UPSC ରେଜଲ୍ଟ ପ୍ରକାଶିତ: ୩୧୯ ରାଙ୍କରେ ଓଡ଼ିଆ ଝିଅ ରଶ୍ମୀ ପ୍ରଧାନ - UPSC result out

By ETV Bharat Odisha Team

Published : Apr 16, 2024, 7:31 PM IST

thumbnail

UPSC civil service 2023 result declared: ଭୁବନେଶ୍ୱର: ପ୍ରକାଶ ପାଇଛି UPSC ସିଭିଲ ସର୍ଭିସ (ସର୍ବଭାରତୀୟ ପ୍ରଶାସନିକ) ପରୀକ୍ଷା ଫଳ । ସଂଘ ଲୋକସେବା ଆୟୋଗ(UPSC) ଦ୍ବାରା ଅନୁଷ୍ଠିତ ସିଭିଲ ସର୍ଭିସ ପରୀକ୍ଷା-2023 ଫଳାଫଳ ଆଜି (ମଙ୍ଗଳବାର) ପ୍ରକାଶ ପାଇଛି । ଏଥିରେ ମୋଟ 1016 ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଏଥିରେ 664ଜଣ ପୁଅ ରହିଥିବା ବେଳେ 352 ଜଣ ମହିଳା ରହିଛନ୍ତି । ତେବେ ଚଳିତ ବର୍ଷ ମହିଳାଙ୍କୁ ପଛରେ ପକାଇ ଆଗରେ ରହିଛନ୍ତି ପୁଅ । 

ଏହି ପରୀକ୍ଷାରେ 319 ରାଙ୍କରେ ଥିବା ରଶ୍ମୀ ପ୍ରଧାନଙ୍କ ସହ ଆଲୋଚନା କରିଛି ଇଟିଭି ଭାରତ ଟିମ୍ । ତେବେ କିଭଳି ସେ ଏହି ସଫଳତା ହାସଲ କରିଛନ୍ତି ସେ ବିଷୟରେ କହିବା ସହ UPSCରେ ଭଲ ରେଜଲ୍ଟ କରିବାର ଗୁରୁମନ୍ତ୍ର ମଧ୍ୟ ଦେଇଛନ୍ତି । 

ଏହା ମଧ୍ୟ ପଢନ୍ତୁ: UPSC Result Out: ଟପ-3ରେ ମହିଳା, 67 ରାଙ୍କରେ ଓଡିଆ ଝିଅ କସ୍ତୁରୀ ପଣ୍ଡା

ସଫଳତା ପାଇଥିବା ଓଡିଆ ପରୀକ୍ଷାର୍ଥୀ: ଦ୍ବିତୀୟ ରାଙ୍କରେ ଅନିମେଶ ପ୍ରଧାନ, ୬୦ ରାଙ୍କରେ ଅଭିମନ୍ୟୁ ମଲ୍ଲିକ, ୧୧୦ ରାଙ୍କରେ ଅମ୍ରିତାଂଶୁ ନାୟକ, ୧୧୫ ସ୍ଥାନରେ ଯଶୋବନ୍ତ ମଲ୍ଲିକ, ୧୭୬ ରାଙ୍କରେ ପଦ୍ମନାଭ ମିଶ୍ର, ୨୮୦ସ୍ଥାନରେ ଅନନ୍ୟା ରଣା, ୩୦୩ ରାଙ୍କରେ ତନିଶା ମିଶ୍ର, ୩୧୯ ରାଙ୍କରେ ରଶ୍ମି ପ୍ରଧାନ, ୩୪୩ ସ୍ଥାନରେ ବିଶ୍ବଜିତ୍ ପଣ୍ଡା, ୩୮୭ ରାଙ୍କରେ ପ୍ରିୟଙ୍କା ପ୍ରିୟଦର୍ଶିନୀ, ୪୦୯ ସ୍ଥାନରେ ସନ୍ତୋଷ କୁମାର ପାତ୍ର, ୪୬୬ ସ୍ଥାନରେ ସୌରଭ ଦାସ, ୫୭୫ ରାଙ୍କରେ ରାକେଶ କୁମାର ସାହୁ, ୫୮୧ ରାଙ୍କରେ ନୟନ ରଂଜନ ଦାସ ରହିଛନ୍ତି । ସେହିପରି ୭୨୨ରେ ହେମନ୍ତ କୁମାର ସାହୁ, ୭୭୨ରେ ବିଭାଂଶୁ କୁମାର ରାୟ, ୮୦୦ ରାଙ୍କରେ ସିଦ୍ଧାନ୍ତ ବେଶ୍ରା, ୮୮୧ରେ ରଶ୍ମୀ ପାଇକରାୟ, ୯୮୨ରେ ସୌରଭ ଦାସ, ୧୦୦୧ରେ ଅନୁପ ନାୟକ ଭଳି ଅନେକ ଓଡିଆ ପରୀକ୍ଷାର୍ଥୀ କୃତିତ୍ୱ ହାସଲ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.