ETV Bharat / international

ଜାପାନରେ ଲ୍ୟାଣ୍ଡିଂ ବେଳେ ଜଳିଗଲା ବିମାନ: ଅଳ୍ପକେ ବର୍ତ୍ତିଲେ 379 ଯାତ୍ରୀ, 5 ମୃତ ଆଶଙ୍କା

author img

By ETV Bharat Odisha Team

Published : Jan 2, 2024, 3:18 PM IST

Updated : Jan 2, 2024, 5:06 PM IST

A Japan Airlines aircraft is on fire at Tokyo Haneda Airport: ଜାପାନ ବିମାନ ବନ୍ଦରରେ ଅଘଟଣ । ଲ୍ୟାଣ୍ଡିଂ ବେଳେ ବିମାନରେ ଜଳିଗଲା ବିମାନ । ଅଧିକ ପଢନ୍ତୁ

ଜାପାନ ବିମାନ ବନ୍ଦରରେ ଅଘଟଣ, ଲ୍ୟାଣ୍ଡିଂ ବେଳେ ବିମାନରେ ଲାଗିଲା ନିଆଁ
ଜାପାନ ବିମାନ ବନ୍ଦରରେ ଅଘଟଣ, ଲ୍ୟାଣ୍ଡିଂ ବେଳେ ବିମାନରେ ଲାଗିଲା ନିଆଁ

  • #WATCH | A Japan Airlines jet was engulfed in flames at Tokyo's Haneda airport after a possible collision with a Coast Guard aircraft, with the airline saying that all 379 passengers and crew had been safely evacuated: Reuters

    (Source: Reuters) pic.twitter.com/fohKUjk8U9

    — ANI (@ANI) January 2, 2024 " class="align-text-top noRightClick twitterSection" data=" ">

ହାଇଦ୍ରାବାଦ: ଜାପାନର ଟୋକିଓର ହେନେଡା ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅଘଟଣ । ଲ୍ୟାଣ୍ଡିଂ ବେଳେ ଏକ ବିମାନରେ ନିଆଁ ଲାଗିଯାଇଛି । ସ୍ଥାନୀୟ ଗଣମାଧ୍ୟମର ସୂଚନା ଅନୁସାରେ, ବିମାନଟି ଲ୍ୟାଣ୍ଡ କରିବା ବେଳେ ରନଓ୍ବେରେ ଏକ କୋଷ୍ଟଗାର୍ଡ ବିମାନ ଏହାର ଏକ ଇଞ୍ଜିନରୁ ନିଆଁ ବାହାରୁଥିବା ଦେଖିବାକୁ ମିଳିଥିଲା । ବିମାନଟି ପାର୍କିିଂକୁ ଆସିବା ପରେ ନିଆଁ ସମ୍ପୂର୍ଣ୍ଣ ବିମାନକୁ ବ୍ୟାପିଯାଇଥିଲା । ଫାୟାର ଓ ରେସ୍କ୍ୟୁ ଟିମ୍‌ ନିଆଁକୁ ଆୟତ କରିବା କାର୍ଯ୍ୟ ଜାରି ରଖିଛନ୍ତି । ସମସ୍ତ ଯାତ୍ରୀଙ୍କୁ ବିମାନରୁ ବାହାର କରାଯାଉଛି । ବିମାନରେ 379 ଯାତ୍ରୀ ଥିଲେ ଓ ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରାଯିବାରେ ରେସ୍କ୍ୟୁ ଟିମ୍‌ ସଫଳ ହୋଇଛି । କୋଷ୍ଟଗାର୍ଡ ବିମାନରେ ଥିବା 6 ଜଣଙ୍କୁ ମଧ୍ୟରୁ କ୍ୟାପଟେନ ବର୍ତ୍ତିଯାଇଥିବା ବେଳେ ଅନ୍ୟ 5 ଜଣ ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି ।

