ETV Bharat / technology

ଶ୍ରୀରାମଙ୍କ ସହିତ ଜଡିତ ପୁଷ୍ପକ ଲଞ୍ଚ ଭେହିକଲର ନାମ ! - Space shuttle Pushpak

author img

By ETV Bharat Odisha Team

Published : Mar 22, 2024, 4:32 PM IST

Pushpak
Pushpak

Space shuttle Pushpak: ଇସ୍ରୋର ପୁଷ୍ପକ ଲଞ୍ଚ ଯାନକୁ ନେଇ ଅନେକ ଚର୍ଚ୍ଚା ହେଉଛି । ତେବେ ଏହି ନାମ ରାମାୟଣ ସହିତ ଜଡିତ ବୋଲି ଜଣାପଡିଛି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଆଜି ଆଉ ଏକ ସଫଳତା ହାତେଇଛି ଇସ୍ରୋ । ପୁନଃବ୍ୟବହାର ଯୋଗ୍ୟ ଲଞ୍ଚ ଯାନ ସଫଳ ପରୀକ୍ଷଣ ହୋଇଛି । ଆଜି ଲଞ୍ଚ କରାଯାଇଥିବା ଯାନର ନାମ ପୁଷ୍ପକ ରଖାଯାଇଛି । ତେବେ ଏହି ନାମକୁ ନେଇ ବର୍ତ୍ତମାନ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଲଞ୍ଚ ଯାନର ନାମକରଣ କରିବା ସମୟରେ ମତ ବଦଳାଇଥିବା ଚର୍ଚ୍ଚା ହେଉଛି । ଦୀର୍ଘ ସମୟ ଧରି ଇସ୍ରୋ ରକେଟର ନାମ ପୋଲର ସାଟେଲାଇଟ୍ ଲଞ୍ଚ ଯାନ, ଜିଓସିଙ୍କ୍ରୋନସ୍ ସାଟେଲାଇଟ୍ ଲଞ୍ଚ ଯାନ, GSLV ଏବଂ ସ୍ମଲ ସାଟେଲାଇଟ୍ ଲଞ୍ଚ ଭେହିକଲ SSLV ଭଳି ନାମ ସହିତ ନାମିତ କରିଆସୁଛି । ତେବେ ବିଦେଶୀ ମହାକାଶ ଏଜେନ୍ସିର ରକେଟର ନାମ ପ୍ରାୟତଃ ଛୋଟ ହୋଇଥାଏ ।

ତେବେ ବିମାନର ନାମକରଣ ନେଇ ଇସ୍ରୋର ଜଣେ ବରିଷ୍ଠ ଅଧିକାରୀ ଆଇଏନଏସକୁ କହିଛନ୍ତି, ୟୁରୋପୀୟ ସ୍ପେସ୍ଏଜେନ୍ସି ଏରିୟାନସ୍ପେସର ରକେଟର ନାମ ଏରିୟନରୁ ଆସିଛି । ଫରାସୀ ପୁରାଣ ଚରିତ୍ର ଆରିଡେନରୁ ଆସିଛି । ଚୀନ ଏବଂ ଋଷ ରକେଟର ନାମ ଲଙ୍ଗ ମାର୍ଚ୍ଚ ଏବଂ ସୋୟୁଜ୍‌ର ନାମ ସେମାନଙ୍କର ଆଦର୍ଶ ଏବଂ ଇତିହାସ ସହିତ ଜଡିତ । କୌତୁହଳର ବିଷୟ ଯେ, ଭାରତର ପ୍ରଥମ ସାଉଣ୍ଡିଂ ରକେଟର ନାମ ରୋହିଣୀ ରଖାଯାଇଥିଲା । ପାଣିପାଗ ବିଜ୍ଞାନ ଏବଂ ବାୟୁମଣ୍ଡଳୀୟ ଅଧ୍ୟୟନ ପାଇଁ ଏହି ରକେଟ୍ ନିର୍ମାଣ କରାଯାଇଥିଲା । ପରେ କକ୍ଷପଥ ଉପରେ ଆଧାର କରି ବଡ ନାମକରଣ ହୋଇଥିଲା । ପୋଲାର ସାଟେଲାଇଟ୍ ଲଞ୍ଚ ଭେଇକିଲ୍ (PSLV), ଜିଓସିଙ୍କ୍ରୋନସ୍ ସାଟେଲାଇଟ ଲଞ୍ଚ ଭେଇକିଲ୍ (GSLV) ରଖାଯାଇଥିଲା । ତେବେ କିଛି ଦିନ ପରେ ଇସ୍ରୋ ନିଜର ଚିନ୍ତାଧାରା ବଦଳାଇ ପୁଣି ନାମରେ ପରିବର୍ତ୍ତନ କରିଥିଲା ।

