାନଙ୍କ ସହ ଆସି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି । ନିଜ ପତ୍ନୀଙ୍କ ସହ ମା' ବିରଜାଙ୍କ ପୂଜାର୍ଚ୍ଚନା କରି ନିର୍ବାଚନ ପ୍ରଚାରକୁ ଓହ୍ଲାଇଛନ୍ତି । ଏହି ଅବସରରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇବା ସହ 5ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଓ ବିଜେଡି ରାଜ୍ୟ ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଓ ତାଙ୍କର ବିଭିନ୍ନ ବିକାଶମୂଳକ କାର୍ଯ୍ୟକୁ ନେଇ ଭୋଟରଙ୍କ ନିକଟକୁ ଯିବେ ଏବଂ ଦଳ ସପକ୍ଷରେ ଭୋଟ ଭିକ୍ଷା କରିବେ ବୋଲି କହିଛନ୍ତି ବିଶ୍ଵ । ଏଥର ନିର୍ବାଚନରେ ବରୀର ଭୋଟରମାନେ ବିପୁଳ ସଂଖ୍ୟାରେ ଭୋଟ ଦେଇ ତାଙ୍କୁ ନିର୍ବାଚିତ କରିବେ ବୋଲି ବିଶ୍ଵରଞ୍ଜନ ମଲ୍ଲିକ ଆଶାବାଦୀ ଅଛନ୍ତି । 

ସୂଚନା ଅନୁସାରେ, ବର୍ତ୍ତମାନର ବରୀ ବିଧାୟକ ସୁନନ୍ଦା ଦାସଙ୍କ ଟିକଟ କଟି ବିଜେଡି ପକ୍ଷରୁ ବିଶ୍ୱରଞ୍ଜନଙ୍କୁ ବିଧାୟକ ପ୍ରାର୍ଥୀ ଘୋଷଣା କରାଯାଇଥିଲା । ପୂର୍ବରୁ ବିଶ୍ୱରଞ୍ଜନ 2014 ମସିହାରେ ସ୍ୱାଧୀନ ଓ 2019 ମସିହାରେ ବିଜେପି ଦଳ ପକ୍ଷରୁ ବରୀ ନିର୍ବାଚନ ମଣ୍ଡଳୀରେ ବିଧାୟକ ପ୍ରାର୍ଥୀ ଭାବେ ଲଢ଼ିଥିଲେ । ତେବେ ଚଳିତ ବର୍ଷ ନିର୍ବାଚନ ପୂର୍ବରୁ ବିଶ୍ୱରଞ୍ଜନ ବିଜେପି ଦଳ ଛାଡି ବିଜେଡି ଦଳରେ ଯୋଗ ଦେଇଥିଲେ । 
ଏହା ମଧ୍ୟ ପଢ଼ନ୍ତୁ...ପ୍ରଚାର ମୈଦାନରେ ବିଜେଡି ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂହ ଭୋଇ - Balangir Lok Sabha Constituency

ଇଟିଭି ଭାରତ, ଯାଜପୁର    

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.