ଜାପାନର କିଛି ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ଏହି ବିମାନଟି ଟୋକିଓର ହେନେଡା ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିବା ସମୟରେ ରନ-ଓ୍ବେରେ ଏକ କୋଷ୍ଟଗାର୍ଡ ବିମାନ ସହ ଧକ୍କା ହୋଇଥିଲା । ଫଳରେ ଏହାର ଗୋଟିଏ ଇଞ୍ଜିନରେ ନିଆଁ ଲାଗି ଯାଇଥିଲା । କିଛି ଅଂଶ ଜଳୁଥିବା ଅବସ୍ଥାରେ ବିମାନଟି ଅବତରଣ କରିଥିଲା । ପାର୍କିଂରେ ବିମାନ ପହଞ୍ଚିବା ପୂର୍ବରୁ ଫାଏର, ରେସ୍କ୍ୟୁ ଓ ଅନ୍ୟ ଜରୁରୀ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତି ସହ ରହିଥିଲେ । ତୁରନ୍ତ ରେସ୍କ୍ୟୁ ଟିମ୍‌ ବିମାନରେ ନିଆଁ ଲିଭା କାର୍ଯ୍ୟ ସହ ଯାତ୍ରୀଙ୍କୁ ଉଦ୍ଧାର କରିବା ଆରମ୍ଭ କରିଥିଲେ । ବିମାନଟି ସମ୍ପୂର୍ଣ୍ଣ ଜଳିଯାଇଛି । ବିମାନ କ୍ର୍ୟୁ ସଦସ୍ୟଙ୍କ ସହ ମୋଟ 379 ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଦୁର୍ଘଟଣାର କାରଣ ସମ୍ପର୍କରେ ସବିଶେଷ ତଥ୍ୟ ଏପର୍ଯ୍ୟନ୍ତ ବିମାନ ବନ୍ଦର କର୍ତ୍ତୃପକ୍ଷ ସ୍ପଷ୍ଟ କରିନାହାନ୍ତି । ଏହା ଏକ ଏୟାର ଟ୍ରାଫିକ କଣ୍ଟ୍ରୋଲର ତ୍ରୁଟିଜନିତ ଦୁର୍ଘଟଣା ନାଁ ଆଉ କିଛି, ତାହା ତଦନ୍ତ ପରେ ସ୍ପଷ୍ଟ ହେବ ।

ଏହା ମଧ୍ୟ ପଢନ୍ତୁ:- ସିଇସି ଓ ଇସି ନିଯୁକ୍ତି ଚୟନ କମିଟିରେ CJIଙ୍କୁ ସାମିଲ ଦାବି: ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା

ତେବେ ବର୍ଷ ଆରମ୍ଭରୁ ଜାପାନ ପ୍ରାକୃତିକ ବିପର୍ଯ୍ୟୟ ସମ୍ନା କରିଛି । ଗତକାଲି ନୂଆବର୍ଷରେ 7.5 ମାଗ୍ନିଚ୍ୟୁଡର ଭୂକମ୍ପ ଅନୁଭୂତ ହେବା ସହ ଜାପାନର କିଛି ସ୍ଥାନରେ ସୁନାମି ମଧ୍ୟ ଆସିଥିଲା । କମ୍ପନ ଅନୁଭୂତ ହେବା ପରେ ପ୍ରାୟ 155 ଥର ଆଫ୍ଟରସକ ବା ‘ପରବର୍ତ୍ତୀ ତରଙ୍ଗାୟିତ କମ୍ପନ’ ମଧ୍ୟ ଅନୁଭୂତ ହୋଇଥିଲା । ଏଥିରେ ପ୍ରାୟ 30 ଜଣଙ୍କ ମୃତ୍ୟୁ ହୋଇଥିବା ସୁଚନା ମିଳିଛି । ତେବେ ଆଜି ପୁଣି ଏକ ବିମାନ ଦୁର୍ଘଟଣାରୁ 367 ଯାତ୍ରୀ ଅଳ୍ପକେ ବର୍ତ୍ତିଯିବା ସମସ୍ତଙ୍କୁ ଆଶ୍ବସ୍ତ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 2, 2024, 5:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.