ଶ୍ରୀରାମଙ୍କ ସହିତ ଜଡିତ ପୁଷ୍ପକ ବିମାନର ନାମକରଣ: ରାମାୟଣରୁ ହୋଇଛି ପୁଷ୍ପକ ବିମାନର ନାମ । ଶ୍ରୀରାମ ପୁଷ୍ପକ ବିମାନରେ ହିଁ ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ତେଣୁ ଶ୍ରୀରାମଙ୍କ ଏବି ବିମାନର ନାମ ଅନୁସାରେ ହିଁ ଲଞ୍ଚ ଭେହିକଲର ନାମ ରଖାଯାଇଛି । ଅନ୍ୟପଟେ ରାବଣ ନିକଟରେ ଅନେକ ପ୍ରକାରର ଯୁଦ୍ଧ ବିମାନ ରହିଥିଲା । କିନ୍ତୁ ଯେତେବେଳେ ରାବଣ ପଞ୍ଚାବଟୀରୁ ପ୍ରତାରଣା କରି ମାତା ସୀତାଙ୍କୁ ଅପହରଣ କରିଥିଲା, ପୁଷ୍ପକ ବିମାନରେ ହିଁ ଲଙ୍କାକୁ ଆଣିଥିଲେ । ଏହା ଏକ ସାଧାରଣ ବିମାନ ନୁହେଁ, ଏଥିରେ ଅନେକ ପ୍ରକାର ସୁବିଧା ରହିଥିଲା । ଏଥିରେ ରହିଥିବା ଟେକନିକ ଆଜିକା ସମୟରେ ମଧ୍ୟ ବିମାନରେ ମିଶିପାରୁ ନାହିଁ । ତେବେ ପୁଷ୍ପକ ଲଞ୍ଚ ଯାନର ନାମ ମଧ୍ୟ ରାମାୟଣରୁ ଅଣାଯାଇଛି । ପୁଷ୍ପକ ବିମାନରେ ମଧ୍ୟ ଅନେକ ଅତ୍ୟାଧୁନିକ ଟେକନିକ ରହିଛି ଯାହା ଅନ୍ୟ କୌଣସି ଲଞ୍ଚ ଭେହିକଲରେ ନାହିଁ ।

ଏହା ମଧ୍ୟ ପଢନ୍ତୁ: ଇସ୍ରୋର ବଡ ସଫଳତା, ପୁନଃବ୍ୟବହାର ଯୋଗ୍ୟ ଲଞ୍ଚ ଯାନ ପୁଷ୍ପକର ପରୀକ୍ଷଣ ସଫଳ - RLV Vehicle Pushpak

ISRO ଏହାର ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହଗୁଡ଼ିକର ନାମକରଣକୁ ପରବର୍ତ୍ତନ କରିଥିଲା । EOS ସହିତ କ୍ରମାଙ୍କ 1, 2, 3ରେ ଟ୍ୟାଗ କଲା । ଭାରତୀୟ ସାଟେଲାଇଟ୍ ନେଭିଗେସନ୍ ସିଷ୍ଟମ୍ ସହିତ ନାମକରଣରେ ଏକ ଉଲ୍ଲେଖନୀୟ ପରିବର୍ତ୍ତନ ହୋଇଛି । ପ୍ରାରମ୍ଭରେ ଏହାର ନାମ ଭାରତୀୟ ଆଞ୍ଚଳିକ ନାଭିଗେସନ୍ ସାଟେଲାଇଟ୍ ସିଷ୍ଟମ୍ (IRNSS) ରଖାଯାଇଥିଲା । ପରିଶେଷରେ ନାମ NAVIC ରେ ପରିବର୍ତ୍ତିତ ହେଲା । ନାଭିଗେସନ୍ ଶବ୍ଦର ପ୍ରଥମ ତିନୋଟି ଅକ୍ଷର ଏବଂ 'ଇଣ୍ଡିଆନ୍ ପ୍ଲାନେଟୋରିୟମ୍' ଶବ୍ଦର ପ୍ରଥମ ଦୁଇଟି ଅକ୍ଷରକୁ ନେଇ ଏହା ତିଆରି ହୋଇଥିଲା ।

ଇସ୍ରୋର ପୂର୍ବତନ ଅଧ୍ୟକ୍ଷ ଜି ମାଧବନ ନାୟର ପୂର୍ବରୁ କହିଥିଲେ, ବର୍ତ୍ତମାନ ସମୟ ଆସିଛି ଆମର ଶାସ୍ତ୍ର, ସଂସ୍କୃତିକୁ ଦେଖିବା ଏବଂ ଏକ ନାମ ଆଣିବା ଯାହା ନୂତନ ରକେଟର ଗୁଣ ଏବଂ ଶକ୍ତି ପ୍ରତିଫଳିତ କରିବ । ଭାରତୀୟ ରାଡାର ଇମେଜିଙ୍ଗ ଉପଗ୍ରହ RISATର ନାମ ମହାଭାରତର ସଞ୍ଜୟ ନାମରେ ନାମିତ କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା । ତେବେ ପ୍ରକାଶଥାଉକି, ସଞ୍ଜୟ ନିକଟରେ ଦିବ୍ୟ ଦୃଷ୍ଟିଶକ୍ତି ରହିଥିଲା ଏବଂ ଯୁଦ୍ଧ କ୍ଷେତ୍ରରେ ଘଟୁଥିବା ଘଟଣାକ୍ରମକୁ ଧ୍ରୁତରାଷ୍ଟ୍ରଙ୍କ ମହଲରେ ଅବଗତ କରାଉଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.