ମେଡିସିନ ଷ୍ଟୋରରେ ପଶିଲା ବାରହା, ଛାନିଆ ହୋଇଗଲେ ଦୋକାନୀ - wild boar rescue

By ETV Bharat Odisha Team

Published : Apr 16, 2024, 2:23 PM IST

thumbnail

କେନ୍ଦୁଝର: ମେଡିସିନ ଷ୍ଟୋରରେ ପଶିଲା ଜଙ୍ଗଲୀ ବାରହା । କେନ୍ଦୁଝର ସହର ଜିଲ୍ଲା ଜଜ କୋର୍ଟ ସମ୍ମୁଖରେ ଥିବା ଆପୋଲୋ ଫାର୍ମାସୀ ଔଷଧ ଦୋକାନରେ ଆଜି ସକାଳେ ଏକ ଜଙ୍ଗଲୀ ବାରହା ପଶି ଯାଇଥିଲା । ଫଳରେ ଦୋକାନୀ ଭୟଭୀତ ହୋଇ ବାହାରକୁ ଚାଲି ଆସି କବାଟ ବନ୍ଦ କରି ଦେଇଥିଲେ । ଏହାପରେ ସ୍ଥାନୀୟ ଲୋକେ ବନ ବିଭାଗକୁ ଏନେଇ ଖବର ଦେଇଥିଲେ । ଖବର ପାଇ ବନ ବିଭାଗର ଟିମ ଯନ୍ତା ସହିତ ସେଠାରେ ପହଞ୍ଚି ବାରହାଟିକୁ ଉଦ୍ଧାର କରିଥିଲେ । ବାରହା କ୍ଷତାକ୍ତ ଥିବାବେଳେ ତାକୁ ଉଦ୍ଧାର କରି କେନ୍ଦୁଝର ରେଞ୍ଜ କାର୍ଯ୍ୟାଳୟକୁ ନିଆଯାଇଛି । ସେଠାରେ ତାର ଚିକିତ୍ସା କରାଯିବ । ସୁସ୍ଥ ହେବା ପରେ ବାରହାଟିକୁ ନରଣପୁର ସଂରକ୍ଷିତ ଜଙ୍ଗଲରେ ଛଡାଯିବ ବୋଲି କେନ୍ଦୁଝର ଡିଏଫଓ ଧନରାଜ ଏଚଡି କହିଛନ୍ତି । ତେବେ ଏହି ବାରହା ନରଣପୁର ଜଙ୍ଗଲରୁ ରାତ୍ରିରେ ଚାଲି ଆସି ସମ୍ଭବତଃ ଜଙ୍ଗଲକୁ ଫେରିପାରିନି ବୋଲି ଡିଏଫଓ ସୂଚନା ଦେଇଛନ୍ତି  ।

ଏହା ମଧ୍ୟ ପଢନ୍ତୁ-ଘରେ ପାଳିଥିଲେ ଜଙ୍ଗଲୀ ବାରହା, ଉଦ୍ଧାର କଲା ବନବିଭାଗ

ଇଟିଭି ଭାରତ, କେନ୍ଦୁଝର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.