ପାରମ୍ପରିକ ଲୋକ ନୃତ୍ୟ ଓ ବାଦ୍ୟର ତାଳେ ତାଳେ ଉଦଘାଟିତ ହେଲା ଅସୁରଗଡ ଲୋକକଳା ମହୋତ୍ସବ

By ETV Bharat Odisha Team

Published : Jan 26, 2024, 11:09 AM IST

thumbnail

Asuragarh Folk Festival 2024: ବୌଦ୍ଧ: ପାରମ୍ପରିକ ଲୋକ ନୃତ୍ୟ ଓ ବାଦ୍ୟର ତାଳେ ତାଳେ ଉଦଘାଟିତ ହେଲା ବୌଦ୍ଧ ଜିଲ୍ଲାର ଅସୁରଗଡ ଲୋକ କଳା ମହୋତ୍ସବ । ଓଡ଼ିଶାର ଦୁଇଟି ପ୍ରମୁଖ ନଦୀର ସଙ୍ଗମ ସ୍ଥଳରେ ପ୍ରଥମ ଥର ପାଇଁ ଏହି ମହୋତ୍ସବ ଆୟୋଜିତ ହୋଇଥିବା ବେଳେ ଏହି ଅଞ୍ଚଳର ଲୁପ୍ତପ୍ରାୟ ଲୋକକଳାକୁ ଉଦଜ୍ବୀବିତ ପାଇଁ ଏହା ଏକ ପ୍ରକୃଷ୍ଟ ମଞ୍ଚ ହେବ ବୋଲି ମତ ପ୍ରକାଶ ପାଇଛି । ମନମୁଣ୍ଡା ଠାରେ ପ୍ରଥମଥର ପାଇଁ ଏଭଳି ଭବ୍ୟ ମହୋତ୍ସବର ଆୟୋଜନ କରାଯାଇଥିବାରୁ ଅଞ୍ଚଳବାସୀ ତଥା କଳା ପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଥିଲା । 

ଢୋଲ, ମହୁରୀ, ତାସା, ନିଷାଣ ଭଳି ପାରମ୍ପରିକ ବାଦ୍ୟ ତଥା ଲୋକନୃତ୍ୟର ତାଳେତାଳେ ଉଦଘାଟିତ ହେଲା ଅସୁରଗଡ ଲୋକ କଳା ମହୋତ୍ସବ । ବୌଦ୍ଧ ଜିଲ୍ଲାର ଅନ୍ୟତମ ପ୍ରାଚୀନ ନୌବାଣିଜ୍ୟ ବନ୍ଦର ତଥା ପ୍ରାଚୀନ ଅସୁରଗଡ ଇତିହାସକୁ ନିଜ ବକ୍ଷରେ ସାଉଁଟି ରଖିଥିବା ମନମୁଣ୍ଡା ଠାରେ ତେଲନଦୀ କୂଳରେ ପ୍ରଥମଥର ପାଇଁ ଆୟୋଜିତ ହୋଇଛି ଅସୁରଗଡ ଲୋକ କଳା ମହୋତ୍ସବ । ମହାନଦୀ ଓ ତେଲନଦୀର ସଙ୍ଗମ ସ୍ଥଳରେ ଅବସ୍ଥିତ ମନମୁଣ୍ଡା ଅଞ୍ଚଳର ଐତିହ୍ୟ, ପରମ୍ପରା ତଥା ଲୁପ୍ତପ୍ରାୟ ଲୋକକଳାକୁ ବଞ୍ଚାଇ ରଖିବାକୁ ଏହିଠାରେ ମହୋତ୍ସବ ପାଳନ କରାଯାଉଥିବା କୁହାଯାଇଛି । ମନମୁଣ୍ଡା ତେଲନଦୀ କୂଳରେ ପ୍ରଥମଥର ପାଇଁ ଆୟୋଜିତ ଏହି ମହୋତ୍ସବ ପ୍ରଥମେ ଦେଉଳିର କାଙ୍କାଳୀ ପୀଠରୁ ଏକ ବିଶାଳ ଶୋଭାଯାତ୍ରା ସମଗ୍ର ମନମୁଣ୍ଡା ଓ ବାସୁଦେବପାଲିର ବିଭିନ୍ନ ଦେବଦେବୀଙ୍କ ପୀଠ ପରିକ୍ରମା ପରେ ସଂଧ୍ୟାରେ ମହୋତ୍ସବ ପଡ଼ିଆରେ ପହଞ୍ଚି ଥିଲେ । 

ଏହାମଧ୍ୟ ପଢନ୍ତୁ.. କାଲିଠୁ ବାରବାଟୀ ମହୋତ୍ସବ, 3 ଦିନ ଧରି ଚାଲିବ କାର୍ଯ୍ୟକ୍ରମ

ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ କଣ୍ଟାମାଳ ବିଧାୟକ ମହୀଧର ରଣା ଯୋଗ ଦେଇଥିବା ବେଳେ ପଶ୍ଚିମ ଓଡ଼ିଶାର ଗର୍ବ ଲୋକକବି ପଦ୍ମଶ୍ରୀ ହଳଧର ନାଗ, ସିନେ ତାରକା ମନୋଜ ମିଶ୍ର, ବୟନିକା ସଭାପତି ପ୍ରକାଶ ଚନ୍ଦ୍ର ମେହେର ପ୍ରମୁଖ ଅତିଥି ରୂପେ ଯୋଗଦେଇ ମନମୁଣ୍ଡା ଅଞ୍ଚଳର ଐତିହ୍ୟ,କଳା, ସଂସ୍କୃତି ଓ ପରମ୍ପରାର ଭୂୟସୀ ପ୍ରଶଂସା କରିଥିଲେ । ଉଦଘାଟନୀ ଉତ୍ସବର ମୁଖ୍ୟ ଆକର୍ଷଣ ରହିଥିଲେ କଳାହାଣ୍ଡିର କଟ୍ଟପା ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.