ETV Bharat / technology

ଉଡ଼ାଣ ଭରିବା ପରେ ବିସ୍ଫୋରଣ, ଜଳିଗଲା ଜାପାନ ରକେଟ୍

author img

By ETV Bharat Odisha Team

Published : Mar 13, 2024, 10:12 AM IST

Japan Rocket Explosion
Japan Rocket Explosion

Japan Rocket Explosion: ଜାପାନକୁ ଶକ୍ତ ଝଟକା । ଉଡ଼ାଣ ଭରିବାର ମାତ୍ର କିଛି କ୍ଷଣ ମଧ୍ୟରେ ବିସ୍ଫୋରଣ ହୋଇ ଜଳିଗଲା ରକେଟ । ଅଧିକ ପଢନ୍ତୁ

ଟୋକିଓ: ଉଡ଼ାଣ ଭରିବାର କିଛି ସମୟ ପରେ ବିସ୍ଫୋରଣ ହେଲା ଜାପାନର ବିମାନ । ଆଜି(ବୁଧବାର) କକ୍ଷପଥକୁ ପଠାଇଥିବା ପ୍ରଥମ ଘରୋଇ ରକେଟ ଉତକ୍ଷେରଣର କିଛି ସମୟ ପରେ ବିସ୍ଫୋରଣ ହୋଇଥିଲା । ଲାଇଭ ଷ୍ଟ୍ରିମିଂ ସମୟରେ ରେକର୍ଡ ହୋଇଥିବା ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଏହା ସୋସିଆଲ ମିଡିଆରେ ବେସ୍ ଭାଇରାଲ ହୋଇଥିବା ବେଳେ ଜାପାନକୁ ଏକ ଶକ୍ତ ଝଟକା ମଧ୍ୟ କୁହାଯାଇପାରେ । ଏହି ରକେଟର ନାମ କୈରୋସ ରଖାଯାଇଥିଲା ।

ଭାଇରାଲ ହୋଇଥିବା ଭିଡିଓରେ କୈରୋସ ରକେଟ୍ କେନ୍ଦ୍ରୀୟ ଜାପାନର ୱାକାୟାମା ପ୍ରିଫେକ୍ଟରଏକ ପାହାଡିଆ ଅଞ୍ଚଳରେ ଟେକଅଫ କରିଥିବା ବେଳେ କିଛି ସେକେଣ୍ଡ ମଧ୍ୟରେ ମଝି ଆକାଶରେ ବିସ୍ଫୋରଣ ହୋଇଥିବା ଦେଖାଯାଇଥିଲା । ତେବେ ବିସ୍ଫୋରଣ ପରେ ଉକ୍ତ ଅଞ୍ଚଳ ଧୂଆଁମୟ ହୋଇଯାଇଥିବା ବେଳେ କେତେକ ସ୍ଥାନରେ ନିଆଁ ଲାଗିଯାଇଥିବା ନେଇ ମଧ୍ଯ ଦେଖିବାକୁ ମିଳିଥିଲା । ତେବେ ଏହାପରେ ରକେଟର ନିଆଁକୁ ଲିଭାଇବା ପାଇଁ ପାଣି ସ୍କ୍ରେ କରାଯାଇଥିବା ନେଇ ମଧ୍ୟ ଭିଡିଓରେ ଦେଖିବାକୁ ମିଳିଥିଲା । ତେବେ ଟୋକିଓ ବେସ୍ ଷ୍ଟାଟଅପ ସ୍ସେସ ଓ୍ବାନ ରକେଟ ନେଇ କୌଣସି ମତାମତ ଦେଇନାହିଁ ।

ଏହା ମଧ୍ୟ ପଢନ୍ତୁ: ଜାପାନରେ ଲ୍ୟାଣ୍ଡିଂ ବେଳେ ଜଳିଗଲା ବିମାନ: ଅଳ୍ପକେ ବର୍ତ୍ତିଲେ 379 ଯାତ୍ରୀ, 5 ମୃତ ଆଶଙ୍କା

ଜାପାନ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଉତକ୍ଷେପଣରେ ଅନେକ ବିଳମ୍ବ ହୋଇଥିବା ଦେଖିବାକୁ ମିଳିଥିଲା । ଏହାପୂର୍ବରୁ ଶନିବାର ଦିନ ଲଞ୍ଚ ନେଇ ଦିନ ଧାର୍ଯ୍ୟ ହୋଇଥିବା ବେଳେ ଏହାକୁ ମଧ୍ୟ ସ୍ଥଗିତ ରଖାଯାଇଥିଲା । ଯଦି ଏହା ସଫଳ ହୋଇଥାଆନ୍ତା ତାହେଲେ ସ୍ପେସ ଓ୍ବାନ ପ୍ରଥମ ଘରୋଇ କମ୍ପାନୀ ହୋଇଥାଆନ୍ତା । କକ୍ଷପଥରେ ରକେଟ ସ୍ଥାପନରେ ପ୍ରଥମ ହୋଇଥାଆନ୍ତା । ତେବେ କ୍ଷୟକ୍ଷତି ନେଇ ବର୍ତ୍ତମାନ ସୁଦ୍ଧା କୌଣସି ଖବର ହସ୍ତଗତ ହୋଇପାରି ନାହିଁ । ପ୍ରକାଶଥାଉକି, ଟୋକିଓ ବେସ୍ ସ୍ସେସ ଓ୍ବାନ 2018 ମସିହାରେ ସ୍ଥାପିତ ହୋଇଥିଲା । ଏଥିରେ କେନନ ଇଲୋକ୍ଟ୍ରୋନିକ୍ସ, IHI, ସିମଜୁ ଏବଂ ମେଜର ବ୍ୟାଙ୍କ ବିନିଯୋଗ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ଚନ୍ଦ୍ରରେ ପାଦ ଥାପିଲା ଜାପାନ, ବିଶ୍ବର ପଞ୍ଚମ ଦେଶ

ପ୍ରକାଶଥାଉକି, ଜାନୁଆରୀ 19 ତାରିଖ ଦିନ ଜାପାନ ଚନ୍ଦ୍ରରେ ପାଦ ଥାପି ପଞ୍ଚମ ରାଷ୍ଟ୍ର ହୋଇଥିଲା । ଜାପାନ ଏରୋସ୍ପେସ ଏକ୍ସପ୍ଲୋରେସନ ଏଜେନ୍ସିର ସ୍ମାର୍ଟ ଲ୍ୟାଣ୍ଡର ଫର ଇନଭେଷ୍ଟିଗେସନ ଚନ୍ଦ୍ର (ସ୍ଲିମ୍) ଯାହା ଚନ୍ଦ୍ର ସ୍ନାଇପର ନାମରେ ନାମିତ, ପିନପଏଣ୍ଟ ଟେକ୍ନୋଲୋଜି ବ୍ୟବହାର କରି ଚନ୍ଦ୍ର ଇକ୍ୟୁଟରର ଦକ୍ଷିଣରେ ଥିବା ଏକ କ୍ରାଟରର ଖାଲରେ ଅବତରଣ କରିବାରେ ସଫଳ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.