ETV Bharat / state

ଭଉଣୀ ସହ ଝଗଡା କରୁଥିଲେ ଭିଣୋଇ, ଛୁରୀ ମାରିଦେଲା ଶାଳକ - Youngman Kills Brother In Law

author img

By ETV Bharat Odisha Team

Published : Mar 29, 2024, 7:30 AM IST

Youngman Kills Brother In Law: ଶାଳକର ଛୁରାମାଡ଼ରେ ଭିଣୋଇ ମୃତ । ଭଉଣୀ ସହ ଭିଣୋଇର ବଚସାକୁ ନେଇ ହତ୍ୟା କରିବା ପରେ ପୋଲିସ ନିକଟରେ ଆତ୍ମସମର୍ପଣ କରିଛି ଅଭିଯୁକ୍ତ । ଅଧିକ ପଢନ୍ତୁ

Murder In Rajgangpur
Murder In Rajgangpur

Murder In Rajgangpur

ସୁନ୍ଦରଗଡ: ଶାଳକର ଛୁରାମାଡ଼ରେ ଭିଣୋଇ ମୃତ । ଭଉଣୀ ସହ ଭିଣୋଇର ବଚସାକୁ ନେଇ ଉତକ୍ଷିପ୍ତ ହୋଇ ସେ ଏଭଳି ଆକ୍ରମଣ କରିଥିବା ଜଣାପଡ଼ିଛି । ଏହାପରେ ପୋଲିସ ନିକଟରେ ଆତ୍ମସମର୍ପଣ କରିଛି ଅଭିଯୁକ୍ତ । ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁରରେ ଏଭଳି ଲୋମହର୍ଷଣକାରୀ ଘଟଣା ଘଟିଛି । ସୂଚନା ଅନୁସାରେ, ମୃତକ ଜଣକ ହେଉଛନ୍ତି ଜୟରାମ ସତନାମୀ (୪୨) । ରାଜଗାଙ୍ଗପୁର ଜରୁମାଲ ପଞ୍ଚାୟତ ଟୁଙ୍ଗୁରିଟୋଲି ଗ୍ରାମରେ ଘଟିଛି ଏହି ହତ୍ୟାକାଣ୍ଡ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।

ସୂଚନା ମୁତାବକ, ଟୁଙ୍ଗୁରିଟୋଲି ବାସିନ୍ଦା ମିଖେଲ ଟପ୍ପୋଙ୍କ ଝିଅ ଅନୁଷ୍କା ରାଜଗାଙ୍ଗପୁର ବଗିଚାପଡା ଗାନ୍ଧୀ ଛକ ନିବାସୀ ଜୟରାମ ସତନାମୀ (୪୨)ଙ୍କୁ ବିବାହ କରିଥିଲେ । ବିବାହ ପରେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ବିଭିନ୍ନ ସମୟରେ କଳହ ଲାଗି ରହୁଥିଲା । ବାରମ୍ବାର ବିଭିନ୍ନ କାରଣରୁ ଝଗଡା ହେଉଥିଲା । ତେବେ ୩ ଦିନ ତଳେ ଜୟରାମ ମାରପିଟ କରିବାରୁ ସ୍ତ୍ରୀ ତାଙ୍କ ପରିବାରକୁ ଜଣାଇଥିଲେ । ଯାହା ପରେ ଅନୁଷ୍କାଙ୍କ ଭାଇ ସମସ୍ତ ଆସବାବପତ୍ର ଟୁଙ୍ଗୁରି ଟୋଲି ସ୍ଥିତ ବାପଘରକୁ ନେଇ ଆସିଥିଲେ । ଗତକାଲି (ଗୁରୁବାର) ଜୟରାମ ଜଣେ ସାଙ୍ଗଙ୍କ ସହ ସ୍ତ୍ରୀକୁ ଭେଟିବାକୁ ଆସିଥିଲେ ।

ଏହା ମଧ୍ୟ ପଢନ୍ତୁ...ଭାଇ ସାଜିଲା ଭଗାରୀ: ଜମି ବିବାଦକୁ ନେଇ ବଡ଼ ଭାଇକୁ ପିଟି ପିଟି ହତ୍ୟା - Murder For Land Dispute

ଏହା ମଧ୍ୟ ପଢନ୍ତୁ...ବାରଙ୍ଗ ହତ୍ୟାକାଣ୍ଡ ମାମଲା: ଅଭିଯୁକ୍ତ ଗିରଫ, ମହିଳାଙ୍କୁ ହତ୍ୟା ପୂର୍ବରୁ ନେଇଥିଲା ସିନ୍ଦୁର ଓ ବାହାଘର କାର୍ଡ

ଏହା ମଧ୍ୟ ପଢନ୍ତୁ...ପୁଅ ସାଜିଲା ପିଶାଚ, ବାପା-ମାଆଙ୍କୁ ଟାଙ୍ଗିଆ ହାଣି କଲା ହତ୍ୟା - Man Kills Parents

ସେହି ସମୟରେ ଅନୁଷ୍କାଙ୍କ ସାନ ଭାଇ ମାର୍କୋସ ଟପ୍ପୋ ଜୟରାମଙ୍କୁ ଭେଟିବାକୁ ବାରଣ କରିଥିଲେ । ଏହାପରେ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ପରେ ଏହି ବଚସା ଉଗ୍ର ରୂପ ଧାରଣ କରିଥିଲା । ଯେଉଁଥିରେ ଉତକ୍ଷିପ୍ତ ହୋଇ ଏକ ଛୁରୀ ଦ୍ବାରା ମାର୍କୋସ ନିଜ ଭିଣୋଇ ଜୟରାମଙ୍କୁ ଆକ୍ରମଣ କରିଥିଲେ । ଛୁରାମାଡ଼ରେ ଘଟଣା ସ୍ଥଳରେ ଜରାମଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ତେବେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ମାମଲାର ତଦନ୍ତ ଚଳାଇଛି । ଅନ୍ୟପଟେ ମାର୍କୋସ ନିଜ ଭିଣୋଇଙ୍କୁ ହତ୍ୟା କରିବା ପରେ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଏହି ଘଟଣା ବର୍ତ୍ତମାନ ସାରା ରାଜଗାଙ୍ଗପୁର ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.