343 ରାଙ୍କ ସହ UPSC କୃତକାର୍ଯ୍ୟ ହେଲେ ବାଲେଶ୍ବରର ବିଶ୍ବଜିତ, ଛୁଟୁଛି ଶୁଭେଚ୍ଛାର ସୁଅ - UPSC Civil Service 2023

By ETV Bharat Odisha Team

Published : Apr 16, 2024, 10:29 PM IST

thumbnail

Biswajit Panda in UPSC Rank 343: ବାଲେଶ୍ବର: ସର୍ବଭାରତୀୟ ପ୍ରଶାସନିକ ସେବା UPSC ପରୀକ୍ଷାରେ ସଫଳ ହେଲେ ବାଲେଶ୍ବର ଜିଲ୍ଲା ଖଇରା ଅଞ୍ଚଳର ବିଶ୍ବଜିତ ପଣ୍ଡା । ଖଇରା ବ୍ଲକ ସାରୁଗାଁ ପଞ୍ଚାୟତ ଅଧୀନ ନୂଆଁଗାଁ ରାଉତରାୟପୁର ଶାସନର ବିଶ୍ବଜିତ ଆଜି ସର୍ବଭାରତୀୟ ପ୍ରଶାସନିକ ସେବାରେ ୩୪୩ ରାଙ୍କ୍‌ ସହ କୃତକାର୍ଯ୍ୟ ହୋଇ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି । ବିଶ୍ବଜିତଙ୍କ ବାପା ବୈକୁଣ୍ଠନାଥ ପଣ୍ଡା ଜଣେ ଅବସରପ୍ରାପ୍ତ ହାଇସ୍କୁଲ ଶିକ୍ଷକ ହୋଇଥିବାବେଳେ ମାଆ ରେବତୀ ପଣ୍ଡା ଜଣେ ଗୃହିଣୀ । ବିଶ୍ବଜିତ ଘରର ସାନ ପୁଅ ।

2010 ମସିହାରେ ବିଶ୍ବଜିତ ମୟୂରଭଞ୍ଜ ଜିଲ୍ଲା ଶରତ ସରକାରୀ ଉଚ୍ଚ ବିଦ୍ୟାଳୟରୁ ୯୨ ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ୍ଣ ହେବାପରେ କଟକସ୍ଥିତ ରେଭେନ୍ସା ଜୁନିୟର କଲେଜରେ ପଢିଥିଲେ । ରାଉରକେଲା ଏନ୍‌ଆଇଟିରେ ଇଲେକ୍ଟ୍ରିକାଲ ଇଞ୍ଜିନିୟର ଭାବେ ସ୍ନାତକ ହାସଲ କରିଥିଲେ ବିଶ୍ଵଜିତ । ପରେ କର୍ଣ୍ଣାଟକର ବେଲାରୀରେ ଏକ ଘରୋଇ କମ୍ପାନୀରେ କିଛିଦିନ କାମ କରିବା ପରେ ୨୦୧୭ ମସିହାରୁ ନିଜକୁ IAS ପାଇଁ ପ୍ରସ୍ତୁତ କରୁଥିଲେ । ଏହି ସମୟ ମଧ୍ୟରେ ସେ IAS ପାଇଁ 5 ଥର ଚେଷ୍ଟା ପରେ 6ଷ୍ଠ ଥର ପ୍ରଚେଷ୍ଟାରେ ସଫଳ ହୋଇଛନ୍ତି । ତାଙ୍କୁ ଏମିତି ସଫଳତା ମିଳିବା ପରେ ସେ ଘରକୁ ଆସି ପ୍ରଥମେ ବାପା ମାଆଙ୍କ ଆଶୀର୍ବାଦ ନେଇଥିଲେ । ତାଙ୍କର ଏଭଳି ସଫଳତା ପାଇଁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.