ପାଟଣା ନିର୍ବାଚନ ମଣ୍ଡଳୀ ପାଇଁ ବିଜେପି ପ୍ରାର୍ଥୀ ହେଲେ ଅଖିଳ ନାଏକ - Odisha Assembly Election 2024

By ETV Bharat Odisha Team

Published : Apr 16, 2024, 4:30 PM IST

thumbnail

BJP Patna constituency candidate: କେନ୍ଦୁଝର: ଜିଲ୍ଲାର ପାଟଣା ନିର୍ବାଚନ ମଣ୍ଡଳୀ ପାଇଁ ବିଜେପି ପ୍ରାର୍ଥୀ ହେଲେ ଅଖିଳ ନାଏକ । ଆଜି(ମଙ୍ଗଳବାର) ୨୧ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି । ଏହି ତାଲିକାରେ ପାଟଣା ବିଧାନସଭା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀଙ୍କ ନାଁ ମଧ୍ୟ ରହିଛି । ଅଖିଳ ଚନ୍ଦ୍ର ନାଏକଙ୍କୁ ବିଜେପି ବିଧାୟକ ପ୍ରାର୍ଥୀ ଭାବେ ଚୟନ କରିଛି । ତେବେ ଏହି ନାମ ଘୋଷଣା ପରେ ଆଖିଳଙ୍କ ସମର୍ଥକଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି ।

ଟିକେଟ ଘୋଷଣା ପରେ ଅଖିଳ ନାଏକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଜ୍ୟ ସଭାପତି ମନମୋହନ ସାମଲ, ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମହାନ୍ତିଙ୍କ ସହ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ଦେଇଛନ୍ତି । ନିଜ ପାଟଣା ନିର୍ବାଚନ ମଣ୍ଡଳୀରେ ସ୍ୱାସ୍ଥ୍ୟ, ଶିକ୍ଷା ଓ ପାନୀୟ ଜଳ ସମସ୍ୟା ତାଙ୍କର ମୁଦ୍ଦା ରହିବ ବୋଲି ପ୍ରତିକ୍ରିୟାରେ କହିଛନ୍ତି ଅଖିଳ ନାଏକ । ଏହା ସହ ପାଟଣା ନିର୍ବାଚନ ମଣ୍ଡଳୀରେ ବଢ଼ି ଚାଲିଥିବା ବେରୋଜଗାରୀ ଓ ଦାଦନ ଶ୍ରମିକ ସମସ୍ୟାକୁ ନେଇ ଲୋକଙ୍କ ପାଖକୁ ଯିବେ ବୋଲି କହିଛନ୍ତି ଅଖିଳ ନାଏକ । 

ଏହାମଧ୍ୟ ପଢନ୍ତୁ.. 21 ଆସନରେ ବିଧାନସଭା ପ୍ରାର୍ଥୀ ଦେଲା ବିଜେପି: ରାଉରକେଲାରୁ ଦିଲ୍ଲୀପ, ଜଗତସିଂହପୁରରୁ ଅମରେନ୍ଦ୍ର - BJP Releases Candidates List

ନିଜର ଚାକରୀ ଜୀବନରେ ଅର୍ଜନ କରିଥିବା ଅଭିଜ୍ଞତାକୁ ପାଥେୟ କରି ଏହି ନିର୍ବାଚନ ମଣ୍ଡଳୀରେ ବଢ଼ି ଚାଲିଥିବା ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ସେ ଲୋକଙ୍କୁ ବୁଝାଇ ଭୋଟ ଭିକ୍ଷା କରିବେ ବୋଲି କହିଛନ୍ତି ଅଖିଳ । ପାଟଣା ନିର୍ବାଚନ ମଣ୍ଡଳୀରେ ପାଞ୍ଚ ଥର ବିଧାୟକ ଥିବା ହୃଷୀକେଶ ନାଏକ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ବେଳେ ବର୍ତ୍ତମାନର ବିଧାୟକ ଜଗନ୍ନାଥ ନାଏକ ବିଜେଡି ଟିକେଟରେ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି । ଏହି ଦୁଇ ଜଣଙ୍କୁ ବହୁ ଭୋଟ ବ୍ୟବଧାନରେ ହରାଇବେ ବୋଲି ଦୃଢ଼ତାର ସହ ପ୍ରକାଶ କରିଛନ୍ତି ଅଖିଳ ଚନ୍ଦ୍ର ନାଏକ ।

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.